AgroStar Krishi Gyaan
Pune, Maharashtra
11 Aug 19, 06:30 PM
ପଶୁ ପାଳନhpagrisnet.gov.in
ପଶୁମାନଙ୍କର ବ୍ଲାକ କ୍ୱାର୍ଟର (ବ୍ଲାକଲେଗ) ରୋଗର ନିବାରଣ
ଉଭୟ ଗାଈ ଏବଂ ମଇଁଷି ମାନଙ୍କଠାରେ ଜୀବାଣୁ ମାଧ୍ୟମରେ ବ୍ଲାକ କ୍ୱାର୍ଟର କିମ୍ବା ବ୍ଲାକଲେଗ ରୋଗ ବ୍ୟାପେ l ଏହି ରୋଗରେ, ପଛଗୋଡ଼ର ଉପର ଭାଗରେ ସାଙ୍ଘାତିକ ଫୁଲା ଦେଖାଯାଏ, ଯାହାଦ୍ୱାରା ଗୋରୁଟି ଛୋଟେଇ ଛୋଟେଇ ଚାଲିବା ଆରମ୍ଭ କରେ l ଗୋରୁଟି ଉଚ୍ଚ ତାପମାତ୍ରାରେ ଜ୍ୱର ଅନୁଭବ କରେ ଏବଂ ଫୁଲିଥିବା ଅଂଶକୁ ଦବେଇଲେ ଜୋର ଶବ୍ଦ ଶୁଭେ l ଚିକିତ୍ସା ଏବଂ ନିବାରଣ: ପ୍ରଭାବିତ ଗୋରୁର ଚିକିତ୍ସା ନିମନ୍ତେ ସଂଗେ ସଂଗେ ନିକଟତମ ପଶୁଚିକିତ୍ସା କ୍ଲିନିକ ସହିତ ଯୋଗାଯୋଗ କରନ୍ତୁ l ଗୋରୁର ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ଯୋଗୁଁ ଜୀବାଣୁ ଦ୍ୱାରା ଗୋରୁର ଶରୀରରେ ବିଷ ପ୍ରଭାବ ବ୍ୟାପିବାର କାରଣ ହୁଏ ଏବଂ ମୃତ୍ୟୁର କାରଣ ହୁଏ l ଚିକିତ୍ସା ନିମନ୍ତେ ଅଧିକ ମାତ୍ରାର ପେନିସିଲିନ ଟୀକାଗୁଡିକୁ ଗୋରୁମାନଙ୍କୁ ଦିଆଯାଏ ଏବଂ ଫୁଲିଥିବା ଅଂଶକୁ ମଧ୍ୟ ଦିଆଯାଏ l ସେଥିପାଇଁ, ଏହି ରୋଗକୁ ନିବାରଣ କରିବା ପାଇଁ, ପଶୁଚିକିତ୍ସା କ୍ଲିନିକ ଗୁଡ଼ିକରେ ବିନା ମୂଲ୍ୟରେ ଟୀକା ଯୋଗାଇଦିଆଯାଉଛି; ଗୋରୁ ମାଲିକମାନେ ନିଶ୍ଚିତ ଭାବରେ ଏହି ସୁବିଧାର ଲାଭ ଉଠାଇବା ଦରକାର l ଉତ୍ସ: hpagrisnet.gov.in
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
183
0