Looking for our company website?  
AgroStar Krishi Gyaan
Pune, Maharashtra
15 Sep 19, 06:30 PM
ପଶୁ ପାଳନପଶୁ ବିଜ୍ଞାନ କେନ୍ଦ୍ର, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ
ବନ୍ୟା ସମୟରେ ନିଜର ପଶୁସମ୍ପଦର ଯତ୍ନ ନିଅନ୍ତୁ
ବନ୍ୟା କାରଣରୁ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଗମ୍ଭୀର ସମସ୍ୟା ଦେଖାଯାଇଥାଏ | ଯେତେବେଳେ ବନ୍ୟା ହାର ବୃଦ୍ଧି ପାଇଥିବା ସମୟରେ ଗୃହପାଳିତ ପଶୁଙ୍କ ଉପରେ ବିପଦସଙ୍କୁଳ କୀଟପତଙ୍ଗ, ସାପ, ଇତ୍ୟାଦି ଆକ୍ରମଣ କରିଥାଆନ୍ତି | ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଚୁର ପାଣି ଏବଂ ଚାରା ପର୍ଯାପ୍ତ ନ ହୁଏ ତେବେ ପଶୁସମ୍ପଦ ଅନାହାରରେ ମରିଯାଆନ୍ତି | ଏପରି ଉଦ୍ଦେଶ୍ୟ ପାଇଁ, ଗୃହପାଳିତ ପଶୁମାନଙ୍କର ଯତ୍ନ ନେବା ପାଇଁ ଉଲ୍ଲେଖଯୋଗ୍ୟ ନିର୍ଦ୍ଦେଶାବଳୀଗୁଡ଼ିକ ତଳେ ଦିଆଯାଇଛି | ପଶୁସମ୍ପଦ ସୁରକ୍ଷାର ଉପାୟ: • ଗୃହପାଳିତ ପଶୁମାନଙ୍କୁ ବାନ୍ଧନ୍ତୁ ନାହିଁ, ସେମାନଙ୍କୁ ଖୋଲା ରଖନ୍ତୁ | • ବନ୍ୟାଞ୍ଚଳରେ ପଶୁମାନଙ୍କୁ ଉଚ୍ଚ ଏବଂ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ | • ପଶୁମାନଙ୍କୁ ନେବା ସମୟରେ ସେହି ସ୍ଥାନରେ ଶୁଖିଲା ଚାରା ଏବଂ ପାଣିର ସମ୍ପୂର୍ଣ୍ଣ ପରିଚାଳନା କରନ୍ତୁ | ବନ୍ୟା ଶେଷ ହେବା ପରେ ପୂର୍ବ ସତର୍କତା ପାଳନ କରନ୍ତୁ: • ସୁନିଶ୍ଚିତ କରନ୍ତୁ କି ପଶୁମାନେ ମ‍ଇଳା ପାଣି ନ ପିଅନ୍ତୁ | • ଯଦି ପଶୁମାନଙ୍କୁ ବନ୍ୟାରେ ନିମୋନିଆ, ଡ଼ାଇରିଆ, ଏବଂ ଚର୍ମ ରୋଗର ଲକ୍ଷଣ ଦେଖାଯାଏ, ତେବେ ନିକଟସ୍ଥ ପଶୁ ଡ଼ାକ୍ତରଖାନାର ପଶୁ ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରନ୍ତୁ | • ମୃତ ପଶୁସମ୍ପଦର ତତ୍‌କାଳ ପଞ୍ଜୀକରଣ ପାଇଁ ଗ୍ରାମ ପଞ୍ଚାୟତ ସହିତ ସମ୍ପର୍କ କରନ୍ତୁ | ପଶୁସମ୍ପଦର ଶବ ବ୍ୟବଚ୍ଛେଦ ସ୍ଥାନୀୟ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା କରାଯିବା ଉଚିତ ଯାହାଦ୍ୱାରା ସରକାରୀ ସହାୟତା ପ୍ରାପ୍ତ କରିବାରେ କୌଣସି ଅସୁବିଧା ହେବ ନାହିଁ | • ବନ୍ୟା ଶେଷ ହେବା ପରେ କେବଳ ସ୍ଥାନୀୟ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ପ୍ରାପ୍ତ କରିବା ପରେ, ପଶୁମାନଙ୍କୁ ସେମାନଙ୍କର ମୂଳ ସ୍ଥାନକୁ ନେଇଯାଆନ୍ତୁ | • ଯଦି ବର୍ଷା କାରଣରୁ ଶୁଖିଲା ଚାରା ଅତ୍ୟଧିକ ଓଦା ନ ହୋ‍ଇଥାଏ, ତେବେ ଶୁଖାଇବା ପରେ ପଶୁମାନଙ୍କୁ ସେଥିମଧ୍ୟରୁ କିଛି ଚାରା ଖାଇବାକୁ ଦିଅନ୍ତୁ | ଯଦି ଏହା ଅତ୍ୟଧିକ ଓଦା ହୋ‍ଇଥାଏ, ତେବେ ଏହାକୁ କାଢି ଦିଅନ୍ତୁ | ଉତ୍ସ: ପଶୁ ବିଜ୍ଞାନ କେନ୍ଦ୍ର, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
230
0