Looking for our company website?  
AgroStar Krishi Gyaan
Pune, Maharashtra
02 May 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
(ଦ୍ଵିତୀୟ ଭାଗ) ବିଲାତି ବାଇଗଣରେ ତ୍ରିରଙ୍ଗା ରୋଗ
୧. ଶୋଷକ କୀଟମାନଙ୍କର ଉପଦ୍ରବ ଏବଂ ପରିଚାଳନା: ବିଲାତି ବାଇଗଣ ଫସଲର ବୃଦ୍ଧିର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଜଳବାୟୁରେ ବିଭିନ୍ନ ପ୍ରକାରର ରୋଗ/ପୋକ ସବୁ ଆକ୍ରମଣ କରନ୍ତି l ପ୍ରତିଷେଧନାତ୍ମକ ଉପାୟଗୁଡ଼ିକୁ ଗ୍ରହଣ କରିବା ଜରୁରୀ ଅଟେ l ଏଗୁଡ଼ିକ ମଧ୍ୟରୁ ସବୁଠାରୁ ଅନିଷ୍ଟକର ହେଉଛି ଧଳା ପୋକ ଏବଂ ଥ୍ରୀପ୍ସର ନିୟନ୍ତ୍ରଣ l ସେମାନଙ୍କର ପରିଚାଳନା ପାଇଁ ଏବଂ ସେମାନଙ୍କର ଉପଦ୍ରବ ଦୂର କରିବା ପାଇଁ କୀଟନାଶକଗୁଡ଼ିକୁ ବ୍ୟବହାର କରାଯିବା ଉଚିତ l ଉଦାହରଣ ସ୍ୱରୂପ, ଥିଆମେଥୋକ୍ଜାମ, ଇମିଡାକ୍ଲୋପ୍ରିଡ, ଫୀପ୍ରୋନିଲ, ଡେଲ୍ଟାମେଥ୍ରୀନ, ଡିଆଫେନ ଥିଉରନ, ସ୍ପିନୋସାଡ ଇତ୍ୟାଦି l ୨. ଭୂତାଣୁଜନିତ ରୋଗଗୁଡ଼ିକ ପାଇଁ ପଦକ୍ଷେପ ନେବା:ବିଲାତି ବାଇଗଣ ଫସଲ ଭୂତାଣୁଜନିତ ରୋଗ ଦ୍ୱାରା ପ୍ରଭାବିତ ହୋଇଥାଏ ଲ ଉଦାହରଣ ସ୍ୱରୂପ, ଭୂତାଣୁଜନିତ ବିଲାତି ବାଇଗଣ ଦାଗ ରୋଗ l ଯାହାଫଳରେ ମାନ ହ୍ରାସ ହୁଏ l ତେଣୁ ଏହି କୀଟର ନିୟନ୍ତ୍ରଣ ଆବଶ୍ୟକ l ଏହା ପାଇଁ କୀଟ ପରିଚାଳନାର ଏହି ସମନ୍ୱିତ ପଦ୍ଧତି (ହଳଦିଆ-ନୀଳ ଅଠାଳିଆ ଯନ୍ତା)ପ୍ରୟୋଗ କରାଯିବା ଆବଶ୍ୟକ ଅଟେ l କୀଟ ମାନଙ୍କର ଅନୁଧ୍ୟାନ ପାଇଁ ଉପଯୁକ୍ତ କୀଟନାଶକ ପ୍ରୟୋଗ କରିବା ଉଚିତ l ୩.ନିୟମିତ ଜଳ ପରିଚାଳନା: ଯେ କୌଣସି ଫସଲରେ ନିୟମିତ ଭାବରେ, ଠିକ ସମୟରେ, ଏବଂ ଉପଯୁକ୍ତ ସମୟରେ ଯଦି ଜଳ ଦିଆଯାଏ, ତେବେ ଉତ୍ପାଦନ ବୃଦ୍ଧି ଏବଂ ଉତ୍ତମ ମାନ ଉପରେ ଏହା ଭଲ ପ୍ରଭାବ ପକାଇବ l ତେଣୁକରି ଫସଲର ଅବସ୍ଥା, ମାଟିର ପ୍ରକାର ଏବଂ ପାଣିପାଗକୁ ଭିତିକରି ଜଳ ଦେବାର ସମୟ, ଦିନ, ଜଳ ଦେବାର ଦୁଇଟି ପର୍ଯ୍ୟାୟ ମଧ୍ୟରେ ବ୍ୟବଧାନକୁ ନିର୍ଦ୍ଧାରଣ କରାଯାଏ l ଯେତେଦୂର ସମ୍ଭବ ଏଥିରେ ସଙ୍ଗତି ରଖନ୍ତୁ l
