Looking for our company website?  
AgroStar Krishi Gyaan
Pune, Maharashtra
24 Aug 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କୀଟ ନିୟନ୍ତ୍ରଣ କରିବା ପାଇଁ ନିମ୍ୱ ଅର୍କ ପ୍ରସ୍ତୁତି ପ୍ରଣାଳୀ
ନିମାଟୋଡ ଅର୍କ ହେଉଛି ଫସଲ ପାଇଁ ସବୁଠାରୁ କମ୍‌ ଦାମର କୀଟନାଶକ ଯାହାକି ସାଧାରଣତଃ କୀଟ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ | ଏହାକୁ ଅନ୍ୟ ସମସ୍ତ ଫସଲର, ଯଥା ପନିପରିବା, ଧାନ ଶସ୍ୟ, ଖାଦ୍ୟ ଶସ୍ୟ, ଛୁଇଁ ଜାତୀୟ ଫସଲ, କପା ,ଏବଂ ଅନ୍ୟଗୁଡ଼ିକରେ କୀଟନାଶକ ରୂପେ ବ୍ୟବହାର କରାଯାଏ | ନିମ୍ୱ ଅର୍କ ପ୍ରସ୍ତୁତି ପ୍ରଣାଳୀ : ନିମ୍ୱ ମଞ୍ଜି ସଂଗ୍ରହ କିମ୍ୱା ଉପଲବ୍ଧ ନଥିବା ସମୟରେ, ବଜାରରେ ଉପଲବ୍ଧ ନିମ୍ୱ ପାଉଡ଼ରକୁ ଅର୍କ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ | ନିମ୍ୱ ଅର୍କ ପ୍ରସ୍ତୁତ କରିବା ପାଇଁ ରାତିରେ ଗୋଟିଏ ପ୍ଲାଷ୍ଟିକ ବାଲଟିରେ 10 ଲିଟର ଜଳରେ 5 କିଲୋଗ୍ରାମ୍‌ ନିମ୍ୱ ପାଉଡ଼ର ଭିଜାନ୍ତୁ | ସାରାରାତିରେ ଭିଜିଯାଇଥିବା ନିମ୍ୱ ପାଉଡ଼ରକୁ ଧ୍ୟାନର ସହ ନିଗାଡ଼ି ଦିଅନ୍ତୁ | ଭଲଭାବରେ ଛଣାଯାଇଥିବା ନିମ୍ୱ ଅର୍କର ମିଶ୍ରଣକୁ 100 ଲିଟର ପାଣିରେ ମିଶାନ୍ତୁ ଏବଂ ଏହା ଉପରେ ଏକ ଷ୍ଟିକର ଲଗାଯିବା ଦରକାର ଏବଂ ତାପରେ ଏହାକୁ ଗଛରେ ସ୍ପ୍ରେ କରନ୍ତୁ | ନିମ୍ୱ ଅର୍କର ଲାଭ: • ସମସ୍ତ ନିମ୍ୱ ଅର୍କ ପ୍ରାକୃତିକ ଉତ୍ସରୁ ଆସିଛି, ଏହା ଶସ୍ତା ଅଟେ ଏବଂ ତିଆରି କରିବା ସହଜ ହୋଇଥାଏ | • ୧୫ ଦିନ ବ୍ୟବଧାନରେ ନିୟମିତ ନିମ୍ୱ ଅର୍କର ସ୍ପ୍ରେ କରିବା ଦ୍ୱାରା ଶୋଷଣକାରୀ କୀଟଙ୍କର ପାର୍ଦୁଭାବ କମ୍‌ ହୋଇଯାଏ | • କୀଟ ପତଙ୍ଗ (ମଥ‌)ମାନଙ୍କର ଜୀବନଚକ୍ରରେ, ଅଣ୍ଡାଦାନ ଏବଂ ଶୋଷଣକାରୀ କୀଟଙ୍କୁ ରୋକାଯାଇପାରିବ ଏବଂ ଅଣ୍ଡାଦାନର ପ୍ରାକୃତିକ ପ୍ରକ୍ରିୟାକୁ ମଧ୍ୟ ପ୍ରତିରୋଧ କରାଯାଇପାରିବ | • ଜୈବିକ କୃଷିରେ ଏହାର ବ୍ୟବହାର ସହଜ ଅଟେ କାରଣ ଏଥିରେ ପ୍ରାକୃତିକ ଉପାଦାନ ରହିଥାଏ ଏବଂ ରାସାୟନିକ ଉପାଦାନ ରହିଥାଏ | ରପ୍ତାନୀ କରିବାକୁ ଥିବା ପନିପରିବା ଫସଲରେ ସ୍ପ୍ରେ କରିବା ଲାଭଦାୟକ ଅଟେ | • ଏହାକୁ କୀଟନାଶକ ସହିତ ତଥା ଏକୀଭୂତ କୀଟ ପରିଚଳନା ପ୍ରଣାଳୀ ସହ ବ୍ୟବହାର କରିବା ଅତ୍ୟନ୍ତ ସହଜ ଅଟେ | • ଶୂକ ଅବସ୍ଥାରେ ଫସଲରେ ନିମ୍ୱ ଅର୍କ ସ୍ପ୍ରେ କରିବା ଉଚିତ; ଯାହାଦ୍ୱାରା ଧଳା ମାଛି, ଏଫିଡ, ଥ୍ରିପ୍‌ସ ଏବଂ ବିଭିନ୍ନ ପ୍ରକାରର ଶୂକଙ୍କୁ ଭଲଭାବେ ନିୟନ୍ତ୍ରିତ ହୋଇଥାନ୍ତି | ଉତ୍ସ : ଶ୍ରୀ. ତୁଷାର ଉଗାଲେ, କୃଷି କୀଟ ବିଜ୍ଞାନୀ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
501
0