AgroStar Krishi Gyaan
Pune, Maharashtra
12 Aug 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଫସଲ ପରିସଂସ୍ଥାରେ ଟ୍ରାପ କର୍ପ ଜମି ଏବଂ ଉଦ୍ୟାନକୃଷିଭିତିକ ଫସଲର କୀଟପୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ
ଏହି ଫସଲ ସ୍ୱଳ୍ପ ଅଂଚଳରେ ବୁଣାଯାଏ କିମ୍ବା ଫସଲ ଜମିର ଚାରିପାଖରେ ବୁଣାଯାଏ, ଟ୍ରାପ୍ କର୍ପ ନାମରେ ଏହା ପରିଚିତ ଏବଂ ମୁଖ୍ୟ ଫସଲର କୀଟପୋକର ଏହା ପସନ୍ଦ ଅଟେ l କୌଣସି ପ୍ରକାରର ଅତିରିକ୍ତ ଲାଭ ଉଦ୍ଦେଶ୍ୟରେ ଟ୍ରାପ୍ କର୍ପ ଚାଷ କରାଯାଏ ନାହିଁ l ମୁଖ୍ୟ ଫସଲ ଅପେକ୍ଷା ଟ୍ରାପ୍ କର୍ପ ରେ ବୟସ୍କ ମାଈ ପୋକ ଅଣ୍ଡା ଦେବାପାଇଁ ପସନ୍ଦ କରେ l ଟ୍ରାପ୍ କର୍ପ ଲଗାଯାଇ ଏବଂ ପ୍ରାକୃତିକ ଶତ୍ରୁଗୁଡ଼ିକୁ ବୃଦ୍ଧିକରି କୀଟ ଦ୍ଵାରା କ୍ଷତିକୁ ହ୍ରାସ କରାଯାଇପାରିବ l ଟ୍ରାପ୍ କର୍ପର ତଥ୍ୟଗୁଡିକ: • ବନ୍ଧାକୋବି ଫସଲର ଜମି ଚାରିପାଖେ କିମ୍ବା ପ୍ରତି 25 ଧାଡିରେ ସୋରିଷ ବୁଣା ଯାଇପାରିବ l ବନ୍ଧାକୋବି ଆକ୍ରମଣକାରୀ କୀଟ ହେଲେ, ଯଥା; ଡାଇମଣ୍ଡ ବ୍ୟାକ କୀଟ, ବନ୍ଧାକୋବି ଅପେକ୍ଷା ସୋରିଷ ଗଛରେ ଅଣ୍ଡାଦେବା ପାଇଁ ଅଧିକ ପସନ୍ଦ କରନ୍ତି l ଟ୍ରାପ୍ କର୍ପସ ଲଗାଇ ଏହି କୀଟ ଦ୍ୱାରା ହେଉଥିବା କ୍ଷତି କୁ ହ୍ରାସ କରାଯାଇପାରିବ l ଏହା ସହିତ, ଆଫିଡ ସଂଖ୍ୟା ମଧ୍ୟ ହ୍ରାସ କରାଯାଇପାରିବ l • କପା ଏବଂ ବିଲାତି ବାଇଗଣ ଫସଲରେ ପ୍ରତି ୧୦ ଧାଡିରେ ରୁଆଯିବ; ବୋଲୱାର୍ମ/ଫଳକଟା କୀଟ ପ୍ରାଥମିକ ଫସଲ ଅପେକ୍ଷା ଗେଣ୍ଡୁଫୁଲରେ ଅଣ୍ଡା ଦେବା ପାଇଁ ଅଧିକ ପସନ୍ଦ କରନ୍ତି l ସମ୍ପୂର୍ଣ୍ଣ ଫୁଟିଥିବା ଗେଣ୍ଡୁଫୁଲଗୁଡିକୁ ସମୟାନୁସାରେ ତୋଳିଦେବା ଉଚିତ l • କପା, ଚିନାବାଦାମ, ଏବଂ ଧୁଆଁପତ୍ର