Looking for our company website?  
AgroStar Krishi Gyaan
Pune, Maharashtra
16 May 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କପା ମଞ୍ଜି ବୁଣିବା ପୂର୍ବରୁ ପିଙ୍କ ବୋଲୱାର୍ମର ପରିଚାଳନା ପାଇଁ ପ୍ରତିଷେଧନାତ୍ମକ ଉପାୟସବୁ
ଯେଉଁ ଅଞ୍ଚଳରେ ଗତ ଋତୁରେ ପିଙ୍କ ବୋଲୱାର୍ମ ବ୍ୟାପିଥିବେ ସେହି ଅଞ୍ଚଳରେ ପିଙ୍କ ବୋଲୱାର୍ମ ଆକ୍ରମଣ କରିପାରନ୍ତି l ସେଥିପାଇଁ କୃଷକମାନେ ଏହି ପୋକ ବିରୁଦ୍ଧରେ କେତେଗୁଡିଏ ପ୍ରତିଷେଧନାତ୍ମକ ଉପାୟ ଅବଲମ୍ବନ କରିବା ଆବଶ୍ୟକ l ● କପା କାଠିଗୁଡ଼ିକ ଅଦ୍ୟାବଧି ଯଦି ଜମିରେ ଥିବା କିମ୍ବା ହିଡ଼ରେ ଥିବ ସେଗୁଡିକୁ ନଷ୍ଟ କରିଦିଅନ୍ତୁ l ● କାଟିବା ଯନ୍ତ୍ର ସାହାଯ୍ୟରେ କପାର କାଠି ଗୁଡିକୁ କାଟି ଛୋଟ ଛୋଟ କରିଦିଅନ୍ତୁ ଏବଂ ଜୈବିକ ସାର ପ୍ରସ୍ତୁତ କରନ୍ତୁ l ● କପା ଗିନିଙ୍ଗ କାରଖାନାଗୁଡିକର ପରିସରରେ ଫେରୋମୋନ ଯନ୍ତାଗୁଡି଼କୁ ଲଗାନ୍ତୁ l ● ଜାଳେଣୀ ପାଇଁ ଗଛିତ ରଖାଯାଇଥିବା କପା କାଠିର ଗଦା ଗୁଡ଼ିକୁ ପ୍ଲାଷ୍ଟିକ ଜାଲିରେ ଘୋଡେଇକରି ରଖନ୍ତୁ l
● ସଅଳ ପରିପକ୍ଵ ହେଉଥିବା କପା କିସମ ଗୁଡିକୁ ବାଛନ୍ତୁ l ● ବୁଣିବା ପାଇଁ ଉପଯୁକ୍ତ ସମୟକୁ ଅନୁସରଣ କରନ୍ତୁ; ଆଗୁଆ ବୁଣିବାରେ ଉପଦ୍ରବ ଅଧିକ ହୁଏ l ● ବିଟି-କପା ମଞ୍ଜି ପ୍ୟାକେଟରେ ଥିବା ଅଣବିଟି-କପା ମଞ୍ଜି ସହିତ ବିଟି-କପା ମଞ୍ଜି ବୁଣନ୍ତୁ ଯାହାକି ରୀଫିଉଜିଆ ରୂପେ ମଞ୍ଜି ପ୍ୟାକେଟରେ ଦିଆଯାଇଥାଏ l ● ସନ୍ତୁଳିତ ସାର ଏବଂ ଜଳସେଚନର ଉପଯୋଗ କରନ୍ତୁ ● ଫସଲ ପରିବର୍ତ୍ତନକୁ ଏବଂ କପା ଚାଷରେ ଉପଯୁକ୍ତ ଅନ୍ତଃକୃଷିକୁ ଅନୁସରଣ କରନ୍ତୁ l ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
526
131