AgroStar Krishi Gyaan
Pune, Maharashtra
03 Aug 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସମନ୍ୱିତ କୀଟ ପରିଚାଳନାରେ ଫେରମୋନ ଯନ୍ତା ଗୁଡ଼ିକର ବ୍ୟବହାର
ଯଦି ଜମିରେ ଫେରମୋନ ଯନ୍ତା ଗୁଡ଼ିକ ବ୍ୟବହାର କରାଯାଏ, ଅଣ୍ଡିରା କୀଟଗୁଡ଼ିକ ମାଈ କୀଟର କୃତ୍ରିମ ଗନ୍ଧ ଦ୍ୱାରା ଆକର୍ଷିତ ହୋଇ ଆସି ଯନ୍ତାରେ ଧରା ପଡ଼ିବେ l ବିଭିନ୍ନ କୀଟ ମାନଙ୍କର ଗନ୍ଧ ବହୁଳ ଭାବରେ ଅଲଗା ଅଲଗା ହୋଇଥାଏ l ଏହିଭଳି କୃତ୍ରିମ ଉତ୍ତେଜନାକାରୀ ଗୁଡ଼ିକ ପରୀକ୍ଷାଗାରରେ ବ୍ୟବସାୟ ସ୍ତରରେ ପ୍ରସ୍ତୁତ କରାଯାଏ l ଫେରମୋନ ଯନ୍ତାର କାର୍ଯ୍ୟ ପ୍ରଣାଳୀ ଗୁଡ଼ିକ: ଅଣ୍ଡିରା କୀଟଗୁଡ଼ିକୁ ମାଈକୀଟ ଆଡ଼କୁ ଆକର୍ଷିତ କରାଯାଇ ଅଣାଯାଆନ୍ତି ଏବଂ ଯନ୍ତାରେ ଧରା ପଡ଼ନ୍ତି l ଯନ୍ତା ଗଠନ ଅନୁସାରେ, ଅଣ୍ଡିରା କୀଟ ଗୋଟିଏ ଥର ପଡ଼ିଲେ ଆଉ ବାହାରି ପାରେନାହିଁ l ଫେରମୋନ ଯନ୍ତାରେ ଅଣ୍ଡିରା କୀଟଗୁଡ଼ିକ ପଡ଼ିଲେ, ଅଣ୍ଡିରା କୀଟଗୁଡ଼ିକର ମାଈ କୀଟ ଗୁଡ଼ିକ ସହିତ ମିଳନ ବାଧାପ୍ରାପ୍ତ ହୁଏ, ଯାହାଦ୍ୱାରା ଅଣ୍ଡା ଗୁଡ଼ିକ ସୃଷ୍ଟି ହେବା ବନ୍ଦ ହୁଏ l କୀଟ ପରିଚାଳନାରେ ଭୂମିକା: ‍ଯେତେବେଳେ କୀଟଗୁଡ଼ିକ ସ୍ୱଳ୍ପ ସଂଖ୍ୟାରେ ଥାଆନ୍ତି, ବାଡ଼ି ଯନ୍ତାଗୁଡ଼ିକ ସାହାଯ୍ୟରେ ଉଇଗୁଡ଼ିକୁ ଧରିବା ଜରୁରୀ ଅଟେ l ବହୁତ ଗୁଡ଼ିଏ ଫେରମୋନ ଯନ୍ତା ବସାଇବା ଦ୍ୱାରା ବହୁତ ଗୁଡ଼ିଏ କୀଟ ଧରିବାରେ ସାହାଯ୍ୟ କରେ ଏବଂ ତତସହିତ, ଆଉ ଅଧିକ ପ୍ରଜନନକୁ ହ୍ରାସ କରିବାରେ ସାହାଯ୍ୟ କରେ l ଫେରମୋନ ଯନ୍ତା ଗୁଡ଼ିକର ମୂଲ୍ୟ କୀଟନାଶକଗୁଡ଼ିକର ମୂଲ୍ୟ ଠାରୁ ଯଥେଷ୍ଟ କମ୍‌ ଅଟେ l ବର୍ଷସାରା ଯନ୍ତାଗୁଡ଼ିକ ବ୍ୟବହାର କରିବାପାଇଁ ସହଜ ଅଟେ, କେବଳ ନିୟମିତ ଭାବରେ ଆକର୍ଷଣକାରୀ ଦ୍ରବ୍ୟର ପରିବର୍ତ୍ତନ କରାଯିବ l ଫେରମୋନ ଯନ୍ତାଗୁଡ଼ିକ ବ୍ୟବହାର କରିବା ସମୟରେ ନେବାକୁ ଥିବା ଯତ୍ନ: • ଫସଲ କୀଟର କିସମ ଅନୁଯାୟୀ ଆକର୍ଷଣକାରୀ ଦ୍ରବ୍ୟ ବାଛନ୍ତୁ • ଅଧିକ ପରିମାଣର କୀଟ ଧରିବା ପାଇଁ ହେକ୍ଟର ପିଛା ୧୫ ରୁ ୨୦ ଟି ଯନ୍ତା ବ୍ୟବହାର କରନ୍ତୁ • ୩ ରୁ ୫ ଦିନ ପରେ ଯନ୍ତାର ଆକର୍ଷଣକାରୀ ଦ୍ରବ୍ୟଗୁଡ଼ିକୁ ପରିବର୍ତ୍ତନ କରିବା ଉଚିତ • ସାଧାରଣତଃ ଯନ୍ତାଗୁଡ଼ିକ ଭୂମିରୁ ୨ ରୁ ୩ ଫୁଟ ଉପରେ ଗଛର ଉଚ୍ଚତାରେ ଲଗାଯିବା ଉଚିତ • ଯନ୍ତାରେ ଧରା ପଡୁଥିବା କୀଟ ଗୁଡ଼ିକୁ ବାରମ୍ବାର ବାହାର କରିବା ଆବଶ୍ୟକ ଏବଂ ନଷ୍ଟ କରିବା ଆବଶ୍ୟକ ଉତ୍ସ: ଶ୍ରୀ. ତୁଷାର ଉଗାଲେ, ଫସଲ ସୁରକ୍ଷା ବିଶେଷଜ୍ଞ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
173
0