Looking for our company website?  
AgroStar Krishi Gyaan
Pune, Maharashtra
08 Jul 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅମୃତଭଣ୍ଡା – ମୁଖ୍ୟ ରୋଗ ଏବଂ ପ୍ରତିଶେଧକ କୌଶଳଗୁଡ଼ିକ
ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଚାଷ କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଫଳ ହେଉଛି ଅମୃତଭଣ୍ଡା । କଦଳୀ ପରେ ଏହା ୟୁନିଟ୍ ପିଛା ସର୍ବାଧିକ ଅମଳ ହେଉଥିବା ଗଛ ଏବଂ ଔଷଧୀୟ ଗୁଣରେ ଭରପୂର। ବଳୟ ଚିତି ରୋଗ: ଅମୃତଭଣ୍ଡା ଗଛର ଯେ କୌଣସି ପର୍ଯ୍ୟାୟରେ ବଳୟ ଚିତି ରୋଗ ଦେଖାଯାଇପାରେ। ରୋଗର ଲକ୍ଷଣ ସବୁଠାରୁ ଉପରେ ଥିବା ପତ୍ରରେ ଦେଖାଯାଇଥାଏ, ଯାହା କି କୋମଳ। ପ୍ରଭାବିତ ହୋଇଥିବା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଏହାର ଆକାର ଛୋଟ ହୋଇଯାଏ। ପତ୍ରର ଉପର ଖଦଖଦଡ଼ିଆ ହୋଇଯାଏ ଏବଂ ଗାଢ଼ ସବୁଜ ଫୋଟକା ବାହାରେ। ଗଛର ପତ୍ର ଛୋଟ ହୋଇଯାଏ ଏବଂ ପତ୍ରଗୁଡ଼ିକ ଛିଡ଼ା ହୋଇ ରୁହେ।
ରୋଗର କାରଣ: ବଳୟ ଚିତି ଭୂତାଣୁ ନାମକ ଏକ ଭୂତାଣୁ ଏହି ରୋଗ ସୃଷ୍ଟି କରେ। ଏହି ଭୂତାଣୁ ଅମୃତଭଣ୍ଡା ଗଛରୁ ପାଖରେ ଥିବା ଅନ୍ୟ ଗଛକୁ ବ୍ୟାପୀ ଯାଇପାରେ। ଏହା ସାଧାରଣତଃ ରୋଗକାରକ କୀଟଙ୍କ ଜରିଆରେ ବୃଦ୍ଧି ପାଇଥାଏ। ସେ ମଧ୍ୟରୁ ଜଉ( ଆଫିସ୍ ଗୋସିପି) ଏକ ବାହକ ଭାବରେ କାମ କରେ। ମୋଜାଇକ୍: ଏହି ରୋଗର ବିଶେଷ ଲକ୍ଷଣ ପତ୍ରରେ ସବୁଜ ରଙ୍ଗର ମୋଜାଇକ୍ ପରି ଦାଗ। ଯଦିଓ ପତ୍ରଗୁଡ଼ିକ ଚିତି ରୋଗ ପରି ଏକଦମ୍ ନଷ୍ଟ ହୋଇଯାଏ ନାହିଁ, ବାକି ଲକ୍ଷଣଗୁଡ଼ିକ ଚିତିରୋଗର ଲକ୍ଷଣ ପରି । ଏହା ଅମୃତଭଣ୍ଡା ମୋଜାଇକ୍ ଭୂତାଣୁ ଦ୍ୱାରା ସୃଷ୍ଟି ହୁଏ ଏବଂ ଜଉ( ଆଫିସ୍ ଗୋସିପି) ଜରିଆରେ ବ୍ୟାପୀଥାଏ। ରୋଗ ପରିଚାଳନା: ଭୂତାଣୁ ଜନିତ ରୋଗଗୁଡ଼ିକର ମୂଳୋତ୍ପାଟନ ସମ୍ପର୍କରେ ଉପଯୁକ୍ତ ସୂଚନା ଏପର୍ଯ୍ୟନ୍ତ ଜଣାଯାଇନାହିଁ। ତେଣୁ ନିମ୍ନରେ ପ୍ରଦତ୍ତ ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ଦ୍ୱାରା ରୋଗର ତୀବ୍ରତା କମ୍ କରାଯାଇପାରିବ। ● ବଗିଚାକୁ ସଫା ରଖନ୍ତୁ। କୌଣସି ସଂକ୍ରମିତ ଗଛ କ୍ଷେତ୍ରରେ ଏହାର ଅବଶିଷ୍ଟାଂଶ ଏକତ୍ର କରି ତାହା ନଷ୍ଟ କରିଦେବା ଉଚିତ। ● ଏକ ନୂତନ ବଗିଚା ସୃଷ୍ଟି କରିବା ପାଇଁ ସୁସ୍ଥ ଏବଂ ରୋଗମୁକ୍ତ ଗଛ ବଛାଯିବା ଉଚିତ। ● ରୋଗୀଣା ଗଛଗୁଡ଼ିକୁ କୌଣସି ଚିକିତ୍ସା ଦ୍ୱାରା ସୁସ୍ଥ କରାଯାଇପାରିବ ନାହିଁ। ତେଣୁ ସେଗୁଡ଼ିକୁ ଉପାଡ଼ି ପୋଡ଼ିଦେବା ଉଚିତ। ନଚେତ୍ ଏଗୁଡ଼ିକ ଭୂତାଣୁର ସ୍ଥାୟୀ ଉତ୍ସ ହୋଇ ଅନ୍ୟ ଗଛଗୁଡ଼ିକୁ ରୋଗ ବ୍ୟାପୀବାରେ ସାହାଯ୍ୟ କରିବ। ● ରୋଗକାରକ କୀଟଗୁଡ଼ିକୁ ନିବାରଣ କରିବା ପାଇଁ କୀଟନାଶକ ଔଷଧ ଇମିଡାକ୍ଲୋପ୍ରିଡ୍ ଲିଟର ପିଛା 17.8% ଏସ୍ଏଲ୍ 0.3 ମିଲି ପାଣିରେ ମିଶାଇ ନିୟମିତ ଭାବରେ ୧୦-୧୨ ଦିନ ଅନ୍ତରରେ ସିଞ୍ଚନ କରିବା ଆବଶ୍ୟକ। ଉଲ୍ଲେଖ – ଶ୍ରୀଯୁକ୍ତ ଏସ୍.କେ. ତ୍ୟାଗୀ ବୈଜ୍ଞାନିକ, କୃଷିବିଜ୍ଞାନ କେନ୍ଦ୍ର, ଖାର୍ଗାଓଁ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
305
22