Looking for our company website?  
AgroStar Krishi Gyaan
Pune, Maharashtra
26 May 19, 06:00 PM
ପଶୁ ପାଳନଭେଟେରିନାରୀ ସାଇନ୍ସ ସେଣ୍ଟର, ଆନନ୍ଦ ଆଗ୍ରିକଲଚରାଲ ଇଉନିଭରସିଟି
ସେମାନଙ୍କର ଛୁଆ ଜନ୍ମ ଦେବାର ପୂର୍ବ ସମୟରେ ଗାଇଗୋରୁମାନଙ୍କର ଉଚିତ ଯତ୍ନ
ଆମେ କାହିଁକି ଛୁଆ ଜନ୍ମ ଦେବାର ପୂର୍ବ ସମୟର ଯତ୍ନ ନେବା ଉଚିତ ? ଦୁଗ୍ଧ ଦେଉଥିବା ପଶୁମାନଙ୍କ ପାଇଁ, ଗାଈ ମାନେ ଏବଂ ମଇଁଷି ମାନେ ପ୍ରତି ୧୩ ରୁ ୧୪ ମାସରେ ଛୁଆ ଜନ୍ମ କରିବା ପାଇଁ ସମର୍ଥ ହୋଇଥାନ୍ତି ଏବଂ ସୁସ୍ଥ ବାଛୁରୀ ଜନ୍ମ ହେବା ଆବଶ୍ୟକ l ଏଥିପାଇଁ ଛୁଆ ଜନ୍ମ ଦେବାର ୩ ରୁ ୪ ମାସ ଅବଧୀ ପରେ ପଶୁଗୁଡିକ ପୁଣିଥରେ ଗରମରେ ଆସିବା ଉଚିତ ଏବଂ ୧ ରୁ ୨ ଥର ନିସେଚନ ପରେ ଗର୍ଭବତୀ ହୁଅନ୍ତି l ଛୁଆ ଜନ୍ମ ଦେବାର ପୂର୍ବ ସମୟର ଶେଷ ତିନି ମାସରେ 1. ପଶୁଟି ପାଣିରେ ଦୀର୍ଘ ସମୟ ରହିବା ଉଚିତ ନୁହେଁ କିମ୍ବା ପାହାଡିଆ କିମ୍ବା ଆବଡ଼ା ଖାବଡ଼ା ଜାଗାରେ ଚଳପ୍ରଚଳ କରିବା ଉଚିତ ନୁହେଁ, ଏହା ନିର୍ଦ୍ଧିଷ୍ଟ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଭୃଣର ହଲଚଲ ଯୋଗୁଁ ଏହା ପ୍ରଜନନ ପଥ କିମ୍ବା ପଶୁର ଗର୍ଭାଶୟ କୁ ନଷ୍ଟ କରିଦେଇପାରେ l ଏହା ମଧ୍ୟ ଅସୁବିଧାଜନକ ପ୍ରସବର କାରଣ ହୋଇପାରେ କିମ୍ବା ଏଥିରେ ଉଭୟ ମା ପଶୁ ଏବଂ ଭୃଣର ମୃତ୍ୟୁ ହେବାର ସମ୍ଭାବନା ଥାଏ l 2. ପଶୁକୁ ଏମିତିଆ ଖାଦ୍ୟ ଦିଅନ୍ତୁ ନାହିଁ ଯେପରି କି ସେମାନେ ପେଟ ଫାମ୍ପିବାର ଶିକାର ହେବେ l 3.ଯଦି ପ୍ରି-ପାରଟମ ପ୍ରୋଲାପ୍ସ ହୁଏ (ପ୍ରସବ ସମୟ ପୂର୍ବରୁ ଏକ ବା ଏକାଧିକ ମୂତ୍ରଜନନ ସରଞ୍ଚନା ବାହାରିପଡିବ), ତା ହେଲେ ପଶୁଟିକୁ ଜଣେ ପଶୁଡାକ୍ତରଙ୍କ ନିକଟକୁ ନିଆଯିବା ଆବଶ୍ୟକ ଏବଂ ତଦନୁସାରେ ପଶୁଡାକ୍ତରଙ୍କର ମତାମତ ନିଅନ୍ତୁ l 4. ଯଦି ଗୋଟିଏ ପଶୁର ପ୍ରି-ପାରଟମ ପ୍ରୋଲାପ୍ସର ଇତିହାସ ଥାଏ, ତେବେ ଏହାକୁ ଏମିତି ବାନ୍ଧନ୍ତୁ ଯେପରିକି ତାହାର ଆଗ ଗୋଡ଼ ଦୁଇଟି ଗଡାଣିରେ ରହିବ l
5. ଗାଈ-ମଇଁଷିଙ୍କର ଛୁଆ ଜନ୍ମ ଦେବା ପୂର୍ବର ଶେଷ ତିନି ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ l ବଢୁଥିବା ଭୃଣର ଯତ୍ନ ନେବା ସଂଗେ ସଂଗେ ପଶୁଟିକୁ ନିଜର ଯତ୍ନ ନେବାକୁ ପଡିଥାଏ l ସେଥିପାଇଁ ଏହି ସମୟରେ ଏହା ପୋଷଣପୂର୍ଣ୍ଣ ଖାଦ୍ୟ ଦରକାର କରେ (ଧାତବ, ଲୁଣ ସହିତ ଶୁଖିଲା-ସବୁଜ ଚାରା) ଉପଯୁକ୍ତ ପରିମାଣରେ, ଗୁହାଳର ଉପଯୁକ୍ତ ସଫେଇ ଏବଂ ପଶୁକୁ ବିଶେଷ ପ୍ରକାରର ଚିକିତ୍ସା ପ୍ରଦାନ କରିବା ଉଚିତ l ପ୍ରସଙ୍ଗ: ଭେଟେରିନାରୀ ସାଇନ୍ସ ସେଣ୍ଟର, ଆନନ୍ଦ ଆଗ୍ରିକଲଚରାଲ ଇଉନିଭରସିଟି ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
759
16