AgroStar Krishi Gyaan
Pune, Maharashtra
21 Jul 19, 06:30 PM
ପଶୁ ପାଳନଗାଁ କନେକସନ୍‌
ପଶୁସମ୍ପଦ କିଣିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
ଅଧିକାଂଶ ପଶୁପାଳକ ବ୍ୟୟସାପେକ୍ଷ ମୂଲ୍ୟ ଦେଇ ଅନ୍ୟ ସ୍ଥାନରୁ ଡ଼ାଏରୀ କାଟେଲ୍‌ (ଅତ୍ୟଧିକ ଦୁଗ୍ଧ ଦେଉଥିବା ପଶୁ) କ୍ରୟ କରିଥାଆନ୍ତି | ଯଦିଓ, ଏହା ପରେ ଜଣାପଡ଼େ କି ଦୁଗ୍ଧ ଉତ୍ପାଦନ ସେତିକି ହୁଏ ନାହିଁ ଯେତିକି ଦଲାଲ୍‌ ସଂକେତ ଦେଇଥିଲା | ଏହିପରି ସ୍ଥିତିରେ ପଶୁସମ୍ପଦ ପାଳକଙ୍କୁ ଆର୍ଥିକ କ୍ଷତି ହୋ‍ଇଥାଏ | ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକକୁ ଧ୍ୟାନରେ ରଖନ୍ତୁ ଶାରିରୀକ ଗଠନ: ସୁସ୍ଥ ପଶୁଙ୍କର ଶରୀରର ସମ୍ମୁଖ ଭାଗ ପତଳା ଏବଂ ପଛ ଭାଗ ଚ‍ଉଡ଼ା ହୋ‍ଇଥାଏ | ସେମାନଙ୍କର ନାସାରନ୍ଧ୍ର ଖୋଲା ହୋ‍ଇଥାଏ, ସେମାନଙ୍କର ପାଟିହାଡ଼ ଶକ୍ତିଶାଳୀ, ଆକର୍ଷଣୀୟ ଆଖି, ଲମ୍ବା ଲାଞ୍ଜ, ଏବଂ କୋମଳ, ପତଳା ଚର୍ମ ହୋ‍ଇଥାଏ | ଛାତିର ଏକ ଅଂଶ ବିକଶିତ ଏବଂ ଏକ ଚ‍ଉଡ଼ା ପିଠି ହୋ‍ଇଥାଏ | ଦୁଗ୍ଧ ଉତ୍ପାଦନ: ଦୁଧିଆଳୀ ପଶୁର ବଜାର ମୂଲ୍ୟ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧର ମାତ୍ରା ଅନୁଯାୟୀ ନିର୍ଦ୍ଧାରିତ ହୋ‍ଇଥାଏ; ତେଣୁ ଏହାକୁ କ୍ରୟ କରିବା ପୂର୍ବରୁ 2-3 ଦିନ ପାଇଁ ପଶୁମାନଙ୍କର ଦୁଗ୍ଧ ଦୁହିଁବାକୁ ଭଲ ଭାବରେ ଯାଞ୍ଚ କରନ୍ତୁ | ବୟସ: ସାଧାରଣତଃ 10-12 ବର୍ଷ ବୟସ ପରେ ପଶୁମାନଙ୍କର ଶାବକ ଜନ୍ମ କରିବାର କ୍ଷମତା ସମାପ୍ତ ହୋ‍ଇଯାଏ | ତୃତୀୟ ଏବଂ ଚତୁର୍ଥ ଛୁଆ ପର୍ଯ୍ୟନ୍ତ ଦୁଗ୍ଧ ଉତ୍ପାଦନ ତାହାର ଶିଖରରେ ପହଞ୍ଚିଥାଏ, ଯାହାକି କ୍ରମଶଃ ହ୍ରାସ ପାଇଥାଏ | ପଶୁମାନଙ୍କର ବୟସ ସେମାନଙ୍କର ବାହ୍ୟରୂପ ଏବଂ ଦାନ୍ତର ମାତ୍ରାରୁ ପରିଭାଷିତ ହୋ‍ଇଥାଏ | ଉତ୍ସ: ଗାଁ କନେକସନ୍‌
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
600
1