AgroStar Krishi Gyaan
Pune, Maharashtra
21 Apr 19, 06:00 PM
ପଶୁ ପାଳନଏଗ୍ରୋୱନ
ଦୁଗ୍ଧ ଦେଉଥିବା ପଶୁମାନଙ୍କ ପାଇଁ ସନ୍ତୁଳିତ ଆହାର ଯୋଗାଇଦିଅନ୍ତୁ
ଉପଯୁକ୍ତ ବୃଦ୍ଧି ଏବଂ ଦୁଗ୍ଧ ଉତ୍ପାଦନ ପାଇଁ ଗାଇଗୋରୁମାନେ ବିଭିନ୍ନ ପ୍ରକାର ଖାଦ୍ୟ ଦରକାର କରନ୍ତି l ସେମାନଙ୍କର ବୟସ, ଦୁଗ୍ଧ ଉତ୍ପାଦନର ପରିମାଣ ଉପରେ ନିର୍ଭର କରି କମ ଖର୍ଚ୍ଚରେ ଆହାରକୁ ସନ୍ତୁଳିତ କରାଯିବ ଉଚିତ, ଗାଇଗୋରୁମାନଙ୍କୁ ଯଥେଷ୍ଟ ପରିମାଣର ଗୋଖାଦ୍ୟ ଯୋଗାଇଦେବା ଉଚିତ l
ସୁଫଳ ଗୁଡ଼ିକ: • ଉପଲବ୍ଧ ଗୋଖାଦ୍ୟର ଉପଯୁକ୍ତ ବ୍ୟବହାର ହେତୁରୁ ଦୁଗ୍ଧ ଉତ୍ପାଦନର ଲିଟର ପିଛା ଖର୍ଚ୍ଚ କମ ହୋଇଯିବ l • ଦୁଗ୍ଧ ଉତ୍ପାଦନ ଏବଂ ଏହାର ଚର୍ବି, ଏସ.ଏନ.ଏଫ. ରେ ବୃଦ୍ଧି ଘଟେ l • ପଶୁର ଶରୀରର ବୃଦ୍ଧି ଭଲ ହୁଏ ଏବଂ ମୋଟାମୋଟି ସ୍ୱାସ୍ଥ୍ୟ ଭଲ ରହେ l • ଏହା ଗାଈ ଏବଂ ମଇଁଷୀ କ୍ଷେତ୍ରରେ ପ୍ରଜନନ କ୍ଷମତାର ବିକାଶ କରେ l • ବାଛୁରୀ ଏବଂ ଛୁଆ ଜନ୍ମ କରିବାର ଅନ୍ତରକୁ ହ୍ରାସ କରି ପ୍ରତ୍ୟେକ ବର୍ଷ ଗାଈ କିମ୍ବା ମଇଁଷୀ ଛୁଆ ଦେଇ ପାରିବେ l • ବାଛୁରୀକୁ ଏକ ଉପଯୁକ୍ତ ସମୟରେ ଛୁଆ ଜନ୍ମ କରିବାର ବୟସରେ ଉପନୀତ ହେବାପାଇଁ ସାହାଯ୍ୟ କରେ l ପ୍ରସଙ୍ଗ -ଆଗ୍ରୋଓନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
546
11