୪. ତାପମାତ୍ରାରୁ ଫସଲକୁ ରକ୍ଷା:ବିଲାତି ବାଇଗଣ ଫସଲ ପ୍ରାୟତଃ ଗ୍ରୀଷ୍ମ ଋତୁରେ କରାଯାଏ l ଯେତେବେଳେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥାଏ ସେତେବେଳେ ବିଲାତିବାଇଗଣର ରଙ୍ଗ କରାଉଥିବା ଏଜେଣ୍ଟ, ଲାଇକୋପେନର ମୃତ୍ୟୁ ହୁଏ l ତେଣୁ ଏହା ଫଳକୁ ପୂର୍ଣ୍ଣଭାବରେ ଲାଲ ରଙ୍ଗ କରିପାରେ ନାହିଁ l ତେଣୁ, ଯେତେଦୂର ସମ୍ଭବ ଜୈବ କିମ୍ବା ଧଳା ଘୋଡାଇରଖିବାର ବ୍ୟବସ୍ଥା କରନ୍ତୁ, ବିଶେଷ ଭାବରେ ଗ୍ରୀଷ୍ମ କାଳୀନ ଚାଷ ପାଇଁ l ଏହା ତାପମାତ୍ରା ହ୍ରାସ କରିବାରେ ସାହାଯ୍ୟ କରିବ, ଯାହାଫଳରେ ଭଲ ଉତ୍ପାଦନ ହେବ l ୫. ଯଦି ତ୍ରିରଙ୍ଗା ଫଳ ସବୁ ଦେଖା ଗଲେ, ନିଆଯାଉଥିବା ଉପାୟ ସବୁ-ଯଦି ପୂର୍ବରୁ ପ୍ରତିଷେଧନାତ୍ମକ ଉପାୟସବୁ ଗ୍ରହଣ କରାନଯାଏ, ତେବେ ଅମଳ ସମୟରେ ତ୍ରିରଙ୍ଗା ଫଳ ସଂଖ୍ୟା ବୃଦ୍ଧି ପାଏ l ଧଳା ଚେର ଗୁଡ଼ିକୁ ସକ୍ରିୟ କରିବା ପାଇଁ ଜରୁରୀ କାଳୀନ ଭାବରେ ପ୍ରତି ସପ୍ତାହରେ ବୁନ୍ଦା ମାଧ୍ୟମରେ ହ୍ୟୁମିକ ପ୍ରୟୋଗ କରନ୍ତୁ l ଏହା ପରେ ପ୍ରତି ଆଠ ଦିନରେ ୫ କେ.ଜି ପୋଟାସିୟମ ସୋଏନାୟିଟ ପ୍ରୟୋଗ କରନ୍ତୁ, ୫ କେ.ଜି କାଲସିୟମ ନାଇଟ୍ରେଟ ପ୍ରୟୋଗ କରନ୍ତୁ, ୫ କେ.ଜି ମାଗ୍ନେସିୟମ ସଲଫେଟ ପ୍ରୟୋଗ କରନ୍ତୁ, ଏକର ପିଛା ୫୦୦ ଗ୍ରାମ ବୋରନ ବିଭିନ୍ନ ସମୟରେ ପ୍ରୟୋଗ କରନ୍ତୁ l ତତସହିତ, ତାପମାତ୍ରା ହ୍ରାସ କରିବା ପାଇଁ ଏବଂ ପରିବେଶଜନିତ ଚାପକୁ ହ୍ରାସ କରିବା ପାଇଁ ସିଲିକନ ୨୦୦ ମି.ଲି. ଏବଂ କେଟୋଗାର୍ଡ଼ ୨୫୦ ମି.ଲି. ପ୍ରତି ପନ୍ଦର ଦିନରେ ଏକତ୍ର ସିଞ୍ଚନ କରନ୍ତୁ l ଏହା ସଂଗେ ସଂଗେ ବୁନ୍ଦା ଜଳସେଚନ ମାଧ୍ୟମରେ ସିଉଇଡ ଅର୍କ ପ୍ରୟୋଗ କରିବା ଲାଭଦାୟକ ହେବ l ବିଲାତି ବାଇଗଣର ତ୍ରିରଙ୍ଗା ଅସୁବିଧାର ପୂର୍ଣ୍ଣ ନିୟନ୍ତ୍ରଣ ପାଇବା ପାଇଁ ଫସଲର ଭିନ୍ନ ଭିନ୍ନ ଅବସ୍ଥାରେ ଉପରେ ଦିଆଯାଇଥିବା ଅଲଗା ଅଲଗା ଉପାୟଗୁଡ଼ିକୁ ଅବଲମ୍ବନ କରନ୍ତୁ, ଯେମିତିକି ମୃତ୍ତିକା ପ୍ରସ୍ତୁତି ଠାରୁ ଅମଳ ପର୍ଯ୍ୟନ୍ତ l ପ୍ରସଙ୍ଗ: ତେଜସ କୋଲହେ, ବରିଷ୍ଠ କୃଷିବିତ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
298
49