Looking for our company website?  
AgroStar Krishi Gyaan
Pune, Maharashtra
15 Jun 19, 06:00 PM
ଜୈବିକ ଚାଷଶ୍ରୀଯୁକ୍ତ ସୁଭାଷ ପାଲେକରଙ୍କ ଦ୍ୱାରା ଜିରୋ ବଜେଟ୍‌ ଫାର୍ମିଂ
ବୀଜାମ୍ରିତ ପ୍ରସ୍ତୁତି
ବୀଜାମ୍ରିତ/ବୀଜାମୃତ ବୃକ୍ଷ, ଚାରା ଏବଂ କିମ୍ବା ଯେକୌଣସି ବୃକ୍ଷରୋପଣ ସାମଗ୍ରୀ ପାଇଁ ଏକ ଉପଚାର । ଏହା କୋମଳ ଚେରଗୁଡ଼ିକୁ କବକରୁ ସୁରକ୍ଷା ଦେବା ସହ ଏହାକୁ ମୃତ୍ତିକା ଜାତ ଏବଂ ବୀଜ ଜାତ ଅସୁସ୍ଥତାରୁ ବଞ୍ଚାଇଥାଏ ଯାହା ସାଧାରଣତଃ ମୌସୁମୀ ଋତୁ ପରେ ବାରମ୍ବାର ଫସଲକୁ ପ୍ରଭାବିତ କରିଥାଏ । ଏହା ଜୀବାମୃତ ପରି ସାଦୃଶ୍ୟ ଉପାଦାନମାନଙକୁ ନେଇ ପ୍ରସ୍ତୁତ: ୨୦ ଲିଟର ପାଣି, ୫କେଜି ସ୍ଥାନୀୟ ଭାବରେ ଉପଲବ୍ଧ ଗୋବର, ୫ ଲିଟର ସ୍ଥାନୀୟ ଗୋମୂତ୍ର, ୫୦ ଗ୍ରାମ ଚୁନ ଏବଂ ଜମି ହିଡ଼ରୁ କେଇମୁଠା ମାଟି ନିଅନ୍ତୁ। ପ୍ରସ୍ତୁତି ପଦ୍ଧତି: • ୫ କେଜି ସ୍ଥାନୀୟ ଗୋବର ଏକ କପଡ଼ାରେ ନିଅନ୍ତୁ ଏବଂ ଏହାକୁ ଫିତାରେ ବାନ୍ଧି ଦିଅନ୍ତୁ। ଏହାକୁ ୨୦ ଲିଟର ପାଣିରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଓହଳାଇ ଦିଅନ୍ତୁ। • ଏକ-ଲିଟର ପାଣି ନିଅନ୍ତୁ ଏବଂ ଏଥିରେ ୫୦ ଗ୍ରାମ ଚୁନ ପକାନ୍ତୁ, ଏହାକୁ ଗୋଟିଏ ରାତି ବସିଯିବାକୁ ଦିଅନ୍ତୁ। • ଏହା ପର ସକାଳେ , ସେହି ଗୋବରଗୁଡ଼ିକୁ ପାଣିରେ ଲଗାତାର ତିନିଥର ଚିପୁଡ଼ି ଦିଅନ୍ତୁ, ଯେପରିକି ଗୋବରର ସବୁ ଉପାଦାନ ସେହି ପାଣିରେ ମିଶିଯିବ। • ଏହି ଦ୍ରବଣରେ ମୁଠାରେ ମାଟି ମିଶାନ୍ତୁ ଏବଂ ଏହାକୁ ଭଲଭାବରେ ଗୋଳାଇ ଦିଅନ୍ତୁ। • ଶେଷରେ ସେହି ଦ୍ରମଣରେ ୫ ଲିଟର ଦେଶୀ ଗୋମୂତ୍ର କିମା ମାନବ ମୂତ୍ର ମିଶାଇ ଦିଅନ୍ତୁ ଏବଂ ଚୁନ ପାଣି ମିଶାନ୍ତୁ ,ବଂ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ବୀଜାମ୍ରିତ ପ୍ରୟୋଗ: ବୀଜାମ୍ରିତକୁ ଯେକୌଣସି ଫସଲର ବିହନ ଉପଚାର ଭାବରେ ସଂଯୁକ୍ତ କରନ୍ତୁ: ଆବରଣ ଦିଅନ୍ତୁ, ସେଗୁଡ଼ିକୁ ହାତରେ ମିଶାନ୍ତୁ: ଭଲଭାବରେ ଶୁଖାନ୍ତୁ ଏବଂ ବୁଣିବା ପାଇଁ ବ୍ୟବହାର କରନ୍ତୁ। ଛୁଇଁଜାତୀୟ ବୀଜ ପାଇଁ କେବଳ ତୁରନ୍ତ ବୁଡ଼ାନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ। ସ୍ରୋତ: ଶ୍ରୀଯୁକ୍ତ ସୁଭାଷ ପାଲେକରଙ୍କ ଦ୍ୱାରା ଜିରୋ ବଜେଟ୍‌ ଫାର୍ମିଂ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
817
0