AgroStar Krishi Gyaan
Pune, Maharashtra
14 Jul 19, 06:00 PM
ପଶୁ ପାଳନwww.vetextension.com
ଦୁଗ୍ଧ ଦେଉଥିବା ଗାଈଗୋରୁଙ୍କୁ ବାହ୍ୟ ପରଜୀବୀ ମାନଙ୍କଠାରୁ ସୁରକ୍ଷା ପ୍ରଦାନ
ବାହ୍ୟ ପରଜୀବୀ ଗୁଡିକ ଗାଈଗୋରୁ ମାନଙ୍କର ଲୋମ ଏବଂ ଚର୍ମରେ ରୁହନ୍ତି ଏବଂ ବାହ୍ୟିକ କ୍ଷତି କରନ୍ତି l ବାହ୍ୟ ପରଜୀବୀ ଗୁଡିକ ଲଗାତାର ଭାବରେ ଗୋଟିଏ ପଶୁର ଶରୀରରେ ଥାଆନ୍ତି କିମ୍ବା ସମୟାନୁସାରେ ପୋଷଣ ପାଇବା ନିମନ୍ତେ ଶରୀରରେ ଲାଗି ରୁହନ୍ତି l ବାହ୍ୟ ପରଜୀବୀ ମାନଙ୍କ ଦ୍ୱାରା ହେଉଥିବା କ୍ଷତି ସେମାନଙ୍କର କାମୁଡ଼ା ଦ୍ୱାରା ଗାଇଗୋରୁଙ୍କର ଚର୍ମ ଶୁଷ୍କ ହୁଏ ଏବଂ ଲୋମ ଝଡ଼ିଯାଏ l ଆଗକୁ ଏହା ରକ୍ତହୀନତାର କାରଣ ହୁଏ, ଖାଇବା ପିଇବା ବନ୍ଦ କରିଦିଅନ୍ତି, ଏବଂ ସେମାନଙ୍କର କ୍ଷୀର ଦେବା ହ୍ରାସ ପାଏ l ଚିକିତ୍ସା ବାହ୍ୟ ପରଜୀବୀ ମାନଙ୍କର ଉପସ୍ଥିତି, ପରିମାଣ, ଏବଂ ତୀବ୍ରତାକୁ ବିବେଚନା କରି ନିମ୍ନଲିଖିତ ଔଷଧ ଗୁଡିକୁ ପଶୁ ଚିକିତ୍ସକଙ୍କର ଅନୁମୋଦନ କ୍ରମେ ଯୋଗାଇ ଦିଆଯାଇ ପାରେ l ଚିକିତ୍ସା ସମୟରେ ସାବଧାନତା ଗୁଡିକ ୧. ନିଶ୍ଚିତ କରନ୍ତୁ ଯେ, ଗୋରୁ ଔଷଧରେ ଗାଧୋଇବା ପୂର୍ବରୁ ପାଣି ପିଇଛି l ୨. ଗୋଠର ସମସ୍ତ ଗୋରୁମାନଙ୍କୁ ଏକ ସାଥିରେ ଗାଧୋଇ ଦିଅନ୍ତୁ l ୩. ଗୁହାଳରେ ସିଞ୍ଚନ କରାଯିବା ଉଚିତ ଯାହାଦ୍ୱାରା ସମସ୍ତ ପରଜୀବୀଗୁଡ଼ିକୁ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ l ଉତ୍ସ: www.vetextension.com
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
283
0