AgroStar Krishi Gyaan
Pune, Maharashtra
09 Jun 19, 06:00 PM
ପଶୁ ପାଳନଗାଁ କନେକସନ୍‌
ଗାଈଗୋରୁଙ୍କର ପାକସ୍ଥଳୀ ପାରାସାଇଟ୍ର ନିରାକରଣ
ସଚେତନତା ଅଭାବ କାରଣରୁ ପଶୁ ସମ୍ପଦମାନଙ୍କୁ ପାକସ୍ଥଳୀର କୃମି କିମ୍ବା ଆଭ୍ୟନ୍ତରୀଣ ପରଜୀବି ପାଇଁ ଔଷଧ ଦିଆଯାଏନାହିଁ। ପରିଣାମସ୍ୱରୂପ ପଶୁମାନେ ଦୁର୍ବଳ ହୋଇଯାଆନ୍ତି ଏବଂ ମାଲିକମାନଙ୍କର ଆର୍ଥିକ କ୍ଷତି ହୋଇଥାଏ। ଗାଈଗୋରୁଙ୍କ ପେଟରେ କୃମି ସର୍ବାଧିକ ବଡ଼ ପ୍ରସଙ୍ଗ ମଧ୍ୟରୁ ଅନ୍ୟତମ। କୃମିନାଶକ ଔଷଧ ପ୍ରଦାନ କରାଯିବା ପଶୁପାଳନ ପାଇଁ ମଧ୍ୟ ଲାଭଜନକ। ଗାଈଗୋରୁଙ୍କ ପାକସ୍ଥଳୀରେ କୃମି ଥିବା କ୍ଷେତ୍ରରେ କୃମିଗୁଡ଼ିକ ହିଁ ପଶୁଖାଦ୍ୟର ୩୦ ରୁ ୪୦ ପ୍ରତିଶତ ଖାଇନିଅନ୍ତି: ସଠିକ୍ ଔଷଧ ଦ୍ୱାରା ଏହାକୁ ସର୍ବନିମ୍ନ କରାଯାଇପାରିବ: ଗାଈଗୋରୁଙ୍କ କ୍ଷେତ୍ରରେ ପାକସ୍ଥଳୀ କୃମିର ଲକ୍ଷଣ: • ଯଦି ଗାଈଗୋରୁ କାଦୁଅ ଖାଇବା ଆରମ୍ଭ କରନ୍ତି • ଗାଈଗୋରୁ ଅଳସୁଆ ଏବଂ ଦୁର୍ବଳ ଦେଖାଯା’ନ୍ତି • ଦୁର୍ଗନ୍ଧଯୁକ୍ତ, ପାଣିଆ ଏବଂ ସବୁଜ ଝାଡା • ଗୋବରରେ କଳାରଙ୍ଗର ରକ୍ତ ଏବଂ କୃମି ଦେଖାଯିବା • ଚାରା ଖାଇବା ସତ୍ତ୍ୱେ ଶରୀରର ବିକାଶ କମ୍ ହୋଇଯିବା ଏବଂ ପେଟର ଆକାର ବଢ଼ିଯିବା • ରକ୍ତର ଅଭାବ • ହଠାତ୍ ଦୁଗ୍ଧ ମଧ୍ୟ କମ୍ ହୋଇଯିବା • ଗର୍ଭଧାରଣରେ ସମସ୍ୟା
ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ: • ପାକସ୍ଥଳୀରେ କୃମି ନହେବା ପାଇଁ ପ୍ରତି ତିନିମାସରେ ଉପଯୁକ୍ତ ଔଷଧ ଦେବା ଆବଶ୍ୟକ। •ଗୋଟିଏ ଛୋଟ ପାତ୍ରରେ ଗୋବର ସଂଗ୍ରହ କରି ତାହା ପରୀକ୍ଷା କରିବା ପରେ ହିଁ ଔଷଧ ଦେବା ଆବଶ୍ୟକ। •କେବଳ ଜଣେ ପଶୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସୀୟ ଆକଳନ ପରେ ହିଁ ଅସୁସ୍ଥ ଏବଂ ଦୁର୍ବଳ ଗାଈଗୋରୁଙ୍କୁ ଔଷଧ ଦେବା ଉଚିତ । •କୃମିନାଶକ ଔଷଧ ଗାଈଗୋରୁଙ୍କ ଟିକାକରଣ ପରେ ନୁହେଁ ବରଂ ଟିକାକରଣ ପୂର୍ବରୁ ପ୍ରଦାନ କରାଯିବା ଉଚିତ। •ଟିକାକରଣର ତୁରନ୍ତ ପରେ ଔଷଧ ଦିଅନ୍ତୁ ନାହିଁ: ଏହା ୧୫ ଦିନ ପରେ ପ୍ରଦାନ କରାଯିବା ଉଚିତ। •କେବଳ ପଶୁଡାକ୍ତରଙ୍କ ପରାମର୍ଶ ପରେ ହିଁ କୃମିନାଶକ ଔଷଧ ପ୍ରଦାନ କରନ୍ତୁ। •ଗାଈଗୋରୁଙ୍କୁ ସବୁଜ ଚାରା ଏବଂ ଦାନା ଖୁଆଇବା ଆବଶ୍ୟକ। •ପରିଷ୍କାର ପିଇବା ପାଣି ଯୋଗାନ୍ତୁ। ଉତ୍ସ: ଗାଁଓ କନେକ୍ସନ୍ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
651
0