Looking for our company website?  
AgroStar Krishi Gyaan
Pune, Maharashtra
05 Jan 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅଂଶ I ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ଭାବରେ ହଳଦୀ ଚାଷ ପାଇଁ ଉନ୍ନତ ମାନର ଜ୍ଞାନ କୌଶଳ ସବୁ
ହଳଦୀ ମୁଖ୍ୟତଃ ଏକ ମସଲା ଜାତୀୟ ଫସଲ ଅଟେ l ଏହାର ଅନ୍ୟ ବ୍ୟବହାରଗୁଡିକ ଛଡା ଏହାର ଔଷଧୀୟ ଗୁଣ ଯୋଗୁଁ ଏହାକୁ ବ୍ୟବହାର କରାଯାଏ l ଯେହେତୁ ଏହା ଅନେକ ଗୁଡିଏ ଭଲ ଗୁଣରେ ପରିପୂର୍ଣ୍ଣ, ଏହାର ମୂଲ୍ୟକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିବା କଷ୍ଟସାଧ୍ୟ ଅଟେ l କେତେଗୁଡିଏ କମ ଖର୍ଚ୍ଚ ଯୁକ୍ତ ବୈଷୟିକ କୌଶଳ ଅବଲମ୍ବନ କରି ଏହାକୁ ସହଜରେ ଚାଷ କରାଯାଇପାରିବ ଏବଂ ଏହା ଆୟର ଏକ ଉତ୍ତମ ଉତ୍ସ ହୋଇପାରିବ l ଯଦି କୃଷକ ମାନେ ଅଧିକ ପରିମାଣରେ ଚାଷ କରିବାକୁ ଚାହୁଁ ନାହାନ୍ତି, ତା ହେଲେ ଅତି କମରେ ସେମାନେ ନିଶ୍ଚିତ କରିବା ଦରକାର ଯେ, ସେମାନେ ସେମାନଙ୍କର ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ହଳଦୀର ପରିମାଣ ସେମାନେ ଉତ୍ପାଦନ କରିପାରୁଛନ୍ତି l ନିମ୍ନ ଲିଖିତ ବୈଜ୍ଞାନିକ ପ୍ରଣାଳୀସବୁ ଅବଲମ୍ବନ କରି ହଳଦୀକୁ ସଫଳତାର ସହିତ ଚାଷ କରାଯାଇପାରିବ l ଜମି ଚୟନ:- ମୁଖ୍ୟତଃ ବାଲିଆ ଦୋରସା କିମ୍ବା ତଳିଆ ଦୋରସା ମାଟିରେ ହଳଦୀ ଚାଷ କରାଯାଏ l ଯଦି ଭୂମି କିଛି ମାତ୍ରାରେ ଅମ୍ଳୀୟ ହୋଇଥାଏ, ତେବେ ଏଥିରେ ହଳଦୀ ଚାଷ ସଫଳତାର ସହିତ କରାଯାଇପାରିବ l ଜଳ ନିଷ୍କାସନ ର ଉପଯୁକ୍ତ ବ୍ୟବସ୍ଥା ଉପଲବ୍ଧ ହେଉଥିବା ଦରକାର l ଜମି ପ୍ରସ୍ତୁତି:- ଯେହେତୁ ହଳଦୀ ଭୂଇଁ ତଳେ ହୋଇଥାଏ, ତେଣୁ ହଳଦୀ ଚାଷ ପାଇଁ ଜମିକୁ ବହୁତ ଆଗରୁ ପ୍ରସ୍ତୁତ କରିବାକୁ ହୋଇଥାଏ l ଏହି କାରଣରୁ, ମାଟି ଉପଯୁକ୍ତ ମାନର ଗୁଣ୍ଡ ଚାଷ ହେବ ଦରକାର l କଲଟିଭେଟର ଦ୍ୱାରା ଭୂମି ପ୍ରସ୍ତୁତି ପୂର୍ବରୁ ଅତିକମରେ ସ୍ୱତନ୍ତ୍ର ଧରଣର ମୋଲଡ଼ ବୋଲଡ ଲଙ୍ଗଳ (mold bold) ଦ୍ୱାରା ଦୁଇ ରୁ ତିନି ଫୁଟ ଗଭୀର ର ଚାଷ କରନ୍ତୁ l ଆଉ ମଧ୍ୟ ମାଟିର