Looking for our company website?  
AgroStar Krishi Gyaan
Pune, Maharashtra
25 Apr 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
(ପ୍ରଥମ ଭାଗ) ବିଲାତି ବାଇଗଣରେ ତ୍ରିରଙ୍ଗା ରୋଗ
ବିଲାତି ବାଇଗଣର ତ୍ରିରଙ୍ଗା ରୋଗଗ୍ରସ୍ତ ଫଳଗୁଡ଼ିକ ପାଇଁ ଉପାୟଗୁଡ଼ିକୁ ଦୁଇଟି ପର୍ଯ୍ୟାୟରେ ଯୋଜନା କରିବା ଆବଶ୍ୟକ l ପ୍ରଥମ ପର୍ଯ୍ୟାୟରେ, ପରବର୍ତ୍ତୀ କାଳୀନ ଅସୁବିଧାସବୁକୁ ଦୂରକରିବା ପାଇଁ ଆମ୍ଭେ ପ୍ରାକସାବଧାନତା ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଆବଶ୍ୟକ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଯଦି ସେହି ଅସୁବିଧାସବୁ ଦେଖାଯାଏ, ତେବେ ଅସୁବିଧାର ପ୍ରାବଲ୍ୟକୁ ହ୍ରାସ କରିବା ପାଇଁ ଯଥାଶୀଘ୍ର ଆମ୍ଭେ କିଛି ପଦକ୍ଷେପ ନେବା ଉଚିତ l ରୋଗର ଲକ୍ଷଣ ଗୁଡ଼ିକ: ଅଧିକାଂଶ ଫଳ ହଳଦିଆ ରହେ ଏବଂ ପୂର୍ଣ୍ଣ ଭାବରେ ପରିପକ୍ଵ ହୁଏ ନାହିଁ l ଭ୍ରାନ୍ତ ଧାରଣା: ତ୍ରିରଙ୍ଗା ରୋଗଗ୍ରସ୍ତ ଫଳ ପାଇଁ କିସମ ଏବଂ ଭୂତାଣୁ ଜନିତ ରୋଗ ସବୁ ଦାୟୀ ଅଟନ୍ତି l କାରଣ ଗୁଡ଼ିକ: ଯଦିଓ, ଏହି ରୋଗର ପ୍ରକୃତ କାରଣ ଚିହ୍ନଟ କରିବା ଏକ ପ୍ରକାର କଷ୍ଟକର କାମ, ଏହା ନିମ୍ନରେ ଦିଆଯାଇଥିବା କେତେଗୁଡ଼ିଏ କାରଣ ଯୋଗୁଁ ହୋଇଥାଏ l ୧. ନିମ୍ନ ମାନର ଜମି ଚୟନ/ ବିଲାତି ବାଇଗଣ ଚାଷ ପାଇଁ କାମ ଉର୍ବରକ୍ଷମ ଜମିର ବ୍ୟବହାର ୨. ପୋଷକତତ୍ୱଗୁଡ଼ିକର ବ୍ୟବହାରରେ ଅସନ୍ତୁଳନତା ୩. ଶୋଷକ କୀଟମାନଙ୍କର ଉପଦ୍ରବ ୪. ଭୁତାଣୁଜନିତ ରୋଗର ଉପଦ୍ରବ ୫. ଅନିୟମିତ ଏବଂ ଅଧିକ/କମ ଜଳ ପରିଚାଳନା ୬. ଅତ୍ୟଧିକ ତାପମାତ୍ରାରେ ଅନୁପଯୁକ୍ତ ଯତ୍ନ
ପ୍ରଥମ ପର୍ଯ୍ୟାୟରେ ଅସୁବିଧା ଗୁଡ଼ିକୁ ଏଡେ଼ଇବା ପାଇଁ ପ୍ରତିଷେଧକ ଉପାୟସବୁ:_x000D_ ୧. ଜମିର ଚୟନ:_x000D_ _x000D_ ବିଲାତି ବାଇଗଣ ଫସଲ ଚାଷ ପାଇଁ ଜମି ଉର୍ବର ହୋଇଥିବା ଆବଶ୍ୟକ, ପୋଷକତତ୍ତ୍ୱରେ ପୂର୍ଣ୍ଣ ହୋଇଥିବା ଉଚିତ ଏବଂ ଏଥିରୁ ଜଳ ନିଷ୍କାସନ କରିହେଉଥିବା ଆବଶ୍ୟକ l ଏହା ସହିତ ଚାଷ କରିବାର ପ୍ରଣାଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ l ଉଚ୍ଚା ଏବଂ ଓସାରିଆ ପଟାଳୀସବୁ କରନ୍ତୁ ଯେପରି କି, ଚେର ନିକଟରେ ମାଟି ଫସଫସିଆ ରହିବ l ଚାଷ ପାଇଁ ବୁନ୍ଦା ଜଳସେଚନ କରନ୍ତୁ l ଯଦି ପଟାଳୀର ଉଚ୍ଚତା 0.