ଭଳି ଫସଲଗୁଡ଼ିକରେ ପତ୍ରଖିଆ ସାମ୍ବାଳୁଆ ମାନଙ୍କର ଆକ୍ରମଣକୁ ହ୍ରାସ କରିବା ପାଇଁ ଫସଲ ଜମିର ଚାରିପାଖରେ ଜଡ଼ା ଗଛ ଲଗାନ୍ତୁ l ସମୟାନୁସାରେ ଜଡ଼ା ପତ୍ରଗୁଡିକୁ ସଂଗ୍ରହ କରନ୍ତୁ ଏବଂ ପତ୍ରଗୁଡିକରେ ଥିବା ଅଣ୍ଡାର ବସା ଗୁଡିକୁ ମାରି ଦିଅନ୍ତୁ l ପତ୍ରକଟା କୀଟମାନଙ୍କ ନିମନ୍ତେ ବିଲାତି ବାଇଗଣ ଫସଲ ଜମିର ଚାରିପାଖରେ ଗେଣ୍ଡୁଫୁଲ କୁ ଟ୍ରାପ୍ କର୍ପ ଭାବରେ ଲଗାନ୍ତୁ l • ଲେମ୍ବୁର ପତ୍ରକଟା କୀଟମାନଙ୍କ ନିମନ୍ତେ ବିଲାତି ବାଇଗଣ ଫସଲକୁ ଟ୍ରାପ୍ କର୍ପ ଭାବରେ ଲଗାନ୍ତୁ ଏବଂ କିଟ୍ର ପରିଚାଳନା କରନ୍ତୁ l • ନାପିଏର ଘାସ କୁ ଫଲ ଆର୍ମିୱାର୍ମ ନିମନ୍ତେ ଟ୍ରାପ୍ କର୍ପ ଭାବରେ ବିବେଚନା କରାଯାଏ ଯାହାକି ମକା ଫସଲ ପାଇଁ କ୍ଷତିକାରକ ଅଟେ; ଏହାକୁ ଜମିର ଚାରିପାଖରେ ଲଗାଯିବ ଦରକାର l • ଲୋମଶ ସାମ୍ବାଳୁଆମାନଙ୍କ ଦ୍ୱାରା କରାଯାଉଥିବା କ୍ଷତିକୁ ହ୍ରାସ କରିବା ପାଇଁ ଚିନାବାଦାମ, ସୋୟାବିନ, ବରଗୁଡି ଭଳି ଫସଲ ଜମିର ଚାରିପାଖରେ ଛଣୀ ଗଛ ଲଗାଯାଏ l • ବନ୍ଧାକୋବି ଫସଲରେ କ୍ଷତି ଘଟାଉଥିବା ଫ୍ଲି ବିଟିଲ ନିମନ୍ତେ ମୂଳାକୁ ଟ୍ରାପ୍ କର୍ପ ଭାବରେ ବିବେଚନା କରାଯାଏ l ମୁଖ୍ୟ ପଏଣ୍ଟଗୁଡିକ: • ଟ୍ରାପ୍ କର୍ପ କୁ ମୁଖ୍ୟ ଫସଲ ସହିତ କିମ୍ବା ମୁଖ୍ୟ ଫସଲର ପୂର୍ବରୁ ଲଗାଇବା ଉଚିତ l • ଟ୍ରାପ୍ କର୍ପରେ କୌଣସି ପ୍ରକାରର କୀଟନାଶକ ସିଞ୍ଚନ କରନ୍ତୁ ନାହିଁ l ଜମିରେ ଟ୍ରାପ୍ କର୍ପକୁ ବଜାୟ ରଖିବା ପାଇଁ ଉପଯୁକ୍ତ କୃଷି ସଂକ୍ରାନ୍ତୀୟ ଅଭ୍ୟାସଗୁଡିକୁ ସମ୍ପାଦନ କରନ୍ତୁ l ଉତ୍ସ: ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଅଫ୍ ଏକ୍ସେଲେନ୍ସ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
122
0