Looking for our company website?  
AgroStar Krishi Gyaan
Pune, Maharashtra
31 Mar 19, 06:00 PM
ପଶୁ ପାଳନଏଗ୍ରୋୱନ
ମଇଁଷି ଏବଂ ଗାଈ ଠାରେ ସର୍ବାଧିକ ଦୁଗ୍ଧ ଉତ୍ପାଦନ ପାଇଁ ପୋଷଣ ପରିଚାଳନା
• ଅପର୍ଯ୍ୟାପ୍ତ ପଶୁ ଆହାର ଦୁଧିଆଳି ପଶୁଙ୍କର ଶାରୀରିକ ବିକାଶ, ଦୁଗ୍ଧ ଉତ୍ପାଦନ, ଏବଂ ପ୍ରଜନନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ | କୌଣସି ସଂକ୍ରମଣ ପୂର୍ବରୁ, ସ୍ୱାସ୍ଥ୍ୟକର ପଶୁଖାଦ୍ୟ ପରିଚାଳନା ଆରମ୍ଭ କରାଯିବା ଉଚିତ | • ପଶୁଙ୍କର ଶୁଖିଲା ଚାରା ରେ ପ୍ରୋଟିନ ଏବଂ ଶକ୍ତିର ମାତ୍ରା ବୃଦ୍ଧି କରିବାରେ ଆଶାନୁଯାୟୀ ଫଳ ପ୍ରାପ୍ତ ହେବ | • ପଶୁମାନଙ୍କର ଓଜନ ଏବଂ ଅବସ୍ଥା ସତର୍କତାର ସହିତ ନିରୀକ୍ଷଣ କରନ୍ତୁ | ପଶୁମାନଙ୍କର ପ୍ରସବ ପରେ, ତିନି ସପ୍ତାହ ପର୍ଯ୍ୟନ୍ତ ଯତ୍ନ ନିଆଯିବା ଉଚିତ | ଭବିଷ୍ୟତରେ, ଅଧିକତର ଭଲ ଦୁଗ୍ଧ ଉତ୍ପାଦନ ପାଇଁ ଅନ୍ୟ ପଶୁ ଆହାର ସହିତ ଅତିରିକ୍ତ ଚର୍ବିଜାତୀୟ ଖାଦ୍ୟ ଦେଇ ଶକ୍ତିର ଅଭାବକୁ ଦୂର କରାଯାଇପାରିବ | • ଯେତେବେଳେ ଗାଈ କିମ୍ବା ମଇଁଷି ଦୁଗ୍ଧ ଉତ୍ପାଦନ ସ୍ତରକୁ ପହଞ୍ଚିଯାଏ, ପଶୁଖାଦ୍ୟ ଦୁଗ୍ଧ ଉତ୍ପାଦନର କ୍ଷମତା ଅନୁସାରେ ଯୋଗାଇଦେବା ଉଚିତ | ପଶୁମାନଙ୍କର ପରିପାକ୍ ପ୍ରକ୍ରିୟା ଏବଂ ଅନ୍ୟ ଖଣିଜ ପଦାର୍ଥ ପାଇଁ ଆବଶ୍ୟକ ପୁଷ୍ଟିକର ଏବଂ ତନ୍ତୁଜାତୀୟ ଖାଦ୍ୟର ମାତ୍ରା ଜଣେ ପଶୁ ଚିକିତ୍ସକଙ୍କ ସୁପାରିଶ ଅନୁସାରେ ଦିଆଯିବା ଉଚିତ |
• ପଶୁ ଚିକିତ୍ସା କିମ୍ବା ପଶୁ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଏହି ସବୁ ଖଣିଜ ପଦାର୍ଥ ସହିତ ନିୟମିତ ଖାଦ୍ୟ ଦେବା ପାଇଁ ମଇଁଷି ଏବଂ ଗାଈମାନେ ଆବଶ୍ୟକ କରୁଥିବା ଚାରା, ପୁଷ୍ଟିକର ଏବଂ ତନ୍ତୁଜାତୀୟ ଖାଦ୍ୟ ଦିଆଯିବା ଦରକାର | ନୂତନ ମିଶ୍ରିତ ପଶୁ ଖାଦ୍ୟ କିମ୍ବା ଟିଏମ୍ଆର (TMR) ଟେକ୍ନୋଲୋଜି ପଶୁ ଖାଦ୍ୟ ଏବଂ ଚାରା ଉପଯୋଗୀ ଅଟେ ଏବଂ ପଶୁମାନଙ୍କର ପରିପାକ୍ ପ୍ରଣାଳୀରେ ଅମ୍ଳତାକୁ କମ୍ କରେ | _x000D_ ଉତ୍ସ: ଡ଼ଃ.ପରାଗ ଘୋଙ୍ଗଲେ, ଏଗ୍ରୋୱୋନ, ଫେବ୍ରୁଆରୀ 25, 2019_x000D_ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
503
6