Looking for our company website?  
AgroStar Krishi Gyaan
Pune, Maharashtra
19 Sep 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ପ୍ରଜନନକ୍ଷମ ସ୍ତରରେ ଧାନ ଫସଲରେ ଏହି କୀଟଗୁଡ଼ିକ କାରଣରୁ ଗମ୍ଭୀର ସଂକ୍ରମଣ ହୋଇଥାଏ
ଦେଶର ଅଧିକାଂଶ ଅଞ୍ଚଳରେ ଧାନ ରୁଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କେତେକ ଅଞ୍ଚଳରେ ଧାନ କେଣ୍ଡା ବାହାରିବା ପର୍ଯ୍ୟାୟ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଅପର୍ଯ୍ୟାପ୍ତ ତତ୍ତ୍ୱାବଧାନ ସ୍ଥିତିରେ, କୃଷକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି l ଆସନ୍ତୁ ଏହି ପର୍ଯ୍ୟାୟରେ ଆକ୍ରମଣ କରୁଥିବା ସମ୍ଭାବ୍ୟ କୀଟଗୁଡ଼ିକ ବିଷୟରେ ଏବଂ ଧାନ ଫସଲର କୀଟ ପତଙ୍ଗ ପରିଚାଳନା ବିଷୟରେ ଆମେ ବିଶ୍ଲେଷଣ କରିବା l • ଧାନର କାଣ୍ଡବିନ୍ଧା କୀଟ: କାଣ୍ଡର ଭିତର ଅଂଶକୁ ଶୂକ ଖାଇଯାଏ ଯାହାଦ୍ୱାରା ମଝି ଗଜାଟିରେ ଥୋଡ ବାହାରିବା ସମୟରେ ଶୁଖିଯାଏ l ଫଳରେ, ବାହାରୁଥିବା କେଣ୍ଡାରେ କୌଣସି ଦାନା ନଥାଇ ଧଳା ପଡ଼ିଯାଏ l ସଂକ୍ରମିତ ଥୋଡ ଗୁଡ଼ିକୁ ସହଜରେ ହାତରେ ଟାଣି ବାହାର କରାଯାଇପାରେ l ଧାନ ଫସଲରେ ‘ହ୍ୱାଇଟ୍ ଇୟର୍’ ଭାବରେ ଏହି ପ୍ରକାରର କ୍ଷତି ସାଧାରଣ ଅଟେ l • ଧାନ ପତ୍ରମୋଡ଼ା କୀଟ: ଶୂକ ଧାନ ପତ୍ରର ଧାରଗୁଡ଼ିକୁ ବାନ୍ଧିକରି ଗୁଡ଼ାଇ ଦିଏ ଏବଂ ଭିତରର ସବୁଜ ଅଂଶକୁ ଖାଇଯାଏ l ପତ୍ରରେ ଜାଲି ଦାଗଗୁଡ଼ିକ ଦେଖାଯାଏ, ଏବଂ ଅତ୍ୟଧିକ ସଂକ୍ରମଣ ସମୟରେ, ପତ୍ରଗୁଡ଼ିକ ଧଳା ପଡ଼ିଯାଏ ଏବଂ ସମୟାନୁକ୍ରମେ ଶୁଖିଯାଏ l • ଧାନପତ୍ର ଝିଣ୍ଟିକା: ଝିଣ୍ଟିକାଗୁଡ଼ିକ ଧାନଗଛ କାଣ୍ଡର ତଳୁ ଶସକୁ ଶୋଷିନିଅନ୍ତି l ଯାହାର ପ୍ରଭାବରେ ହଳଦିଆ ଦାଗ ଦେଖାଯାଏ, ଏବଂ ଖୁବ ଶୀଘ୍ର