AgroStar Krishi Gyaan
Pune, Maharashtra
28 Jul 19, 06:30 PM
ପଶୁ ପାଳନକ୍ରିଷି ଜାଗରଣ
ଆପଣଙ୍କର ଗାଇଗୋରୁମାନଙ୍କ ପାଇଁ ଘରେ ସନ୍ତୁଳିତ ପୋଷଣ ପ୍ରସ୍ତୁତ କରନ୍ତୁ
ସନ୍ତୁଳିତ ଆହାର ଗାଇଗୋରୁମାନଙ୍କର ସ୍ୱାସ୍ଥ୍ୟ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ, ଯେହେତୁ ଏହା ଦୁଗ୍ଧ ଦେବାର କ୍ଷମତା ବୃଦ୍ଧି କରେ ଏବଂ ସେମାନଙ୍କୁ ସୁସ୍ଥ ରଖିଥାଏ l ଏକ ପୋଷଣ ପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ କରିବା ଏକ ଜଟିଳ କାମ ନୁହେଁ ଏବଂ ଘରେ ସହଜରେ କରାଯାଇପାରିବ l ଆପଣଙ୍କର ଗାଇଗୋରୁମାନଙ୍କ ପାଇଁ ଘରେ କିପରି ସନ୍ତୁଳିତ ଆହାର ପ୍ରସ୍ତୁତ କରାଯାଇପାରିବ ତାହା ଜାଣିବା ନିମନ୍ତେ ନିମ୍ନରେ ଯାହା ଦିଆଯାଇଛି ପଢନ୍ତୁ l ୧୦୦ କିଲୋ ସନ୍ତୁଳିତ ଆହାର ପ୍ରସ୍ତୁତ କରିବାର ପ୍ରଣାଳୀ: • ଶସ୍ୟ (ମକା, ବାର୍ଲି, ଗହମ, ବାଜରା) ର ପରିମାଣ ପ୍ରାୟ ୩୫% ହେବା ଉଚିତ • ଆନୁମାନିକ ଭାବରେ ୩୨ କିଲୋ ସୋରିଷ (ସୋରିଷ ଚୋପା, ବାଦାମ ତେଲ) ଶସ୍ୟରେ ମିଶାଯିବା ଆବଶ୍ୟକ • ଆନୁମାନିକ ଭାବରେ ୩୫ କିଲୋ କୁଣ୍ଡା (ଗହମ, ବିରି, ଡାଲିଜାତୀୟ, ଧାନ କୁଣ୍ଡା) • ଧାତବ ଲବଣ ୨ କିଲୋ ପର୍ଯ୍ୟନ୍ତ, ଲୁଣ ୧ କିଲୋ ଉପରଲିଖିତ ସାମଗ୍ରୀଗୁଡ଼ିକ ମିଶ୍ରଣ କାରାଯିବା ଆବଶ୍ୟକ ଏବଂ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଇପାରିବ l ଖାଇବା ନିମନ୍ତେ ସନ୍ତୁଳିତ ଆହାରର ପରିମାଣ: • ପ୍ରତିଦିନ ଗାଈକୁ ୧.୫ କିଲୋ ଏବଂ ମଇଁଷିକୁ ୨ କିଲୋ ପରିମାଣର ଖାଇବାକୁ ଦିଅନ୍ତୁ • ଦୁଗ୍ଧ ଦେଉଥିବା ଗାଈକୁ ପ୍ରତି ଲିଟର କ୍ଷୀର ପିଛା ୪୦୦ ଗ୍ରାମ ଆହାର ଦେବା ଉଚିତ ଏବଂ ଦୁଗ୍ଧ ଦେଉଥିବା ମଇଁଷିକୁ ପ୍ରତି ଲିଟର କ୍ଷୀର ପିଛା ୫୦୦ ଗ୍ରାମ ଅଧିକ ଦାନା ଦେବା ଉଚିତ l • ଗର୍ଭବତୀ ଗାଈ କିମ୍ବା ମଇଁଷିକୁ ପରବର୍ତ୍ତୀ ଛ ମାସ ପର୍ଯ୍ୟନ୍ତ ପ୍ରତିଦିନ ଆନୁମାନିକ ଏକ କିଲୋ ରୁ ୧.୫ କିଲୋ ପରିମାଣର ସନ୍ତୁଳିତ ଆହାର ଯୋଗାଇଦେବା ଆବଶ୍ୟକ • ଗୋରୁମାନଙ୍କର ବୟସ ଏବଂ ଓଜନକୁ ଭିତିକରି, ବାଛୁରୀମାନଙ୍କୁ ପ୍ରତିଦିନ ୧ କିଲୋ ରୁ ୨.୫ କିଲୋ ପରିମାଣର ସନ୍ତୁଳିତ ପୋଷଣ ଯୋଗାଇଦେବା ଆବଶ୍ୟକ ଉତ୍ସ: କୃଷି ଜାଗରଣ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
322
0