AgroStar Krishi Gyaan
Pune, Maharashtra
12 May 19, 06:00 PM
ପଶୁ ପାଳନଗାଁ କନେକସନ୍‌
ଗ୍ରୀଷ୍ମ ଦିନରେ ପଶୁମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରନ୍ତୁ
ଗ୍ରୀଷ୍ମ ଦିନରେ ପଶୁପାଳକମାନେ ପଶୁମାନଙ୍କର ଯତ୍ନ ଅଧିକ ନେବା ଦରକାର l ଏହି ସମୟରେ ପଶୁମାନେ ଅତ୍ୟଧିକ ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହୋଇପାରନ୍ତି l ଗ୍ରୀଷ୍ମ ପ୍ରବାହ ଦ୍ୱାରା ପଶୁମାନଙ୍କର ଚର୍ମ ସଂକୁଚିତ ହୋଇଯାଏ ଏବଂ ଦୁଗ୍ଧ ଦେଉଥିବା ପଶୁମାନଙ୍କର ଦୁଗ୍ଧ ଦେବାର ପରିମାଣ କମିଯାଏ l ପଶୁପାଳକମାନେ ପଶୁମାନଙ୍କର ଉପଯୁକ୍ତ ସମୟରେ ଚିକିତ୍ସା କରାଇ ସେମାନଙ୍କୁ ରକ୍ଷା କରିପାରିବେ l ଯଦି ପଶୁଟି ସାଙ୍ଘାତିକ ଅବସ୍ଥାରେ ରହିଛି ତେବେ ସଂଗେ ସଂଗେ ପଶୁଚିକିତ୍ସକଙ୍କ ପାଖକୁ ଯାଆନ୍ତୁ l
ଲକ୍ଷଣଗୁଡ଼ିକ ଯେତେବେଳେ ପଶୁ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପ୍ରଭାବିତ ହୁଏ, ଏହା ୧୦୬ ରୁ ୧୦୮ ଡିଗ୍ରୀ ଉଚ୍ଚ ତାପମାତ୍ରା ଜ୍ୱରରେ ଆକ୍ରାନ୍ତ ହୁଏ l ପଶୁଟି ମାନ୍ଦା ହୋଇଯାଏ ଏବଂ ଖାଇବାରେ ଆଗ୍ରହ ଦେଖାଏ ନାହିଁ l ଏହାର ଜିଭ ପାଟିର ଆଗକୁ ବାହାରି ପଡ଼େ ଏବଂ ଏହା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ l ଏହାର ପାଟି ଚାରିପାଖରେ ଫେଣ ଦେଖାଯାଏ l ଚିକିତ୍ସା ● ଏହି ଋତୁରେ ପଶୁମାନେ ପ୍ରାୟତଃ ଶୋଷିଲା ଥାଆନ୍ତି l ଦିନକୁ ଅତିକମରେ ପଶୁମାନଙ୍କୁ ତିନିଥର ପାଣି ଦିଅନ୍ତୁ, ଯାହାଦ୍ୱାରା ତାଙ୍କର ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇପାରିବ l ● ଏହାଛଡ଼ା କିଛି ପରିମାଣର ଲୁଣ ଏବଂ ଅଟା ପାଣିରେ ଗୋଳେଇ ପିଇବାକୁ ଦେବା ଉଚିତ l ● ଗୁହାଳକୁ ବିଶୁଦ୍ଧ ବାୟୁ ଆସିବା ପାଇଁ ଉତ୍ତମ ରୂପେ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ l ● ଗ୍ରୀଷ୍ମ ଦିନରେ ଗୋରୁମାନଙ୍କୁ ଗାଧୋଇଦେବା ଦରକାର, ନିର୍ଦ୍ଧିଷ୍ଟ ଭାବରେ ମଇଁଷିମାନଙ୍କୁ ଥଣ୍ଡା ପାଣିରେ ଗାଧୋଇଦେବା ଦରକାର l ● ପଶୁମାନଙ୍କୁ ଯଥେଷ୍ଟ ପରିମାଣର ଥଣ୍ଡା ଜଳ ପିଇବାକୁ ଦେବା ଆବଶ୍ୟକ l ● ପଶୁମାନଙ୍କୁ ଟିଣ ଛପର କିମ୍ବା ନୁଆଁଣିଆ ଛାତ ତଳେ ରଖିବା ଉଚିତ l ● ପଶୁମାନଙ୍କୁ ସବୁଜ ଚାରା ଦିଅନ୍ତୁ l ସବୁଜ ଏବଂ ପୋଷକପୂର୍ଣ୍ଣ ଚାରା ଅଧିକ ଶକ୍ତି ଯୋଗାଇଥାଏ ଏବଂ ଏହା ୭୦-୯୦ ପ୍ରତିଶତ ଜଳ ଧାରଣ କରିଥାଏ, ଯାହା କି ସମୟାନୁସାରେ ସେମାନଙ୍କର ଶରୀରରେ ଜଳ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ l ଉତ୍ସ-ଗାଓଁ କନେକ୍ସନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
309
47