Looking for our company website?  
AgroStar Krishi Gyaan
Pune, Maharashtra
26 Sep 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସେମିଲୋପର ଏବଂ ପତ୍ର-ଭକ୍ଷଣକାରୀ ସଁବାଳୁଆ ରୁ ନିଜର କାଷ୍ଟୋର ଫସଲ କୁ ବଞ୍ଚାନ୍ତୁ
ଦେଶର ସର୍ବାଧିକ ଭାଗରେ କାଷ୍ଟୋର ଫସଲ ଚାଷ କରାଯାଏ | ଏହି ଫସଲର ଚାଷ କିଛି ରାଜ୍ୟରେ ଚିନାବାଦାମ ଏବଂ କପାରେ ଅନ୍ତଃକୃଷି ଭାବରେ ମଧ୍ୟ ଚାଷ କରାଯାଇଥାଏ | କିଛି ଶୋଷଣକାରୀ କୀଟଙ୍କ ବ୍ୟତିତ, ସେମିଲୋପର ଏବଂ ପତ୍ର-ଭକ୍ଷଣକାରୀ ସଁବାଳୁଆ ସାଧାରଣତଃ ଜୈବିକ ପଦାର୍ଥର ବୃଦ୍ଧି ମଧ୍ୟରେ କାଷ୍ଟୋର ଫସଲକୁ କ୍ଷତି ପହଞ୍ଚାଇଥାଆନ୍ତି |
କାଷ୍ଟୋର ସେମିଲୋପର ଗଛରେ ଚାଲିବା ସମୟରେ ଅର୍ଦ୍ଧ-ଲୁପ୍‌ ହୋ‍ଇଯାଏ ଏବଂ ସେଥିପାଇଁ ଏହା “ସେମିଲୋପର” ଭାବରେ ଜଣାଯାଏ | ଏହାର ଶରୀର ଉପରେ ଏକାଧିକ ରଙ୍ଗର ଲମ୍ବା ସରୁ ଚିହ୍ନ/ଦାଗ ରହିଥାଏ | ଛୋଟ ଶୂକ ଅଧିଚର୍ମର ସ୍ତରକୁ ରାମ୍ପି ଥାଆନ୍ତି, ଯଦିଓ ବଡ଼ ସଁବାଳୁଆ କେବଳ ମଧ୍ୟମ ଶିରା ଏବଂ କାଣ୍ଡକୁ ଛାଡ଼ି ଭିତର କୋଣରୁ ପତ୍ରକୁ ଶୀଘ୍ର ଖାଇଯାଆନ୍ତି | ଏହା ମଧ୍ୟ ଶୀଘ୍ର ଖାଇଯାଉଥିବା ସଁବାଳୁଆ ଭାବରେ ଜଣାଯାଏ | ଅତ୍ୟଧିକ ବହୁଳତା ଉପରେ, ସେଗୁଡ଼ିକ ମଧ୍ୟ କାଷ୍ଟୋର ବୀଜକୋଷ ର ଶସ୍ୟକେଣ୍ଡା ଏବଂ ମଞ୍ଜିକୁ ଖାଇଯାଆନ୍ତି | ଏହି ବୟସ୍କ ସଁବାଳୁଆ ଲେମ୍ବୁଜାତୀୟ ଫଳର କୋଷିକାରୁ ରସ ଶୋଷି ନିଅନ୍ତି | ସେମାନେ ଗ୍ରୀଷ୍ମଋତୁରେ କୋଳି (ବେର) ଗଛ ଉପରେ ଜୀବିତ ରହିଥାଆନ୍ତି | ପତ୍ର-ଭକ୍ଷଣକାରୀ ସଁବାଳୁଆର ଏକ ଛୋଟ ସ୍ତର ପତ୍ରର ତଳ ଭାଗରେ ରହିକରି ଅଧିଚର୍ମର ସ୍ତରକୁ ରାମ୍ପିଥାଆନ୍ତି ଏବଂ ଉପର ସ୍ତରକୁ ଯଥାସ୍ଥିତ ରଖିଥାଏ, ଯେଉଁଠାରେ ଅର୍ଦ୍ଧ ସ୍ୱଚ୍ଛ ଦାଗମାନ ଦେଖାଯାଏ | ଆଗାମୀ ପର୍ଯ୍ୟାୟରେ, ଶୂକଗୁଡ଼ିକ ବ୍ୟାପିଯାଆନ୍ତି ଏବଂ ପତ୍ର, ଶୀର୍ଷ କଢ ଏବଂ ବୀଜକୋଷକୁ ଖାଇଯାଆନ୍ତି | ଅକୀଭୂତ ପରିଚାଳନା: • ସାଧାରଣତଃ, ଅଗଷ୍ଟ ମାସର ଦ୍ୱିତୀୟ ପକ୍ଷ ମଧ୍ୟରେ ବୁଣା ଯାଇଥିବା ଫସଲରେ ସେମିଲୋପରର ସଂକ୍ରମଣ କମ୍‌ ହୋ‍ଇଥାଏ | • ସେମିଲୋପର ଏବଂ ପତ୍ର-ଭକ୍ଷଣକାରୀ ସଁବାଳୁଆର ମଥକୁ ଆକର୍ଷିତ କରିବା ଏବଂ ମାରିବା ପାଇଁ ଏକ ହାଲକା ଜାଲ୍‌ ଲଗାନ୍ତୁ | • ପତ୍ର-ଭକ୍ଷଣକାରୀ ବୟସ୍କ ସଁବାଳୁଆକୁ ନିୟନ୍ତ୍ରଣ କରିବା ପାଇଁ, ଏକର ପିଛା 5-6 ଫେରୋମୋନ୍‌ ଜାଲ୍‌ ଲଗାନ୍ତୁ | • ପ୍ରଥମେ ଦଳ ଦଳ ହୋ‍ଇଥିବା ଶୂକକୁ ଏକାଠି କରନ୍ତୁ ଏବଂ ପତ୍ର-ଭକ୍ଷଣକାରୀ ମାଈ ମଥ ଦ୍ୱାରା ଦିଆଯାଇଥିବା ଅଣ୍ଡାକୁ ନଷ୍ଟ କରିଦିଅନ୍ତୁ | • କୌଣସି କୀଟନାଶକ ସିଞ୍ଚନ କରିବା ପୂର୍ବରୁ, (ହାତରେ ଉଠାଇ) ସଂଗ୍ରହ କରନ୍ତୁ ଏବଂ କାଷ୍ଟୋର ସେମିଲୋପର ଏବଂ ପତ୍ର-ଭକ୍ଷଣକାରୀ ସଁବାଳୁଆ ବଡ଼ ଶୂକଗୁଡ଼ିକୁ ନଷ୍ଟ କରିଦିଅନ୍ତୁ | • ହେକ୍ଟର ପିଛା ବୈସିଲସ୍‌ ଥୁରିଂଜିନିସିସ୍‌ (ବ୍ୟାକ୍ଟେରିଆ ଆଧାରିତ ପାଉଡ଼ର) @1-1.5 କିଲୋଗ୍ରାମ୍‌ ସିଞ୍ଚନ କରନ୍ତୁ | • ହେକ୍ଟର ପିଛା ପତ୍ର-ଭକ୍ଷଣକାରୀ ସଁବାଳୁଆ’ର ନ୍ୟୁକ୍ଲିଅର ପଲିହାଇଡ୍ରୋସିସ୍‍‍ ଭାଇରସ୍‌ (ଏସଏନପିଭି) @ 250 ଏଲୟୁ ସିଞ୍ଚନ କରନ୍ତୁ | • ସାଧାରଣତଃ ଭାବରେ, ଶିକାରୀ ପକ୍ଷୀ କାଷ୍ଟୋର ସେମିଲୋପର ଶୂକକୁ ଖାଇଯାଆନ୍ତି | ଖେତରେ ଶିକାରୀ ପକ୍ଷୀମାନଙ୍କୁ ଆକର୍ଷିତ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟ ପ୍ରକ୍ରିୟା କରନ୍ତୁ | • ପ୍ରତି 10 ଲିଟର ପାଣିରେ ନିମ୍ବ ମଞ୍ଜି ଶସର ସସପେନସନ୍‌ (କାର୍ଯ୍ୟଚ୍ୟୁତ) @ 5% କିମ୍ବା ନିମ୍ବ ମଞ୍ଜିର ଏକ୍ସଟ୍ରାକ୍ଟ @ 10% କିମ୍ବା ନିମ୍ବ ଆଧାରିତ ଫର୍ମୁଲେସନ୍‌ @ 10 (1% ଇସି) ରୁ 40 ମିଲିଲିଟର (0.15% ଇସି) ମିଶାଇ ସିଞ୍ଚନ କରନ୍ତୁ • ପ୍ରତି 4ଟି ଗଛକୁ ପାର କରିବା ପରେ କାଷ୍ଟୋର ସେମିଲୋପର ଶୂକର ବହୁଳତା ଥିବା ସମୟରେ କେବଳ କୀଟନାଶକ ସିଞ୍ଚନ କରନ୍ତୁ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
155
4