Looking for our company website?  
AgroStar Krishi Gyaan
Pune, Maharashtra
16 Nov 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସ୍ୱାସ୍ଥ୍ୟବାନ ଏବଂ ଶକ୍ତିଶାଳୀ ଫସଲର ବୃଦ୍ଧି ନିମନ୍ତେ ଜିଆଖତର ବ୍ୟବହାର!
ପରିବର୍ଦ୍ଧିତ ଫସଲ ବୃଦ୍ଧି ଏବଂ ଅଧିକ ଉତ୍ପାଦକତା ନିମନ୍ତେ ଜୈବିକ ସାରଗୁଡ଼ିକର ବ୍ୟବହାର ଲାଭଦାୟକ ଅଟେ l ରାସାୟନିକ ସାରଗୁଡ଼ିକର ମନ୍ଦ ପ୍ରଭାବଗୁଡ଼ିକୁ ଏବଂ ଜୈବିକ ସାରଗୁଡ଼ିକର ଲାଭଗୁଡ଼ିକୁ ମନରେ ରଖି ଏବେ ଜୈବିକ ସାରଗୁଡ଼ିକର ପ୍ରୟୋଗ କରିବାର ସମୟ ହୋଇଯାଇଛି ଯାହାକୁ କି କୌଣସି ପ୍ରକାରର ରାସାୟନିକ ସାରଗୁଡ଼ିକର ବିନା ସାହାଯ୍ୟରେ ଆମର ଜମିରେ ପ୍ରସ୍ତୁତ କରାଯାଇପାରିବ l ଏହା ସହିତ, ଆମର ନିଜର ଜମିରେ ପୂର୍ବରୁ ପ୍ରସ୍ତୁତ ଜୈବିକ ଖତ ପ୍ରୟୋଗ କରିବାର ସମୟ ହୋଇଯାଇଛି l ସେଥିପାଇଁ ଜିଆଖତ ଏବଂ ଗାଈ ଗୋବରର ବହୁଳ ବ୍ୟବହାର କରନ୍ତୁ l ଜିଆଖତର ବ୍ୟବହାର ପୂର୍ବରୁ ଯାଞ୍ଚ କରନ୍ତୁ: • ସମସ୍ତ ଫସଲ ଅବଶିଷ୍ଟାଂଶରେ ଅଣ୍ଡା ଆକୃତିର ପଦାର୍ଥ ଦେଖାଯାଏ l • ଜିଆଖତର pH 7 ମଧ୍ୟରେ ରହେ l • ଜିଆଖତର ବାସ୍ନା ମାଟିରେ ସବ-ୱାଟରିଂ ହୋଇଥିବା ବାସ୍ନା ପରି ବାସେ l • ଖତର ରଙ୍ଗ ଗାଢ଼ କଳା ଅଟେ l ନାଇଟ୍ରୋଜେନ:କାର୍ବନ ଅନୁପାତ 15 ରୁ 20.1 ଅଟେ, ଜିଆଖତରେ ପୋଷକତତ୍ତ୍ୱର ପରିମାଣ ଖତ ପାଇଁ ବ୍ୟବହୃତ ଜୈବିକ ସାମଗ୍ରୀ ଉପରେ ନିର୍ଭର କରି ଭିନ୍ନ ହୋଇଥାଏ l ଖତ ପାଇଁ ନାଇଟ୍ରୋଜେନ, ଫସଫରସ ଏବଂ ପଟାସ ଫିଡ ଉତ୍ପାଦଗୁଡ଼ିକ, ଗ୍ରାନୁଲେସନ ପରି ଅଧିକ ଦ୍ୱିଗୁଣ ପରିମାଣର ଗୋବର ଖତ l ସାଧାରଣତଃ, ଜିଆଖତ ଫସଲର ଅବଶିଷ୍ଟାଂଶରୁ ମିଳେ; ଏଥିରେ ନାଇଟ୍ରୋଜେନ 1.85, ଫସଫରସ 0.65%, ପଟାସ 1.30% ଏବଂ 35% ରୁ 42% ଜୈବିକ ତତ୍ତ୍ୱ ଥାଏ l ଫଳସ୍ୱରୂପ, ଆଖୁଚାଷ ନିମନ୍ତେ ଫସଲର ଅବଶିଷ୍ଟାଂଶରୁ ପ୍ରସ୍ତୁତ ଜିଆଖତ ହେଉଛି ଏକ ବହୁତ ବଢିଆ ଜୈବିକ ସାର ଏବଂ ଏକ ହେକ୍ଟର ଜମି ନିମନ୍ତେ 5 ଟନ ଜିଆଖତ ଯଥେଷ୍ଟ ଅଟେ l ଜିଆଗୁଡ଼ିକର ଉପକାରିତା: • ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରନ୍ତି l • ମୃତ୍ତିକା ଗଠନରେ ଯୋଗ୍ୟ ପରିବର୍ତ୍ତନ କରେ l • ଜିଆ ଭୁରୁଭୁରାଗୁଡ଼ିକ ଯୋଗୁଁ ଫସଲଗୁଡ଼ିକର ଚେରଗୁଡ଼ିକୁ କ୍ଷତି ନ କରି ଚାଷ ପ୍ରଭାବଶାଳୀ ହୁଏ l • ମୃତ୍ତିକାରେ ଜଳଧାରଣ କ୍ଷମତାକୁ ବୃଦ୍ଧି କରେ l • ଏହା ମୃତ୍ତିକା କ୍ଷୟ ଏବଂ ମୃତ୍ତିକାରୁ ଜଳ ବାଷ୍ପ ହେବାକୁ ହ୍ରାସ କରେ l • ଉପଯୁକ୍ତ ସ୍ତରରେ ମୃତ୍ତିକାର pHକୁ ବଜାୟ ରଖେ l • ଜିଆ ଖତରେ ଅଧିକ ହ୍ୟୁମସ ମିଳୁଥିବାରୁ ଫସଲଗୁଡିକୁ ନାଇଟ୍ରୋଜେନ, ଫସଫରସ, ପଟାସ, ଏବଂ ଅନ୍ୟ ସୂକ୍ଷ୍ମ ପୋଷକତତ୍ତ୍ୱଗୁଡ଼ିକ ପ୍ରଦାନ କରେ l • ମୃତ୍ତିକାରେ ଲାଭଦାୟକ ଜୀବାଣୁ ଗୁଡ଼ିକର ସଂଖ୍ୟାରେ ବହୁଳ ବୃଦ୍ଧି ହୁଏ l • ଜମିରେ କୃଷିଭିତ୍ତିକ ବର୍ଜ୍ୟର ପରିଚାଳନାରେ ମଧ୍ୟ ଏହା ସାହାଯ୍ୟ କରେ l ଉତ୍ସ: ଏଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଅଫ ଏକ୍ସସେଲେନ୍ସ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
193
0