ପାଉଁଶିଆ ପଡିଯାଏ ଫଳସ୍ୱରୂପ ଗଛଟି ଶୁଖିଯାଏ l ଧାନ ଗଛ ପୋଡ଼ିଗଲା ପରି ଦେଖାଯାଉଥିବା, ଲକ୍ଷଣଗୁଡ଼ିକ ହପର ବର୍ଣ୍ଣ ବୋଲି ଜଣାଯାଏ | ସଂକ୍ରମଣ ବିଶେଷତଃ ଜମିର ମଧ୍ୟଭାଗରୁ ଆରମ୍ଭ ହୁଏ ଏବଂ ବୃତ୍ତାକାରରେ ବ୍ୟାପିଯାଏ l କେଣ୍ଡାଗୁଡ଼ିକ ବାହାରେ ନାହିଁ କିମ୍ବା ସେଥିରେ ଦାନା ରହେ ନାହିଁ ଏବଂ ସଂକ୍ରମିତ ଫସଲରେ ଧାନର ଚଷୁଗୁଡ଼ିକ କୋମଳ ହୋଇଥାଏ l • ଧାନ ସ୍କିପର: ଶୂକ ଧାନ ପତ୍ରର ଧାରକୁ ଖୁବଶୀଘ୍ର ଗୁଡ଼େଇଦିଏ ଏବଂ ତାର ଭିତର ଅଂଶକୁ ଖାଇଦିଏ l ଏହା ପତ୍ରର ମୋଡାଭିତରେ ରହି ପତ୍ରଗୁଡ଼ିକୁ କାଟିପକାଏ l • ଶିଙ୍ଗଥିବା ସଂବାଳୁଆ: ଶୁଣ୍ଢ ଉପରେ, ଶୂକ ର ମୁଣ୍ଡ ଭାଗରେ ଦୁଇଟି ଲାଲ ରଙ୍ଗର ଶିଙ୍ଗ ଭଳି ରହିଥାଏ l ଏହା ପତ୍ରର ଧାର ଅଂଶରୁ ଖାଇବା ଆରମ୍ଭ କରେ ଏବଂ ମଝି ଅଂଶରେ ପହଞ୍ଚେ l • ନୀଳ କୀଟ: ଏହି ପୋକଟି ପତ୍ରର ସବୁଜ ଅଂଶକୁ ଖାଇଦିଏ l ଏହି ସ୍ୱତନ୍ତ୍ର ପ୍ରକାରର ଖାଇବା ଅଭ୍ୟାସ ଯୋଗୁଁ, ପତ୍ରର ମଝି ଶିରା ସହିତ ସମାନ୍ତରାଳରେ ଧଳା ଦାଗ ଦେଖାଯାଏ l • ରାଇସ ଇୟର୍ ହେଡ୍ ବଗ୍: ଏହି ପୋକଟି ଏକ ଦୁର୍ଗନ୍ଧ ନିର୍ଗତ କରେ ଏବଂ ସେଇଥିପାଇଁ ଏହା ମଧ୍ୟ "ଗନ୍ଧୀ ପୋକ" ନାମରେ ପରିଚିତ l କ୍ଷୀର ଢୋକିବା ସମୟରେ ଉଭୟ ମାଈ ଏବଂ ବୟସ୍କ କୀଟ ଶସ୍ୟର ଶସକୁ ଶୋଷି ଦିଅନ୍ତି l ଫଳସ୍ୱରୂପ, ଶସ୍ୟଗୁଡ଼ିକ ପରିପକ୍ଵ ହୋଇପାରେ ନାହିଁ ଏବଂ ଫମ୍ପା ରହେ l • ଆର୍ମିୱାର୍ମ: ଏହା ମଧ୍ୟ "କେଣ୍ଡା କଟା ଶୂକ" ନାମରେ ପରିଚିତ ଅଟେ l ଶୂକ ବାହାରିଥିବା କେଣ୍ଡାଗୁଡ଼ିକୁ କାଟିପକାଏ, ଯାହା ଭୂମି ଉପରେ ପଡ଼ିଥିବାର ଦେଖାଯାଇପାରେ l • ସିଥ ମାଇଟସ: ଏହି କୀଟ ପତ୍ରଗୁଡ଼ିକରୁ ଶସକୁ ଶୋଷି ପକାଏ ଏବଂ ଏହା ପତ୍ରରେ ପ୍ରବେଶ କରିବାକୁ କବକ(ମଞ୍ଜ ସଢା) ପାଇଁ ସହଜ ଏବଂ ଶୀଘ୍ର କରିଦିଏ l ପ୍ରତ୍ୟକ୍ଷ ଫଳସ୍ୱରୂପ, ସମସ୍ତ ଦାନାଗୁଡ଼ିକ କେଣ୍ଡାରେ ରହେ ନାହିଁ ଏବଂ ଧୂସର ରଙ୍ଗ ହୋଇଯାଏ l • କଙ୍କଡ଼ା: ସେଗୁଡ଼ିକ ଧାନ ଗଛର ପାଣିରେ ଲାଗି ରହୁଥିବା ଅଂଶକୁ କାଟି ଦିଅନ୍ତି l ଏହା ବ୍ୟତିତ, ହିଡ଼ରେ ଗାତ କରନ୍ତି ଯାହା ଫଳରେ, ଧାନ ଜମିରୁ ପାଣି ବାହାରିଯାଏ l • ମୂଷା: ସେଗୁଡ଼ିକ ଧାନର ପରିପକ୍ଵ କେଣ୍ଡାଗୁଡ଼ିକୁ କାଟି ଦିଅନ୍ତି ଏବଂ ନିଜର ଗାତ ଗୁଡ଼ିକରେ ଗଚ୍ଛିତ କରି ରଖନ୍ତି l
ରାସାୟନିକ ପରିଚାଳନା: • ତଳି ରୋଇବା ପୂର୍ବରୁ ତଳିର ଚେରଗୁଡ଼ିକୁ ୦.୦୨% କ୍ଲୋରୋପାଇରିଫସ ୨୦ ଇସି + ୧% ୟୁରିଆରେ ୪ ଘଣ୍ଟା ପର୍ଯ୍ୟନ୍ତ ବୁଡା଼ଇ ରଖନ୍ତୁ l • ତଳି ରୋଇବାର ୧୦ ରୁ ୧୫ ଦିନ ପରେ କ୍ୱିନାଲଫସ ଦାନାଗୁଡ଼ିକୁ ୧.୦ କିଲୋଗ୍ରାମ୍ ଏଆଇ/ଏଚ୍ଏ ମାତ୍ରାରେ ପ୍ରୟୋଗ କରନ୍ତୁ l • ନୂତନଭାବରେ ଅଣ୍ଡା ଦେଉଥିବା କାଣ୍ଡବିନ୍ଧା ଶୂକ ଗୁଡ଼ିକ ଉପରେ ଦୁଇଥର କ୍ୱିନାଲଫସ କିମ୍ବା ଫସଫୋମିଡାନ ୦.୫ କିଲୋଗ୍ରାମ୍ ଏଆଇ/ଏଚ୍ଏ ମାତ୍ରାରେ ୭ ଦିନ ଅବଧିରେ ସ୍ପ୍ରେ କରନ୍ତୁ l • ଗୁଣ୍ଡି ପୋକ ବିରୁଦ୍ଧରେ ମାଲାଥିଅନ ସହିତ ଆଇଏସ(IS) ଝାଡ଼ିବା(ପକାଇବା) ଫଳପ୍ରଦ ଅଟେ l • ଆର୍ମିୱାର୍ମ ସଂକ୍ରମଣ ସ୍ଥଳରେ, ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟାବେଳେ ଫସଲରେ ୦.୫ କି.ଗ୍ରା. ଏଆଇ/ଏଚ୍ଏ ମାତ୍ରାରେ ନୁଭାନ ସ୍ପ୍ରେ କରନ୍ତୁ l ଜୈବିକ ପରିଚାଳନା: • ଧାନ ଫସଲରେ କାଣ୍ଡବିନ୍ଧା କୀଟ ଅଣ୍ଡା ଦେବା ସମୟରେ ଜମିରେ ସାପ୍ତାହିକ ବ୍ୟବଧାନରେ ହେକ୍ଟର ପିଛା 50,000 ମାତ୍ରାରେ ପରାସିଟୋଏଡ ଟ୍ରାଇକୋଗ୍ରାମା ଯାପୋନିକମର ଅଣ୍ଡା ଛାଡ଼ିବା ବହୁତ ଫଳପ୍ରଦ ଅଟେ l ସାଇଟୋରିନଶ ଲିଭିଡିପେନିସ ଭଳି ମାୟାର୍ଡ କୀଟ @ 50 – 75 ଅଣ୍ଡା/m2 ମୁକ୍ତ କରନ୍ତୁ ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
329
40