Looking for our company website?  
AgroStar Krishi Gyaan
Pune, Maharashtra
21 Jun 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଅପନି ଖେତି
କପା ଫସଲରେ ବାଳୁଙ୍ଗା ଘାସ ପରିଚାଳନା
କପା ଫସଲରେ ପର୍ଯ୍ୟାପ୍ତ ଜାଗା ଥିବାରୁ ବାଳୁଙ୍ଗା ଘାସ ଗୁରୁତର ପ୍ରଭାବ ପକାଏ । ଉନ୍ନତ ଅମଳ ପାଇଁ ଗଛ ଲଗାଇବାଠାରୁ 50-60 ଦିନର ବାଳୁଙ୍ଗା ମୁକ୍ତ ଅବଧି ଆବଶ୍ୟକ ନ ହେଲେ ଏହା ଉତ୍ପାଦନରେ 60%-80% ହ୍ରାସ ଘଟାଇପାରେ । ବାଳୁଙ୍ଗା ଘାସର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ମାନୁଆଲ୍, ମେକାନିକାଲ୍, ଓ କେମିକାଲ ପଦ୍ଧତି ମିଳିତ ଭାବେ ଆପଣାଇବା ଆବଶ୍ୟକ । ଗଛ ଲଗାଇବାର 5-6 ସପ୍ତାହ ପରେ କିମ୍ବା ପ୍ରଥମ ଜଳସେଚନ ପୂର୍ବରୁ ପ୍ରଥମ କରି କୋଦାଳରେ ଘାସ ରାମ୍ପନ୍ତୁ । ପ୍ରତି ଥର ଜଳସେଚନ ପରେ, ଅବଶିଷ୍ଟ ଥର ଘାସ ରାମ୍ପିବା ଉଚିତ୍ । କପା କ୍ଷେତ ଚାରିପଟେ କଂଗ୍ରେସ ଘାସ ବଢ଼ିବାକୁ ଦିଅନ୍ତୁ ନାହିଁ କାରଣ ଏହି ଧରଣର ଘାସ ରହିଲେ ଚୂନା ପୋକ ଲାଗିଥାନ୍ତି । ଗଛ ଲଗାଇବା ପରେ ବାଳୁଙ୍ଗା ଘାସ ନିୟନ୍ତ୍ରଣ କରିବା ପାଇଁ ତଥା ଏହା ଦେଖାଦେବା ପୂର୍ବରୁ, 10 ଲିଟର ପାଣିରେ 25-33 ମିଲି ପେଣ୍ଡିମେଥାଲିନ୍ ମିଶାଇ ସିଞ୍ଚନ କରନ୍ତୁ । ଗଛ ଲଗାଇବାର 6 ରୁ 8 ସପ୍ତାହ ପରେ ଗଛର ଉଚ୍ଚତା 40-45 ସେମି ହୋଇଗଲେ, 100 ଲିଟର ପାଣିରେ ଏକର ପ୍ରତି 500 ମିଲି ପାରାକୁଆଟ୍ (ଗ୍ରାମୋକ୍ସନ୍) 24% ଡବ୍ଲୁଏସସି କିମ୍ବା ଏକର ପ୍ରତି 1 ଲିଟର ଗ୍ଲାଇଫୋସେଟ୍ ପ୍ରୟୋଗ କରନ୍ତୁ । 2,4-ଡି ବାଳୁଙ୍ଗାନାଶୀ ପ୍ରତି ଫସଲ ଅତିଶୟ ସମ୍ବେଦନଶୀଳ ଅଟେ । ଏହାର ବାଷ୍ପ କପା ଫସଲର ଗମ୍ଭୀର କ୍ଷତି ଘଟାଇପାରେ ଏପରିକି ନିକଟବର୍ତ୍ତୀ କ୍ଷେତରେ ସିଞ୍ଚନ କରାଗଲେ ସୁଦ୍ଧା । ଘାସମାରକ ଔଷଧକୁ ସକାଳେ କିମ୍ବା ସନ୍ଧ୍ୟାରେ ବ୍ୟବହାର କରାଯିବା ଉଚିତ । ଉତ୍ସ: ଅପନି କ୍ଷେତି
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
67
0