ବଡ ଟେଳାସବୁକୁ ଭାଙ୍ଗି ଛୋଟ କରାଯିବା ଆବଶ୍ୟକ ଏବଂ ଗୋଟିଏ ଲେଭେଲର (Leveller) ସାହାଯ୍ୟରେ ଜମିକୁ ସମାନ କରିବା ଆବଶ୍ୟକ l ଖତ ଏବଂ ସାର:- ମାଟି ସମ୍ପୂର୍ଣ୍ଣ ଭାବରେ ଗୁଣ୍ଡ ହେବା ପାଇଁ ଏବଂ ଅନ୍ୟ ରାସାୟନିକ ସାର ର ଉପଯୁକ୍ତ ପ୍ରଭାବ ପାଇବା ପାଇଁ ହେକ୍ଟର ପିଛା ୨୦ ରୁ ୨୫ ମେଟ୍ରିକ ଟନ ସଢା FYM ପ୍ରୟୋଗ କରାଯିବା ଆବଶ୍ୟକ l ଏହାପରେ, ହେକ୍ଟର ପିଛା ୧୦୦ ରୁ ୧୨୦ କେ.ଜି. ନାଇଟ୍ରୋଜେନ, ୬୦ ରୁ ୮୦ କେ.ଜି. ସଲଫର ଏବଂ ୮୦ ରୁ ୧୦୦ କେ.ଜି. ପରିମାଣର ପଟାସ ଦିଆଯିବା ଆବଶ୍ୟକ l ହଳଦୀ ଚାଷ ରେ ବହୁତ ପଟାସ ର ଦରକାର ହୋଇଥାଏ ଏବଂ ଯେଉଁ ଚାଷୀ ମାନେ ଏହା ବ୍ୟବହାର କରିନଥାନ୍ତି ସେମାନଙ୍କର ଉଭୟ ହଳଦୀର ଉତ୍ପାଦନ ଏବଂ ମାନ ପ୍ରଭାବିତ ହୋଇଥାଏ l ଚାଷ ଆରମ୍ଭ ସମୟରେ ଏକ ଚତୁର୍ଥାଂଶ ନାଇଟ୍ରୋଜେନ ଏବଂ ଏକ ପୂର୍ଣ୍ଣ ଭାଗ ସଲଫର ପ୍ରୟୋଗ କରାଯିବା ଆବଶ୍ୟକ l ବଳକା ନାଇଟ୍ରୋଜେନ କୁ ଦୁଇ ଭାଗରେ ବିଭକ୍ତ କରାଯିବା ଆବଶ୍ୟକ l ଗୋଟିଏ ଭାଗକୁ ଲଗେଇବାର ୪୦ ରୁ ୬୦ ଦିନ ପରେ ପ୍ରୟୋଗ କରାଯିବା ଆବଶ୍ୟକ ଏବଂ ଅନ୍ୟ ଭାଗକୁ ଲଗେଇବାର ୮୦ ରୁ ୧୦୦ ଦିନ ପରେ ପ୍ରୟୋଗ କରାଯିବା ଆବଶ୍ୟକ l
ଫସଲ ପରିବର୍ତ୍ତନ:- ସଫଳ ଭାବରେ ହଳଦୀ ଚାଷ ପାଇଁ ଉପଯୁକ୍ତ ଫସଲ ପରିବର୍ତ୍ତନ ନିହାତି ଜରୁରୀ ଅଟେ l ଯେହେତୁ ଏହି ଫସଲ ମାଟିରୁ ଅଧିକ ପୃଷ୍ଟି ଶୋଷଣ କରିଥାଏ ସେଥିପାଇଁ ଲଗାତାର ଭାବରେ ସେହି ସମାନ ଜମି ଯେପରି ହଳଦୀ ଚାଷ ପାଇଁ ବ୍ୟବହାର ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଯତ୍ନ ନେବା ଆବଶ୍ୟକ l ଦ୍ଵିତୀୟ ବର୍ଷରେ ସେହି ଜମିରେ ହଳଦୀ ଚାଷ ନ କରିବା ପାଇଁ ଉପଦେଶ ଦିଆଯାଏ l ଜଳ ସେଚିତ ଅଞ୍ଚଳ ଗୁଡିକରେ ଫସଲ ପରିବର୍ତ୍ତନ ପ୍ରଣାଳୀକୁ ଅବଲମ୍ବନ କରି ହଳଦୀ ମଧ୍ୟରେ ମଟର, ମକା, ଆଳୁ, ଲଙ୍କା, ଧାନ, ଯୁଆର ଇତ୍ୟାଦି ଚାଷ କରିବା ସଫଳ ଉତ୍ପାଦନ ପାଇଁ ଭଲ ହୋଇଥାଏ l ଉନ୍ନତଧରଣର କିସମସବୁ:- ମସଲା ଜାତୀୟ କିସମସବୁ ଯଥା ପୁନା, ସୋନିଆ, ଗୌତମ, ରସୀମ, ସୁରୋମା, ରୋମା, କ୍ରିଷ୍ଣା, ଗୁନ୍ତୁର, ମେଘା, ହାଲ୍ଦା୧, ସୁକର୍ଣ୍ଣ, ସୁଗନ୍ଧନ, ସି.ଓ.