Looking for our company website?  
AgroStar Krishi Gyaan
Pune, Maharashtra
11 Jul 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଖୁ ଫସଲରେ ଧଳାମାଛିର ପରିଚାଳନା
“ପାଣି ଜମିରହିବା ଏବଂ ଅତ୍ୟଧିକ ଯବକ୍ଷାରଯାନର ବ୍ୟବହାର ଅଧିକ ଧଳାମାଛି ହେବାର କାରଣ ଅଟେ l ଗ୍ରୀଷ୍ମ ଋତୁର ମରୁଡି ଏବଂ ବର୍ଷ ଋତୁର ଶୁଷ୍କତା ମଧ୍ୟ ଏହି କୀଟକୁ ବସା କରିବାରେ ସାହାଯ୍ୟ କରେ l ଅଧିକ ଲମ୍ବା ଏବଂ ଓସାରିଆ ପତ୍ର ଥିବା କିସମ ଗୁଡିକ ଏହି କୀଟର ଅଧିକ ଶିକାର ହେବାର ସମ୍ଭାବନା ଥାଏ l ଧଳାମାଛି ଆକ୍ରମଣ ଆଖୁର ବୃଦ୍ଧିକୁ ବିଳମ୍ବିତ କରାଏ ଏବଂ ଶର୍କରା ଅଂଶକୁ ହ୍ରାସ କରେ l ୮୦% ଆକ୍ରାନ୍ତ ପତ୍ରରେ, ଆଖୁ ଅମଳର ୨୩.୪% କ୍ଷତି ହୁଏ ଏବଂ ସୁକ୍ରୋଜ ୨.୯% ହ୍ରାସ ଘଟେ l ଆଖୁ ଫସଲରେ ଧଳାମାଛି ନିୟନ୍ତ୍ରଣ ପାଇଁ ଏହି ସମନ୍ୱିତ ପ୍ରଣାଳୀ ଗୁଡିକୁ ଅନୁସରଣ କରନ୍ତୁ” ସମନ୍ୱିତ ପରିଚାଳନା: • ଦୀର୍ଘ ଦିନ ଧରି ପାଣି ଜମି ରହୁଥିବା ସ୍ଥାନରେ ଚାଷ କରନ୍ତୁ ନାହିଁ । କ୍ଷେତରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ । • ଧଳାମାଛି ସାଧାରଣତଃ ଲୁଣି ମାଟିରେ ହେଉଥିବା ଫସଲରେ ଅଧିକ ହୋଇଥାନ୍ତି । • ଯଦି ଅତ୍ୟଧିକ ସଂକ୍ରମଣ ରହିଛି ତେବେ ମୂଳୀ ଫସଲ କରନ୍ତୁ ନାହିଁ । • ଅନୁମୋଦିତ ମାତ୍ରାର ଫସଫରସ୍ ଓ ନାଇଟ୍ରୋଜେନ୍ ସାର ପ୍ରୟୋଗ କରନ୍ତୁ । • ଆଖୁ ଫସଲରେ ପାରାସିଟଏଡ୍ ପକା ଯାଇଥିଲେ କୀଟନାଶକ ପକାନ୍ତୁ ନାହିଁ । • ଅଧିକ ସଂକ୍ରମଣ ହୋଇଥିଲେ, ଏସଫେଟ୍ 75 ଏସପି@10 ଗ୍ରାମ୍ କିମ୍ୱା ଟ୍ରିଆଜୋଫସ୍ 40 ଇସି @20 ମିଲି କିମ୍ୱା କୁଇନାଲଫସ୍ 25 ଇସି @20 ମିଲି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
111
3