Looking for our company website?  
AgroStar Krishi Gyaan
Pune, Maharashtra
06 Jul 19, 06:00 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଏକ ସବୁଜ ସାର ଭାବରେ ଟ୍ରାଇକୋଡର୍ମା ଭିରାଇଡର ବ୍ୟବହାର ଗୁଡିକ
ଉପକ୍ରମ: ଚଳିତ ଋତୁର ପ୍ରାରମ୍ଭରେ, ଭାରତର ସବୁ ସ୍ଥାନରେ ପରିବା ବିହନ ଲଗାଯିବାର ଦେଖାଯିବ lମୃତ୍ତିକା ମାଧ୍ୟମରେ ରୋଗ ଗୁଡିକର ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ଗଛଗୁଡିକର ଗଜାଗୁଡିକ ନିମନ୍ତେ ମୃତ୍ତିକାରେ ରାସାୟନିକ କବକନାଶକ ପ୍ରୟୋଗ କରିବା ଆବଶ୍ୟକ ନାହିଁ lଏପରିକି, ଦୀର୍ଘକାଳୀନ ଭିତିରେ ରାସାୟନିକ କବକନାଶକ ଗୁଡିକ ପ୍ରଭାବଶାଳୀ ନୁହଁନ୍ତି ଏବଂ ମୃତ୍ତିକାଅଣୁଜୀବର ପ୍ରଭାବଶୀଳତାକୁ ପ୍ରଭାବିତ କରେ lକେବଳ ଏହା ନୁହେଁ, ପଗର ହଠାତ ପରିବର୍ତ୍ତନ ଯୋଗୁଁ, ଫସଲ କରିବାର ପଦ୍ଧତି ଯୋଗୁଁ, ରାସାୟନିକ ସାର, କବକନାଶକଗୁଡିକର ଅଧିକ ବ୍ୟବହାର ଯୋଗୁଁ ଦିନକୁ ଦିନ ମୃତ୍ତିକାରୁ ଉପକାରୀ ଅଣୁଜୀବ ଗୁଡିକ ହ୍ରାସ ପାଉଛନ୍ତି l ଜୈବିକ କୃଷି ହେଉଛି ଗୋଟିଏ ସମ୍ଭାବ୍ୟ ଉତ୍ତର ଏବଂ ଜୈବିକ ପଦ୍ଧତି ଗୁଡିକରେ ଟ୍ରାଇକୋଡର୍ମା ଜୈବିକ ସାର ବହୁଳ ଭାବରେ ବ୍ୟବହାର କରାଯାଏ lଏହି ଉପଲବ୍ଧ ପ୍ରସ୍ତୁତିଗୁଡିକ ଫସଲର ସମନ୍ୱିତ ରୋଗ ନିୟନ୍ତ୍ରଣରେ ବ୍ୟବହାର କରାଯାଏ ଏବଂ ଆହୁରି ମଧ୍ୟ ବିହନ ବିଶୋଧନ ନିମନ୍ତେ, ଜୈବିକସାର ଏବଂ ଖତ ଭାବରେ ଏବଂ ତରଳ ଖତ ସିଞ୍ଚନରେ ଏବଂ ବୁନ୍ଦା ଜଳସେଚନରେ ବ୍ୟବହାର କରାଯାଇପାରିବ l ବିଭିନ୍ନ ଫସଲର ବୃଦ୍ଧି ସମୟରେ ଟ୍ରାଇକୋଡର୍ମା ଭିରାଇଡର ବ୍ୟବହାର ଗୁଡିକୁ ନିମ୍ନରେ ତାଲିକା ଆକାରରେ ଦିଆଯାଇଛି:- 1) ଟ୍ରାଇକୋଡର୍ମାକୁ ଉଭୟ ତରଳ ଏବଂ ଗୁଣ୍ଡ ଆକାରରେ ପ୍ରସ୍ତୁତ କରାଯାଏ l ଅଧିକାଂଶ ଗୁଣ୍ଡ ଉତ୍ପାଦ ଗୁଡିକ ବହୁଳ ଭାବରେ ମୃତ୍ତିକାରେ ପ୍ରୟୋଗ କରାଯାଏ; ତରଳ ପ୍ରସ୍ତୁତି ବୁନ୍ଦା ଜଳସେଚନରେ ବ୍ୟବହାର କରାଯାଇପାରିବ l ଚାରା ପଟାଳୀରୁ ଚାରାଗୁଡିକୁ ଜମିରେ ରୋଇବା ନିମନ୍ତେ ଚେରଗୁଡିକୁ ଟ୍ରାଇକୋଡର୍ମା ଭିରାଇଡ ଦ୍ରବଣରେ ବୁଡ଼ାଇବା ଆବଶ୍ୟକ l 2) ଏକ କେ.