Looking for our company website?  
AgroStar Krishi Gyaan
Pune, Maharashtra
22 Sep 19, 06:30 PM
ପଶୁ ପାଳନକୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର
କୁଣ୍ଡାର ୟୁରିଆ ଉପଚାର ପୋଷଣତତ୍ତୂର ମୂଲ୍ୟକୁ ଉନ୍ନତ କରେ
ଉପକ୍ରମ: ୟୁରିଆ ସହିତ କୁଣ୍ଡା କିମ୍ୱା ଘାସର ଉପଚାର ଏହାର ପୋଷଣ ମହତ୍ତ୍ୱ ଏବଂ ପ୍ରୋଟିନ ପଦାର୍ଥକୁ ପ୍ରାୟ 9% ବଢାଇଦିଏ | ଯଦି ପଶୁଙ୍କୁ ୟୁରିଆ ଉପଚାରିତ ଗୋଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଏହା ଦ୍ୱାରା ପଶୁମାନଙ୍କ ନିୟମିତ ଖାଦ୍ୟ ମୁଖ୍ୟତଃ 30% ପର୍ଯ୍ୟନ୍ତ କମ୍ହୋଇପାଇପାରେ |
ଉପଚାର: ଉପଚାର ପାଇଁ 40 ଲିଟର ପାଣିରେ 4 କିଲୋଗ୍ରାମ୍ ୟୁରିଆ ମିଶ୍ରଣ କରନ୍ତୁ | ଭୂମି ଉପରେ ଏକ କ୍ୱିଣ୍ଟାଲ ଘାସ ଏପରି ବିଛାନ୍ତୁ ଯେ ସ୍ତରର ଘନତା ପ୍ରାୟ 3 ରୁ 4 ଇଞ୍ଚ ହେଉଥିବ | ଏହି ଗଦା ଉପରେ ପ୍ରସ୍ତୁତ ହୋଇଥିବା 40 ଲିଟର ଦ୍ରବଣକୁ ସ୍ପ୍ରିକଂଲର ଦ୍ୱାରା ସିଞ୍ଚନ କରନ୍ତୁ | ଘାସକୁ ପାଦରେ ଭଲ ଭାବରେ ଦବାନ୍ତୁ | ଏହି ଦବିଥିବା ଭାଗ ଉପରେ ଏକ କ୍ୱିଣ୍ଟାଲ ଘାସ ବିଛାନ୍ତୁ, 40 ଲିଟର ପାଣିରେ 4 କିଲୋଗ୍ରାମ୍ ୟୁରିଆ ମିଶ୍ରଣ କରନ୍ତୁ ଏବଂ ପୂର୍ନବାର ସ୍ପ୍ରିକଂଲର ଦ୍ୱାରା ସିଞ୍ଚନ କରନ୍ତୁ ଏବଂ ଏହି ସ୍ତରକୁ ଦବାନ୍ତୁ | ପ୍ରତି 100 କିଲୋଗ୍ରାମର 10 ଟି ସ୍ତର ରଖନ୍ତୁ ଏବଂ ଦ୍ରବଣକୁ ସ୍ପ୍ରେ କରନ୍ତୁ ଏବଂ ସବୁବେଳେ ଏହାକୁ ଦବାନ୍ତୁ | ଉପଚାର ହୋଇଥିବା ଘାସକୁ ପ୍ଲାଷ୍ଟିକ ତାରପଲିନ୍ରେ ଆବୃତ୍ତ କରନ୍ତୁ ଏବଂ ଭୂମିକୁ ସ୍ପର୍ଶ କରୁଥିବା ଧାରଗୁଡ଼ିକ ଉପରେ ମାଟି ରଖିଦିଅନ୍ତୁ | ଯାହାଦ୍ୱାରା ସ୍ତରରେ ସୃଷ୍ଟି ହୋଇଥିବା ଗ୍ୟାସ୍ ବାହାରି ନଯାଏ | ଥରକରେ ଅତି କମ୍ରେ ଏକ ଟନ୍ ଘାସର ଉପଚାର ହେବା ଦରକାର | ପକ୍କା ଚଟାଣ ଉପଚାର ପାଇଁ ସବୁଠାରୁ ଉପଯୁକ୍ତ ଅଟେ ଏବଂ ଏକ ବନ୍ଦ କୋଠରିରେ ସୁବିଧାଜନକ ହୋଇଥାଏ | ଗ୍ରୀଷ୍ମ ଋତୁରେ 21 ଦିନ ଏବଂ ଶୀତ କିମ୍ୱା ବର୍ଷା ଋତୁରେ 26 ଦିନ ପରେ ଉପଚାରିତ ଘାସକୁ ଖୋଲନ୍ତୁ | ପଶୁମାନଙ୍କୁ ଖୁଆଇବା ପୂର୍ବରୁ ପ୍ରାୟ 10 ମିନିଟ୍ ପାଇଁ ଖୋଲା ପବନରେ ଘାସକୁ ବିଛାଇ ରଖନ୍ତୁ ଯାହାଦ୍ୱାରା ଗ୍ୟାସ୍ ର ଗନ୍ଧ କମ୍ ହୋଇଯିବ | ପ୍ରଥମରେ ପଶୁମାନଙ୍କୁ କମ୍ ମାତ୍ରାରେ ଉପଚାରିତ ଚାରା ଖାଇବାକୁ ଦିଅନ୍ତୁ | ଉତ୍ସ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
377
0