Looking for our company website?  
AgroStar Krishi Gyaan
Pune, Maharashtra
18 Mar 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଜିରୋ ଏନର୍ଜି (ଶୂନ୍ୟ ବିଦ୍ୟୁତ ଶକ୍ତି) କୁଲ୍‌ ଚାମ୍ବର: କୋଲ୍ଡ ଷ୍ଟୋରେଜ (ଶୀତଳ ଭଣ୍ଡାର) ଏକକର କମ୍‌ ଖର୍ଚ୍ଚ ହେଉଥିବା ବିକଳ୍ପ
ଜିରୋ ଏନର୍ଜି (ଶୂନ୍ୟ ବିଦ୍ୟୁତ ଶକ୍ତି) କୁଲ୍‌ ଚାମ୍ବର ପରିବେଶ ଅନୁକୂଳ ଅଟେ ଏବଂ ଜଣେ ଅଣକୁଶଳ ବ୍ୟକ୍ତି ଦ୍ୱାରା ନିର୍ମାଣ କରାଯାଇପାରିବ |
ପରିଚୟ • ଅମଳ ପର ର ଫଳ ଏବଂ ପନିପରିବା କୁ ଷ୍ଟୋର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ | • ଅମଳ ପର ର ଫଳ ଏବଂ ପନିପରିବା ର ପୋଷକ ମୂଲ୍ୟକୁ ରକ୍ଷଣାବେକ୍ଷଣ କରେ • ଯାନ୍ତ୍ରିକ ଏବଂ ବିଦ୍ୟୁତ ଶକ୍ତିର ଆବଶ୍ୟକତା ହୋ‍ଇନଥାଏ | • ଶୀତଳଭଣ୍ଡାର ଅମଳ ପର ର ଫଳ ଏବଂ ପନିପରିବା ର ସ୍ୱ-ଜୀବନ କୁ ସମ୍ପ୍ରସାରଣ କରେ | • ବିନା ପ୍ରଦୂଷଣରେ ପରିବେଶ ଅନୁକୂଳ ଷ୍ଟୋରେଜ ପ୍ରଣାଳୀ • ଜଣେ ଅଣକୁଶଳ ବ୍ୟକ୍ତି ମଧ୍ୟ ତିଆରି କରିପାରିବ | କିପରି ଜିରୋ ଏନର୍ଜି (ଶୂନ୍ୟ ବିଦ୍ୟୁତ ଶକ୍ତି) କୁଲ୍‌ ଚାମ୍ବର ନିର୍ମାଣ କରିବାକୁ ହୁଏ? ସ୍ଥାନ ଚୟନ • ସ୍ଥାନ (କ୍ଷେତ୍ର)ଟି ଥଣ୍ଡା ଏବଂ ଛା‍ଇ ହୋ‍ଇଥିବା ଉଚିତ | • ସ୍ଥାନ (କ୍ଷେତ୍ର)ଟି ଉପଯୁକ୍ତ ଜଳ ନିଷ୍କାସନ ସହିତ ଗଠିତ ହୋ‍ଇଥିବା ଉଚିତ | • ଏହା ଜଳ ସ୍ରୋତ ନିକଟରେ ହୋ‍ଇଥିବା ଦରକାର | ସାମଗ୍ରୀ ର ଆବଶ୍ୟକତା • ଇଟା • ବାଲି • ବାଉଁଶ • ଗନି ବ୍ୟାଗ • ନଡ଼ା ନିର୍ମାଣ • ଇଟା ର ଏକ ମୂଳଦୁଆ (165 * 115 ସେମି) ନିର୍ମାଣ କରନ୍ତୁ • କାନ୍ଥ ମଧ୍ୟରେ 7.5 ସେ.ମି ଓସାରର ଏକ 70 ସେ.ମି ଉଚ୍ଚ ଡ଼ବଲ କାନ୍ଥ ଠିଆ କରନ୍ତୁ | • କମ୍‌ ଖର୍ଚ୍ଚ ଚାମ୍ବର ପାଇଁ ବାଉଁଶ, ନଡ଼ା ଏବଂ ଶୁଖିଲା ଘାସ ର ଏକ କଭର ଫ୍ରେମ କରନ୍ତୁ | • ନଚେତ, କାଠର ଏକ କଭର ତିଆରି କରନ୍ତୁ | • ଚାମ୍ବର କୁ ସୁରକ୍ଷା ଦେବା ପାଇଁ ଚାମ୍ବର ଉପରେ ଏକ ଚାଳ – ଛାତ ସେଡ଼ ରଖାଯିବା ଉଚିତ କାର୍ଯ୍ୟ ପ୍ରଣାଳୀ • ଚାମ୍ବର ବାଲି, ଇଟା ଏବଂ ଉପର କଭର କୁ ଥାଣ୍ଡା ରଖାଯିବା ଉଚିତ | • ସକାଳେ ଏବଂ ସଂନ୍ଧ୍ୟା ରେ ଥରେ ପାଣି ଦେବା ଦରକାର | • ପରିଚାଳନା କରିବା ମାଧ୍ୟମରେ କ୍ଷତିଗ୍ରସ୍ତ ହେବାରୁ ଦୂରେଇବା ପାଇଁ ଫଳ ଏବଂ ପନିପରିବା କୁ ପ୍ଲାଷ୍ଟିକ ଛିଦ୍ର ଥିବା ବାକ୍ସରେ ରଖାଯିବା ଦରକାର | ସତର୍କତାମୂଳକ ପଦକ୍ଷେପ • ଷ୍ଟୋର ହୋ‍ଇଥିବା ଉତ୍ପାଦନ ଉପରେ ପାଣି ର ଟୋପା କୁ ପଡ଼ିବାରୁ ପ୍ରତିରୋଧ କରନ୍ତୁ କାରଣ ଏଥିରେ ଶିଉଳି ଜାତୀୟ ରୋଗ ହୋ‍ଇପାରେ | • କାର୍ବନିକ ପଦାର୍ଥ, ମାଟି, ଆଦି ବାଲି ମୁକ୍ତ ରହିବା ଉଚିତ | • ଚାମ୍ବର ପରିଷ୍କାର ରଖାଯିବା ଉଚିତ • ଖାଲି ଚାମ୍ବର କୁ ଅନୁମୋଦିତ ଫଙ୍କୁନାଶକ କିମ୍ବା କୀଟନାଶକ ସହିତ ଉପଚାର କରାଯିବା ଉଚିତ | • ଧ୍ୟାନ ଦିଅନ୍ତୁ ଯେ ସେଗୁଡ଼ିକୁ ଏହି ରସାୟନିକ ସହିତ ଉପଚାର କରିବା ପୂର୍ବରୁ ଚାମ୍ବର ରୁ ଉତ୍ପାଦଗୁଡ଼ିକୁ କାଢି ନେବା ଉଚିତ | ନିର୍ଦ୍ଦେଶ: ଆଇଏମଓ (IMo) ଏଗ୍ରୀ ଫୋର୍ମ LinkedIn Slide Share: ଗରିମା ଟି. ଜିବି ପଣ୍ଟ ବିଶ୍ୱ ବିଦ୍ୟାଳୟ ର ଛାତ୍ର, ଉତ୍ତରାଖଣ୍ଡ | ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
272
0