AgroStar Krishi Gyaan
Pune, Maharashtra
18 Jul 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସଜନାଛୁଇଁରେ କୀଟ ପରିଚାଳନା
ସଜନାଛୁଇଁ ଚାଷ କୃଷକମାନଙ୍କ ପାଇଁ ଅତ୍ୟଧିକ ମିତବ୍ୟୟୀ ଅଟେ | ତଥାପି, କିଛି କୀଟ ଫସଲକୁ ସଂକ୍ରମଣ କରିଥାଆନ୍ତି | ମୁଖ୍ୟତଃ, ପତ୍ର ଖଣିକ ସହ ଜାଲ ନିର୍ମାଣ କରୁଥିବା ଶୂକ, କଢ ବିନ୍ଧାକୀଟ, ଶୋଷଣକାରୀ କୀଟ (ଧଳାମାଛି, ସ୍କେଲ୍‌ କୀଟପତଙ୍ଗ, ଥ୍ରୀପ୍ସ, ଏବଂ ଏଫିଡ୍‌), ଏବଂ ଛେଲି ଭକ୍ଷଣକାରୀ ସଁବାଳୁଆ, କାଣ୍ଡ ବିନ୍ଧା, ଏବଂ ପଡ୍‌ ଫ୍ଲାଏ ଛୁଇଁ ଫସଲକୁ କ୍ଷତି କରନ୍ତି | ଏହିଗୁଡ଼ିକ ମଧ୍ୟରୁ, ପତ୍ର ଖଣିକ ଶୂକ ସଜନାଛୁଇଁକୁ ସବୁଠାରୁ ଅଧିକ ସଂକ୍ରମଣ କରିଥାଆନ୍ତି | ଏକୀଭୂତ ପରିଚାଳନା (ଆଇପିଏମ୍‌) • ଖେତରେ ଏକ ହାଲୁକା ଜାଲ୍‌ ସ୍ଥାପନ (ଲଗାନ୍ତୁ) କରନ୍ତୁ | • କୀଟ ସଂକ୍ରମଣର ଆରମ୍ଭରେ, ଆମେ ନିମ୍ବ ମଞ୍ଜିର ଶସ ମାଧ୍ୟମରେ 5% (500 ଗ୍ରାମ୍‌) କିମ୍ବା ନିମ୍ବ ଆଧାରିତ ସୂତ୍ରୀକରଣ @ 10 ମିଲିଲିଟର (1% ଇସି) ରୁ 40 ମିଲିଲିଟର (0.15% ଇସି) ସିଞ୍ଚନ କରି ଉଭୟ ଶୋଷଣକାରୀ କୀଟ ଏବଂ ସଁବାଳୁଆ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା | ଆମେ ମଧ୍ୟ ଜୈବ କୀଟନାଶକ ଯେପରିକି, ପ୍ରତି 10 ଲିଟର ଜଳରେ ଭର୍ଟିସିଲିୟମ୍‍‍ ଲାକାନି କିମ୍ବା ବୁଭେରିଆ ବାସିଆନା, ଶିଉଳି ଆଧାରିତ ପାଉଡ଼ର @ 40 ଗ୍ରାମ୍‌ ମିଶାଇ ବ୍ୟବହାର କରିପାରିବା | • ତଳେ ପଡ଼ିଥିବା ଏବଂ ସଂକ୍ରମିତ ସଜନାଛୁଇଁ ଚୋପାକୁ ନିୟମିତ ଭାବରେ ସଂଗ୍ରହ କରନ୍ତୁ ଏବଂ ମାଟିରେ ସେଗୁଡ଼ିକୁ ପୋତି ଦିଅନ୍ତୁ | • ସମୟ- ସମୟରେ ତଳେ ପଡ଼ିଥିବା ଚୋପାକୁ ସଂଗ୍ରହ କରନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ ଏବଂ କ୍ଷତିଗ୍ରସ୍ତ ହୋ‍ଇଥିବା ଫଳକୁ ଗାତରେ ପୋତି ଦିଅନ୍ତୁ ଏବଂ ପଡ୍‌ ଫ୍ଲାଏକୁ ପ୍ରତିରୋଧ କରିବା ପାଇଁ ମାଟିର ମୋଟା ପରସ୍ତ କରି ପୋତି ଦିଅନ୍ତୁ | • ପଡ୍‌ ଫ୍ଲାଏ ସଂକ୍ରମଣକୁ କମ୍‌ କରିବା ପାଇଁ, ଛୁଇଁ ଧରୁଥିବା ଅବସ୍ଥା ମଧ୍ୟରେ ପ୍ରଥମେ ଉପର ଉଲ୍ଲେଖିତ ନିମ୍ବ ଆଧାରିତ ସୂତ୍ରୀକରଣ ସିଞ୍ଚନ କରନ୍ତୁ ଏବଂ 35 ଦିନ ପରେ ପୁଣିଥରେ ସିଞ୍ଚନ କରନ୍ତୁ |
ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
248
11