Looking for our company website?  
AgroStar Krishi Gyaan
Pune, Maharashtra
11 Nov 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଆଳୁ ଚାଷ
ଅନ୍ୟ ଫସଲ ଅପେକ୍ଷା ଏକକ ଏରିଆରୁ ଆଳୁ ଚାଷରେ ଅଧିକ ଆମଦାନୀ ମିଳେ ଏବଂ ହେକ୍ଟର ପିଛା ଆମଦାନୀ ମଧ୍ୟ ଅଧିକ ଅଟେ l ଧାନ, ଗହମ, ଏବଂ ଆଖୁ ପରେ ଆଳୁ ହେଉଛି ଚତୁର୍ଥ ବୃହତମ ଉତ୍ପାଦନ l
ଜଳବାୟୁ: ଆଳୁ ହେଉଛି ଶୀତଳ ଜଳବାୟୁରେ ହେଉଥିବା ଗୋଟିଏ ଫସଲ l ନିର୍ଦ୍ଦିଷ୍ଟ ଭାବରେ, ପ୍ରଭାବଶାଳୀ ଚାଷ ପାଇଁ, ଦିନବେଳର ତାପମାତ୍ରା ୨୫ ଏବଂ ୩୦ °C ମଧ୍ୟରେ ରହିବା ଉଚିତ ଏବଂ ରାତ୍ରିବେଳର ତାପମାତ୍ରା ଅମଳ ସମୟରେ ୪ ଏବଂ ୧୫ °C ମଧ୍ୟରେ ରହିବା ଉଚିତ l ୩୦°C ରୁ ଅଧିକ ତାପମାତ୍ରା ଅଞ୍ଚଳରେ ଆଳୁର ବୃଦ୍ଧି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ l ମୃତ୍ତିକା ଏବଂ ଏହାର ପରିଚାଳନା: pH ୬ ଏବଂ ୮ ମଧ୍ୟରେ ଥିବା ବିଭିନ୍ନ କିସମର ମୃତ୍ତିକାରେ ଆଳୁ ଚାଷ କରାଯାଇପାରିବ, ବିଶେଷକରି ଉପଯୁକ୍ତ ଜଳ ନିଷ୍କାସନ ନିମନ୍ତେ ବାଲିଆ ଦୋରସା ଏବଂ ଦୋରସା ମୃତ୍ତିକା ଉପଯୁକ୍ତ ଅଟେ l ଗୋଟିଏ ହ୍ୟାରୋ କିମ୍ବା କଲ୍ଟିଭେଟରରେ ୩-୪ଟି ପ୍ଲାଓଇଙ୍ଗ ଡିସ୍କ ଲଗାଇ ଚାଷ କରନ୍ତୁ l ବର୍ତ୍ତମାନ ସମୟରେ, ରୋଟାଭେଟର ସାହାଯ୍ୟରେ ଜମି ପ୍ରସ୍ତୁତି ଶୀଘ୍ର ଏବଂ ଉତ୍ତମ ଅଟେ l ବିହନ ବୁଣିବା ସମୟ: ସାଧାରଣତଃ, ସେପ୍ଟେମ୍ବର ମାସର ମଧ୍ୟଭାଗରୁ ଅକ୍ଟୋବର ମାସର ପ୍ରଥମ ସପ୍ତାହ ଭିତରେ ସଅଳ ବିହନ ବୁଣିବା କାର୍ଯ୍ୟ କରାଯିବା ଉଚିତ, ଅକ୍ଟୋବର ମାସର ମଧ୍ୟଭାଗ ପରେ ପ୍ରଧାନ ଫସଲ ଲଗାଇବା କାର୍ଯ୍ୟ କରାଯିବା ଉଚିତ l ଉତ୍ତମ କିସମ: ଉଲ୍ଲେଖନୀୟ କିସମଗୁଡ଼ିକ ହେଉଛନ୍ତି କୁଫ୍ରି ଚିପସୋନା-୧, କୁଫ୍ରି ଚିପସୋନା-୨, କୁଫ୍ରି ଗିରିରାଜ, କୁଫ୍ରି ଆନନ୍ଦ l ମୃତ୍ତିକା ପରୀକ୍ଷଣ ଅନୁସାରେ କିମ୍ବା ହେକ୍ଟର ପିଛା ୨୫ କେ.ଜି. ଜିଙ୍କ ସଲଫେଟ ଏବଂ ୫୦ କେ.ଜି.ଫେରସ ସଲଫେଟ ହାରରେ, ବିହନ ବୁଣିବା ପୂର୍ବରୁ ଏହାକୁ ତଳିଆ ଅଞ୍ଚଳଗୁଡ଼ିକରେ ପ୍ରୟୋଗ କରାଯିବା ଆବଶ୍ୟକ l ଯଦି ସବୁଜ ସାର ଦିଆଯାଏ ନାହିଁ, ହେକ୍ଟର ପିଛା ୧୫-୩୦ ଟନ ସଢା ଗାଈ ଗୋବର ପ୍ରୟୋଗ ଜୀବାଣୁ ପରିମାଣ ବୃଦ୍ଧି କରେ l ଜଳସେଚନ ପରିଚାଳନା: ଉପଯୁକ୍ତ ଫସଲ ବୃଦ୍ଧି ଏବଂ ବିକାଶ ଏବଂ ପ୍ରଭାବଶାଳୀ ଅମଳ ପାଇଁ ୭-୧୦ ଥର ଜଳସେଚନ ଦରକାର ହୁଏ l ଯଦି ବୁଣିବା ପୂର୍ବରୁ ଆଳୁ ଅମଳ କରାଯାଇନାହିଁ, ତେବେ ଲଗାଇବାର ୨ ରୁ ୩ ଦିନ ମଧ୍ୟରେ ହାଲୁକା ଜଳସେଚନ କରିବା ଉଚିତ l ଉତ୍ସ: ଏଗ୍ରୋଷ୍ଟାର ଏଗ୍ରୋନୋମଇ ସେଣ୍ଟର ଏକ୍ସଲେନ୍ସ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
207
6