Looking for our company website?  
AgroStar Krishi Gyaan
Pune, Maharashtra
28 Sep 19, 06:30 PM
ଜୈବିକ ଚାଷଏଗ୍ରୋୱନ
ପୈସିଲୋମିସ ଲିଲାସିନସ୍‌
ପୈସିଲୋମିସ ଲିଲାସିନସ୍‌ ହେଉଛି ଏକ ପ୍ରାକୃତିକ କବକ ଯାହା ବହୁତ ପ୍ରକାରର ମାଟିରେ ଦେଖାଯାଆନ୍ତି | କବକଗୁଡ଼ିକ 21-32 ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଜୀବିତ ରହିଥାଏ | ଯଦି ମାଟିର ତାପମାତ୍ରା 36 ଡିଗ୍ରୀରୁ ଅଧିକ ହୋଇଯାଏ ତାହେଲେ କବକଗୁଡ଼ିକ ବଞ୍ଚିପାରିବେ ନାହିଁ | କବକ ଜୀବନ ଚକ୍ରର ସମସ୍ତ ସ୍ତରରେ ନେମାଟୋଡ଼କୁ ପ୍ରଭାବିତ କରିଥାଏ | ଫସଲ- ଆଳୁ, ଲଙ୍କା, ବିଲାତି ବାଇଗଣ, କାକୁଡ଼ି, ଫୁଲ, ଇତ୍ୟାଦି | ଲକ୍ଷ୍ୟ କୀଟ- ଉଦାହରଣ ପାଇଁ ପରଜୀବି ନେମାଟୋଡ଼: ରୁଟ୍‌ ନଟ୍‌ ନେମାଟୋଡ଼, ସିଶ୍ଟ ନେମାଟୋଡ଼, ରେନିଫର୍ମ ନେମାଟୋଡ଼
ବ୍ୟବହାର କରିବାର ପଦ୍ଧତି: 200 ଲିଟର ପାଣିରେ 1 କିଲୋଗ୍ରାମ୍‌ କବକ ଆଧାରିତ ପାଉଡ଼ର(ପୈସିଲୋମିସ ଲିଲାସିନସ୍‌) ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଏକ ଏକରରେ ଡ୍ରେଞ୍ଚ କରନ୍ତୁ | ମାତ୍ରା: ଉତ୍ତମ ଭାବେ ବିଘଟିତ ହୋଇଥିବା ଖେତର ସାର ସହିତ 2 କିଲୋଗ୍ରାମ୍‌ କବକ ଆଧାରିତ ପାଉଡ଼ର(ପୈସିଲୋମିସ ଲିଲାସିନସ୍‌) ମିଶାନ୍ତୁ ଏବଂ ଏକ ଏକର ପାଇଁ ମାଟି ମାଧ୍ୟମରେ ଦିଅନ୍ତୁ | ପ୍ରସଙ୍ଗ- ଏଗ୍ରୋୱନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
106
0