୫ ଫୁଟ ଏବଂ ଓସାର ୩ ଫୁଟ ରହେ ତେବେ ଧଳା ଚେରଗୁଡ଼ିକ ସକ୍ରିୟ ରହିବେ ଏବଂ ପୋଷକତତ୍ୱ ଯୋଗାଣର ପରିଚାଳନା ଠିକ ଭାବରେ ହେବ l_x000D_ _x000D_ ୨. ପୋଷକତତ୍ୱଗୁଡ଼ିକର ସନ୍ତୁଳନ ବ୍ୟବହାର-ଯଦି ସମ୍ଭବ ବିଲାତି ବାଇଗଣ ଫସଲ ଚାଷ ପୂର୍ବରୁ ଜମିରେ ଥିବା ପୋଷକତତ୍ୱକୁ ଜାଣିବା ପାଇଁ ମାଟିକୁ ପରୀକ୍ଷା କରିନିଅନ୍ତୁ l ଏହା ସହିତ ପଟାଳୀଗୁଡ଼ିକୁ ପ୍ରସ୍ତୁତ କରିବା ସମୟରେ ମୌଳିକ ମାତ୍ରାର ସାର ପ୍ରୟୋଗ କରନ୍ତୁ (ଜୈବସାର, ନିମ୍ଵପିଡ଼ିଆ, ନାଇଟ୍ରୋଜେନ, ଫସଫରସ, ପୋଟାସିୟମ, କ୍ୟାଲସିୟମ, ମାଗ୍ନେଶୀୟମ, ସଲଫର ମୌଳିକ ମାତ୍ରାର ଅନ୍ତର୍ଭୁକ୍ତ) l ବିଲାତି ବାଇଗଣ ଚାଷ କରିବା ପରେ ପରେ ନିୟମିତ ଭାବରେ ବୁନ୍ଦା ଜଳସେଚନ ମାଧ୍ୟମରେ ଦ୍ରବୀଭୂତ ସାରଗୁଡିକୁ ପ୍ରୟୋଗ କରିବା ଚାଲୁ ରଖନ୍ତୁ l_x000D_ _x000D_ _x000D_ ୩. ଋତୁ ଅନୁଯାୟୀ ଉପଯୁକ୍ତ କିସମର ଚୟନ-ଉତମ ବିଲାତି ବାଇଗଣ ଉତ୍ପାଦନ ନିମନ୍ତେ ଶଙ୍କର ଜାତୀୟ କିସମଗୁଡ଼ିକୁ ଚୟନ କରିବା ସମୟରେ ନିମ୍ନଲିଖିତ କାର୍ଯ୍ୟଗୁଡିକୁ ବିବେଚନା କରନ୍ତୁ l ଗ୍ରୀଷ୍ମକାଳୀନ କିସମ ଗୁଡ଼ିକ ଭଲ ଉତ୍ପାଦନ ଦେବା ନାହିଁ, ଯେତେବେଳେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ l ତେଣୁ, ଗ୍ରୀଷ୍ମକାଳୀନ ଚାଷ ପାଇଁ ସେମିନିସ, ଅଂଶଲ, ଆୟୁଷ୍ମାନ, ସିଂଜେଣ୍ଟା-୬୨୪୨, ୧୦୫୭, ବେୟର ୧୧୪୩, ବାଇଓସିଡ ବୀର, ଜେକେ-୮୧୧ କିସମ ଗୁଡ଼ିକୁ ବିବେଚନା କରାଯିବା ଉଚିତ l ଖରିଫ ଏବଂ ବିଳମ୍ବିତ ଖରୀଫ ଋତୁ ପାଇଁ ଏହି କିସମ ଗୁଡ଼ିକୁ ବିବେଚନା କରନ୍ତୁ, ଯେପରିକି ସିଂଜେଣ୍ଟା-୨୦୪୮, ସେମିନିସ ଗର୍ଭା, ନାମଧାରୀ ୬୨୯ l_x000D_ ପ୍ରସଙ୍ଗ-ତେଜସ କୋଲହେ,ବରିଷ୍ଠ କୃଷିବିତ_x000D_ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
298
16