AgroStar Krishi Gyaan
Pune, Maharashtra
21 Mar 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କୀଟ ଏବଂ ରୋଗଗୁଡ଼ିକର ଦମନ ପାଇଁ ଜୈବ କୀଟନାଶକ ଗୁଡ଼ିକୁ ବ୍ୟବହାର କରନ୍ତୁ
ସାଧାରଣତଃ କୃଷକମାନେ କୀଟ ଏବଂ ରୋଗଗୁଡ଼ିକର ଦମନ ପାଇଁ ରାସାୟନିକ କୀଟନାଶକ ଗୁଡ଼ିକ ଉପରେ ନିର୍ଭର କରନ୍ତି l ବେଳେ ବେଳେ କୃଷକମାନେ ଅନାବଶ୍ୟକ ଭାବରେ ଏବଂ ଏପରିକି କୀଟ ସଂଖ୍ୟା ଆର୍ଥିକ ଭାବରେ ବାଧା ପହଂଚାଇବା ସ୍ତର (ଇଟିଏଲ) ଠାରୁ କମ ଥିଲେ ମଧ୍ୟ ଫସଲରେ କୀଟନାଶକ ଗୁଡ଼ିକ ପ୍ରୟୋଗ କରିଥାନ୍ତି l ଯାହା ଫଳରେ ପ୍ରାକୃତିକ ଶତ୍ରୁଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପଡ଼େ ଏବଂ ପରିବେଶ ମଧ୍ୟ ସଂକ୍ରମିତ ହୁଏ l କୀଟ ଏବଂ ରୋଗଗୁଡ଼ିକର ପ୍ରାରମ୍ଭ ଅବସ୍ଥାରେ ଜୈବ କୀଟନାଶକ ଗୁଡ଼ିକର ବ୍ୟବହାର ପାଇଁ ଗୁରୁତ୍ୱ ଦିଆଯିବା ଉଚିତ l
ଆସନ୍ତୁ କେତେକ କବକ ଏବଂ ବୀଜାଣୁ ଭିତିକ ଜୈବ କୀଟନାଶକ ଗୁଡ଼ିକର ବ୍ୟବହାର ସମ୍ବନ୍ଧରେ ଜାଣିବା ଏବଂ ଶିଖିବା ୧. ଟ୍ରାଇକୋଡର୍ମା: ଏହି କବକ ଭିତିକ ଜୈବ କୀଟନାଶକ ଗୁଡ଼ିକ, କ୍ଷତିକାରକ କୀଟନାଶକ ଜନିତ କବକ ରୋଗ ଗୁଡ଼ିକୁ ଦମନ କରିବାରେ ପ୍ରଭାବଶାଳୀ ହୋଇପାରିବ, ଯେମିତି କି ରାଶି, ମୁଗ, ବିରି, ତରଭୁଜ, ଖରଭୁଜ ଏବଂ ଅନ୍ୟ ପନିପରିବା ଫସଲରେ ଚେର ପଚା, କାଣ୍ଡ ପଚା ରୋଗ ପାଇଁ l ୨. ବୋଭେରୀଆ ବାଷିଆନା: ଏହା ମଧ୍ୟ ଏକ କବକ ଭିତିକ ଜୈବ କୀଟନାଶକ, ଯାହାକି କୌଣସି ଫସଲ ନଷ୍ଟ କରୁଥିବା ସମ୍ବାଳୁଆ, ଆର୍ମିକୀଟ, ସେମିଲୁପର, ଝୀଂଟିକା ଇତ୍ୟାଦିର ପରିଚାଳନା ପାଇଁ ବ୍ୟବହାର କରାଯାଏ ଏବଂ ଶୋଷକ କୀଟ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ l ୩. ମେଟାରୀଜିୟମ ଆନିସୋପଲିଆ: ଏହି କବକ ଭିତିକ ଜୈବ କୀଟନାଶକକୁ ଉଇ, ଥ୍ରୀପ୍ସ, ହ୍ୱାଇଟଗ୍ରବସ ଉପଦ୍ରୁତ ଫସଲ ରେ ବ୍ୟବହାର କରାଯାଇପାରିବ l ଆହୁରି ମଧ୍ୟ ମାଟିରୁ ଜାତ କୀଟପୋକ ସବୁ ଯାହା ଫସଲର ଚେର ଗୁଡ଼ିକୁ ନଷ୍ଟ କରିଥାଆନ୍ତି, ଏମାନଙ୍କର ବିରୋଧରେ ବ୍ୟବହାର କରାଯାଇପାରିବ l ୪. ସିଡୋମୋନାସ ଫ୍ଲୋରେନ୍ସ: ଏହି ଜୈବ କୀଟନାଶକ ଫସଲର କବକ ରୋଗ ଗୁଡ଼ିକ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ l କଳା କବକ ଏବଂ ଆଖୁର ନାଲି ପଚା ରୋଗ, ଆହୁରି ମଧ୍ୟ ମାଟିରୁ ଜାତ କବକ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ l ୫. ପାଶୀଲୋମାୟୀସେସ: ଏହି ଜୈବ କୀଟନାଶକ ଭିତିକ କବକ ରସୁଣ-ପିଆଜ ଭଳି କନ୍ଦା ଜାତୀୟ ଫସଲର ରୋଗକୁ ନିୟନ୍ତ୍ରଣ କରେ l ଲଙ୍କା, କାକୁଡ଼ି, ତରଭୁଜ, ଖରଭୁଜ ଇତ୍ୟାଦି ଫସଲରେ ଏବଂ ଡାଳିମ୍ବ ଓ କଦଳୀ ରେ ଦେଖାଯାଉଥିବା ସୂତ୍ରକୃମିକୁ ନିୟନ୍ତ୍ରଣ କରେ l ୬. ବାସିଲସ ଥୁରୀଞ୍ଜିଏନସୀସ: ଏହି ଜୈବ କୀଟନାଶକ ଭିତିକ କବକକୁ ଫସଲ ନଷ୍ଟ କରୁଥିବା ଯେକୌଣସି ପ୍ରକାର ସମ୍ବାଳୁଆ ବିରୁଦ୍ଧରେ ପ୍ରୟୋଗ କରାଯାଇ ପାରିବ l ଏହା ସଂଗେ ସଂଗେ, ଭୂତାଣୁ ଭିତିକ ଏବଂ ସୂତ୍ରକୃମି ଭିତିକ ଜୈବ କୀଟନାଶକ ଉପଲବ୍ଧ ରହିଛି l ପ୍ରୟୋଗ କୌଶଳ ଏବଂ ମାତ୍ରା ଭିନ୍ନ ଅଟେ l ଆମକୁ ମଧ୍ୟ ଅନୁମୋଦିତ ପ୍ରୟୋଗ କୌଶଳ ଏବଂ ମାତ୍ରା କୁ ଅନୁସରଣ କରିବାକୁ ହେବ l ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
634
4