ଜି. ବିହନ ବିଶୋଧନ ନିମନ୍ତେ, ୫ ଗ୍ରାମ ଟ୍ରାଇକୋଡର୍ମା ଗୁଣ୍ଡ ବ୍ୟବହାର କରାଯାଏ l ଡାଳିମ୍ବ ଗଛ ନିମନ୍ତେ ବାଡ଼ିର ଖତ ସହିତ ୫୦ ରୁ ୧୦୦ ଗ୍ରାମ ଟ୍ରାଇକୋଡର୍ମା ଗୁଣ୍ଡ ପ୍ରୟୋଗ କରନ୍ତୁ l 3) ଉଚାଳିଆ ଚାରା ପଟାଳୀଗୁଡିକର ପ୍ରସ୍ତୁତିରେ ପ୍ରତି ବର୍ଗ ମିଟରର ଅଞ୍ଚଳ ପିଛା ୧୦ ରୁ ୧୫ ଗ୍ରାମ ଟ୍ରାଇକୋଡର୍ମା ଗୁଣ୍ଡ ପ୍ରୟୋଗ କରାଯିବା ଆବଶ୍ୟକ l ଜିଆଖତ ପ୍ରୟୋଗ କରିବା ସମୟରେ, ଏହାସହିତ ଟ୍ରାଇକୋଡର୍ମା ଗୁଣ୍ଡ ମିଶାନ୍ତୁ l 4) ମୃତ୍ତିକାରେ ଟ୍ରାଇକୋଡର୍ମାର ବୃଦ୍ଧି ଆର୍ଦ୍ରତାର ଉପଲବ୍ଧି ଉପରେ ନିର୍ଭର କରେ l ଅଧିକ ଆର୍ଦ୍ରତା, ଉତ୍ତମ ବୃଦ୍ଧି l ଯଦି ମୃତ୍ତିକାର ପିଏଚ ୬.୫ ରୁ ୭.୫ ରେ ରହେ, ତାହା ହେଲେ ଟ୍ରାଇକୋଡର୍ମା ଜୈବିକ ସାରର ଫଳାଫଳ ବହୁତ ଭଲ ହୁଏ l 5) ପିଆଜ ଫସଲରେ ଧଳାପଚା, କୋଲାପଚା ଭଳି ରୋଗଗୁଡିକର ନିୟନ୍ତ୍ରଣ ନିମନ୍ତେ ଜମିରେ ବିହନ ବୁଣିବା ପୂର୍ବରୁ ଟ୍ରାଇକୋଡର୍ମାକୁ ବ୍ୟବହାର କରାଯାଇପାରିବ l ଭଲ ପିଆଜ ଅମଳ ନିମନ୍ତେ ଜମିରେ ୨ କେ.ଜି. ପରିମାଣର ଟ୍ରାଇକୋଡର୍ମା ଗୁଣ୍ଡ ପ୍ରୟୋଗ କରନ୍ତୁ ଏହା ସହିତ ୧୦୦ କେ.ଜି. ବାଡ଼ି ଖତ ପ୍ରୟୋଗ କରନ୍ତୁ l 6) ଚାରା ବଗିଚାରେ, ସମସ୍ତ ପରିବା ଫସଲରେ ଝାଉଁଳା ରୋଗର ନିୟନ୍ତ୍ରଣ ପାଇଁ ଟ୍ରାଇକୋଡର୍ମା ସାହାଯ୍ୟ କରେ l ଜମିରେ ପରିବା ଚାରା ଲଗେଇବା ପରେ, ଝାଉଁଳା ରୋଗ ଏବଂ ଗଛ ମିଳିଯିବା ରୋଗର ନିୟନ୍ତ୍ରଣ ପାଇଁ ଗଛର ମୂଳରେ ପ୍ରୟୋଗ କରିବା ଉଚିତ l 7) ଟ୍ରାଇକୋଡର୍ମାର ପ୍ରଭାବଶୀଳତାକୁ ନିଶ୍ଚୟ କରିବା ପାଇଁ, ପ୍ରୟୋଗ କରିବାର ୧୫ ଦିନ ପୂର୍ବରୁ କିମ୍ବା ୧୫ ଦିନ ପରେ କୌଣସି ରାସାୟନିକ କବକ ନାଶକ ପ୍ରୟୋଗ କରିବା ଉଚିତ ନୁହେଁ l ପତ୍ରର ରୋଗଗୁଡିକ ନିୟନ୍ତ୍ରଣ କରିବାରେ ମଧ୍ୟ ଟ୍ରାଇକୋଡର୍ମାର ସିଞ୍ଚନ ଲାଭଦାୟକ ଅଟେ l ଏପରିକି, କବକର ବିକାଶ ନିମନ୍ତେ ଜମିରେ ଗୋଟିଏ ଅନୁକୂଳ ପରିବେଶ ରହିବା ଜରୁରୀ ଅଟେ l ଉତ୍ସ: ମିଃ: ତୁଷାର ଉଗାଲେ ସହକାରୀ ପ୍ରାଧ୍ୟାପକ (କେ.କେ. ୱାଗ କୃଷି ମହାବିଦ୍ୟାଳୟ, ନାସିକ)
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
146
0