୧, ଇତ୍ୟାଦି ମୁଖ୍ୟ କିସମସବୁ, ଯେଉଁଥିରୁ କି, କୃଷକମାନେ ଚୟନ କରିପାରିବେ l ମାତ୍ର ଅଳ୍ପ ପରିମାଣର ବ୍ୟବହାର କରି ଆପଣଙ୍କର ବିହନ ପ୍ରସ୍ତୁତ କରାଯାଇପାରିବ l ବୀହନ ରୋପଣ:- ଯେଉଁ କୃଷକମାନଙ୍କର ପର୍ଯ୍ୟାପ୍ତ ଜଳ ଯୋଗାଣର ସୁବିଧା ରହିଛି ସେମାନେ ଏପ୍ରିଲ ମାସର ଦ୍ଵିତୀୟ ଭାଗରୁ ଜୁଲାଇ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହଳଦୀ ଲଗାଇ ପାରିବେ ଲଗାଇପାରିବେ l ଏପରିକି ଯେଉଁ ମାନଙ୍କର ଉପଯୁକ୍ତ ଜଳସେଚନର ଅଭାବ ରହିଛି ସେମାନେ ମୌସୁମୀ ବର୍ଷା ର ଆରମ୍ଭ ହେବା ସଂଗେ ସଂଗେ ହଳଦୀ ଲଗାଇ ପାରିବେ l ହଳଦୀ ଲଗାଇବା ସମୟ ବାଦ, ଏହି ଚାଷ ର ସମସ୍ତ ପ୍ରସ୍ତୁତି ବହୁତ ଆଗରୁ କରିବା ଆବଶ୍ୟକ l ମାଟି କୁ ଭଲ ଭାବରେ ପ୍ରସ୍ତୁତ କରନ୍ତୁ ଏବଂ ୫-୭ ମିଟର ଲମ୍ବା ଓ ୨-୩ ମିଟର ଓସାର ର ପଟାଳି ପ୍ରସ୍ତୁତ କରନ୍ତୁ l ମାଟିରେ ୪ ରୁ ୫ ସେଣ୍ଟିମିଟର ଗଭୀରତାରେ ହଳଦୀର ପୁଆ ଲଗାନ୍ତୁ l ଧାଡ଼ିର ଦୂରତା ୩୦ ରୁ ୪୫ ସେଣ୍ଟିମିଟର ରଖନ୍ତୁ ଏବଂ ଦୁଇଟି ଗଛ ମଧ୍ୟରେ ବ୍ୟବଧାନ ୨୦ ରୁ ୨୫ ସେଣ୍ଟିମିଟର ରଖନ୍ତୁ l ଏହି ପରି ଭାବରେ ହେକ୍ଟର ପିଛା ୧୨ ରୁ ୧୫ କ୍ୱିଣ୍ଟାଲ ହଳଦୀର ପୁଆ ଆବଶ୍ୟକ ହେବ l ଜଳସେଚନ:- ଯଦିଓ ହଳଦୀ ବହୁତ ଜଳସେଚନ ଦରକାର କରିନଥାଏ, ଯଦି ହଳଦୀ ଗ୍ରୀଷ୍ମ ଋତୁ ରେ ଲଗାଯାଇଥାଏ, ତେବେ ବର୍ଷା ହେବା ପୂର୍ବରୁ ଅତିକମରେ ଚାରି ରୁ ପାଞ୍ଚ ଥର ଜଳସେଚନ କରାଯିବା ଆବଶ୍ୟକ l ମୌସୁମୀ ସମୟରେ ଜମିକୁ ଜଳସେଚନ କରାଯିବା ଦରକାର ନାହିଁ l ଏପରିକି ଯଦି ମଝିରେ ବର୍ଷା ହୁଏନାହିଁ କିମ୍ବା ମରୁଡି ଅବସ୍ଥା ଦେଖାଦିଏ କିମ୍ବା ଅକ୍ଟୋବର ପରେ ମଧ୍ୟ ବର୍ଷା ହୁଏ ନାହିଁ, ଏପରି କ୍ଷେତ୍ରରେ ୨୦ ରୁ ୨୫ ଦିନ ବ୍ୟବଧାନରେ ଜଳସେଚନ କରିବା ଦରକାର ପଡ଼େ l ନଭେମ୍ବର ମାସରେ ପତ୍ର ସବୁ ବଢି଼ବା ଆରମ୍ଭ କରନ୍ତି ଏବଂ ପୁଆ ମୋଟା ହୋଇଥାଏ ସେଥିପାଇଁ ଆଉ ଅଧିକ ମାଟି ଦେବା ଦରକାର ପଡ଼େ l ଏହା ମୂଳକନ୍ଦ ବୃଦ୍ଧି ପାଇଁ ଉତ୍ତମ ଅଟେ ଏବଂ ଉତ୍ତମ ଅମଳ ମଧ୍ୟ ଦେଇଥାଏ l ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଏକ୍ସିଲେନସି
5
1