AgroStar Krishi Gyaan
Pune, Maharashtra
03 Jun 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୋଲାର ଲାଇଟ ଟ୍ରାପ୍ – ସମନ୍ୱିତ କୀଟ ପରିଚାଳନା
ସମନ୍ୱିତ କୀଟ ପରିଚାଳନା (ଆଇପିଏମ), ସମନ୍ୱିତ କୀଟ ନିୟନ୍ତ୍ରଣ (ଆଇପିସି) ନାମରେ ମଧ୍ୟ ଜଣା ଯାଇଥାଏ, ଯାହାର ଦୃଷ୍ଟିକୋଣ ଅନୁଯାୟୀ ବ୍ୟୟସୁଲଭ କୀଟ ନିୟନ୍ତ୍ରଣ ପ୍ରକ୍ରିୟା ଗୁଡ଼ିକୁ କାର୍ଯ୍ୟକାରୀ କରା ଯାଇଥାଏ | ଏଥିରେ, ବିଭିନ୍ନ ପ୍ରକାରର ଜାଲ ବ୍ୟବହାର କରି କୀଟଙ୍କୁ ନିୟନ୍ତ୍ରଣ କରା ଯାଇଥାଏ | ଲାଇଟ୍ ଟ୍ରାପ୍ ବ୍ୟବହାର କରାଯାଇ ସମସ୍ତ ପ୍ରକାରର କୀଟଙ୍କୁ ଆକର୍ଷିତ କରା ଯାଇଥାଏ | ଲାଇଟ ଟ୍ରାପର ଉପକାରିତା 1) ରାତି ହେବା ସମୟରେ, ଆଲୋକ ପ୍ରତି ବଡ଼ କୀଟ ଗୁଡ଼ିକ ଆକର୍ଷିତ ହୋଇଥାନ୍ତି | ସ୍ୱତନ୍ତ୍ର ଲାଇଟ୍ ବଲ୍ବ ମାଧ୍ୟମରେ କୀଟଙ୍କୁ ଆକର୍ଷିତ କରିବା ପାଇଁ ସେହି ସମାନ ପ୍ରକାରର ପଦ୍ଧତି ଅବଲମ୍ବନ କରାଯାଇଥାଏ | 2) ଏହି ଆଲୋକ ଦ୍ୱାରା ରାତିରେ 6ଟାରୁ 10ଟା ପର୍ଯ୍ୟନ୍ତ କୀଟଙ୍କୁ ଆକର୍ଷିତ କରା ଯାଇପାରିବ | ଏହି କୀଟଙ୍କୁ କାବୁ କରିବା ପାଇଁ ଆଲୋକର ଠିକ୍ ତଳେ ଏକ ଖୋଲା ପାତ୍ରରେ ସାରର ମିଶ୍ରଣ ଅବା କିରୋସିନ୍ ରଖନ୍ତୁ; ଯାହାଫଳରେ, ଏହି କୀଟ ଗୁଡ଼ିକ ମିଶ୍ରଣରେ ପଡ଼ିଯିବେ ଏବଂ ନିୟନ୍ତ୍ରିତ ହୋଇ ରହିବେ | 3) ଯେତେବେଳେ ଜୀବନ ଚକ୍ର ପୁନର୍ବାର ଆରମ୍ଭ ହୋଇଥାଏ, ଏହି କୀଟଗୁଡ଼ିକୁ ସେମାନଙ୍କର ପ୍ରାପ୍ତ ବୟସରେ ନିୟନ୍ତ୍ରଣ କରା ଯାଇପାରିବ | ସେମାନଙ୍କର ବୟସ ଅବସ୍ଥାରେ, ଦୀର୍ଘ ସମୟ ପାଇଁ କୀଟ ଦାଉରୁ ରକ୍ଷା ପାଇବା ଲାଗି ଏହି କୀଟ ଗୁଡ଼ିକୁ ମାରି ଦେବା ସୁବିଧାଜନକ ହୋଇଥାଏ | ନିୟନ୍ତ୍ରିତ ହେଉଥିବା କୀଟ 1. ଅଙ୍ଗୁର, ଆମ୍ବ ଏବଂ ଅନ୍ୟ ଫଳ ଗଛରେ ହେଉଥିବା ଧଳା ପୋକ, ବଡ଼ ଲାଙ୍ଗୁଡ଼ା ପୋକ, ଏବଂ କୀଟ ପତଙ୍ଗଙ୍କୁ ଜାଲ ଅବା ଟ୍ରାପ୍ ଆକର୍ଷିତ କରିଥାଏ | 2. ଜୁନରେ ମୌସୁମୀ ପ୍ରାରମ୍ଭ ସମୟରେ ଅନେକ କୀଟ ଗୁଡ଼ିକୁ ସେମାନଙ୍କର ବୟସ ଅବସ୍ଥାରେ ନିୟନ୍ତ୍ରିତ କରା ଯାଇପାରେ | ଲାଇଟ ଟ୍ରାପ୍ ବ୍ୟବହାର କରିବା ବେଳେ ହେଉଥିବା ସମସ୍ୟା 1) ଲୋଡ୍ ସେଡିଂ ଲାଗି ଲାଇଟ ଟ୍ରାପ୍ ଗୁଡ଼ିକ ଗ୍ରାମାଂଚଳରେ କ୍ରମାଗତ ଭାବେ ବ୍ୟବହାର କରି ହୁଏନାହିଁ | ସନ୍ଧ୍ୟା 6 ଟାରୁ ରାତି 10ଟା ପର୍ଯ୍ୟନ୍ତ ଅନବରତ ଭାବେ ଲାଇଟ୍ ଟ୍ରାପ୍ ଲଗାଇ ରଖିବା ଏକ ଆହ୍ୱାନ ଅଟେ | 2) ମୌସୁମୀ ଋତୁରେ ଲାଇଟ ଟ୍ରାପ୍ ର ବ୍ୟବହାର ବହୁଳ ହୋଇଥାଏ | ବର୍ଷା ଋତୁ ସମୟରେ, ବିଦ୍ୟୁତ ସରବରାହ ସଠିକ ନହେବା ପ୍ରମୁଖ କାରଣ ଅଟେ | ବଲ୍ବ ଗୁଡ଼ିକର ରକ୍ଷଣାବେକ୍ଷଣରେ ବର୍ଷା ପ୍ରମୁଖ ବାଧା ସୃଷ୍ଟି କରିଥାଏ | 3) ଏହାର ନିଷ୍କର୍ସ ଭାବେ ଗୋଟିଏ ଏକର ଜମିରେ ଗୋଟିଏ ସୋଲାର ଟ୍ରାପ୍ ଲଗାଇବା ଆବଶ୍ୟକ | ସୂର୍ଯ୍ୟାସ୍ତ ହେବା ପରେ ସନ୍ଧ୍ୟା ବେଳେ ଲାଇଟ୍ ଟ୍ରାପ୍ ସ୍ୱତଃପ୍ରବୃତ୍ତ ଭାବେ ଚାଲି 4 ଘଣ୍ଟା ଜଳି ବନ୍ଦ ହୋଇଥାଏ | ଉତ୍ସ: ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଅଫ୍ ଏକ୍ସିଲେନ୍ସି
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
579
0