Looking for our company website?  
AgroStar Krishi Gyaan
Pune, Maharashtra
27 May 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ରାସାୟନିକ ସାର ର କ୍ଷମତା ବୃଦ୍ଧି କରିବାର ଉପାୟ (ପଦ୍ଧତି)
● ସାରକୁ କଦାପି ମାଟି ଉପରେ ଫିଙ୍ଗି ଦିଅନ୍ତୁ ନାହିଁ | ମାଟିରେ ଉପଯୁକ୍ତ ଆର୍ଦତା ଥିବା ସମୟରେ ସେଗୁଡିକକୁ ପ୍ରୟୋଗ କରନ୍ତୁ | ● ବୁଣିବା ସମୟରେ ବିହନ ତଳେ ସାରକୁ ପ୍ରୟୋଗ କରାଯିବା ଉଚିତ | ● ପ୍ରଲେପ ହୋଇଥିବା ସାର/ବ୍ରିକେଟ/ସୁପର ବ୍ରିକେଟ କୁ ବ୍ୟବହାର କରାଯିବା ଉଚିତ | ସେଗୁଡିକ 1:5 ଅନୁପାତରେ ୟୁରିଆ ଏବଂ ନିମ୍ୱ କେକ ସହିତ ବ୍ୟବହାର କରାଯିବା ଉଚିତ | ● ଫସଲ ବୃଦ୍ଧିର ସମ୍ୱେଦନଶୀଳ ସ୍ତର ମଧ୍ୟରେ ପର୍ଯ୍ୟାୟକ୍ରମେ ଦିଆଯିବା ଉଚିତ |
● ତରଳ ସାରକୁ ସୂକ୍ଷ୍ମ (ମାଇକ୍ରୋ) ଜଳସେଚନ ମାଧ୍ୟମରେ ଦିଆଯିବା ଦରକାର | ● ଖାଦ୍ୟଶସ୍ୟ ଫସଲ ପାଇଁ 4:2:2:1 (ନାଇଟ୍ରୋଜେନ:ଫସଫରସ:ପଟାସ:ସଲଫର) ର ଅନୁପାତରେ ଦିଆଯିବା ଦରକାର ଏବଂ ଡାଲି ଜାତୀୟ ଫସଲ ପାଇଁ ସେଗୁଡିକୁ 1:2:1:1 ଅନୁପାତରେ ପ୍ରୟୋଗ କରାଯିବା ଉଚିତ | ● ଜୈବସାରର ନିୟମିତ ଉପଯୋଗରେ ମାଟି ପିଏଚ(ph) 6.5 ରୁ 7.5 ମଧ୍ୟରେ ରକ୍ଷାଣବେକ୍ଷଣ କରିଯିବା ଦରକାର | ● ମାଟିର ସୁରକ୍ଷା ପାଇଁ ମୃତ୍ତିକା ସଂରକ୍ଷଣ, ଜୈବିକ ଚାଷ, ଏବଂ ଏକୀଭୂତ ରାସାୟନିକ ଏବଂ ଜୈବିକ ଚାଷ କରି ମାଟିର ସ୍ୱାସ୍ଥ୍ୟକୁ ରକ୍ଷାଣବେକ୍ଷଣ କରନ୍ତୁ | ଏହା ସମୟ ପାଇଁ ଜରୁରୀ | ନିର୍ଦ୍ଧେଶ- ଏଗ୍ରୋଷ୍ଟାର ଏଗ୍ରୋନୋମି ସେଣ୍ଟର ଅଫ ଏକ୍ସଲେନସୀ | ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
467
6