Looking for our company website?  
AgroStar Krishi Gyaan
Pune, Maharashtra
22 Feb 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ନିମ୍ବର ନିର୍ଯ୍ୟାସ ପ୍ରସ୍ତୁତ କରିବା ପ୍ରଣାଳୀ
ନିମ୍ବର ନିର୍ଯ୍ୟାସ ପ୍ରସ୍ତୁତ କରିବା ପ୍ରଣାଳୀ ନିମ୍ବ ମଞ୍ଜିଗୁଡ଼ିକ କୀଟନାଶକ ଭାବେ ବ୍ୟବହୃତ ହୋଇଥାଏ | ଯେହେତୁ ନିମ୍ବ ମଞ୍ଜିରେ ଆଜାଦିରାକ୍ଟିନ ନାମକ ଏକ ଉପାଦାନ ଥାଏ, ଏଗୁଡିକ କୀଟ, ସୂତ୍ରକୃମି, କବକ ଆଦି ନିୟନ୍ତ୍ରଣ କାରେ | ଏହା ଏକ ସଂଯୋଗ କୀଟନାଶକ | ୧୦% ନିମ୍ବ ନିର୍ଯ୍ୟାସ ପ୍ରସ୍ତୁତ କରିବା ପ୍ରଣାଳୀ ୧) ୧୦ କେଜି ନିମ୍ବ ମଞ୍ଜି ଏବଂ ୧୦୦ ଗ୍ରାମ ଲୁଗାସଫା କରିବା ସୋଡା଼ ନିଅନ୍ତୁ | ୨) ନିମ୍ବ ମଞ୍ଜିକୁ ଶୁଖାଇ ଗୁଣ୍ଡ କରନ୍ତୁ ଏବଂ ଏହାକୁ ଗୋଟିଏ କନାରେ ବାନ୍ଧି ଦିଅନ୍ତୁ | ୩) କନାରେ ବନ୍ଧା ଯାଇଥିବା ନିମ୍ବ ମଞ୍ଜି ଗୁଣ୍ଡକୁ ୧୦ ଲିଟର ପାଣିରେ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ | ୪) ଭିଜି ଯାଇଥିବା ନିମ୍ବ ମଞ୍ଜି ଗୁଣ୍ଡକୁ କାଢ଼ିରଖନ୍ତୁ ଏବଂ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଚାପ ଦିଅନ୍ତୁ ଏବଂ ତାପରେ କନା ସାହାଯ୍ୟରେ ସେଥିରୁ ନିମ୍ବର ନିର୍ଯ୍ୟାସ ବାହାର କରନ୍ତୁ | ୫) ନିମ୍ବର ନିର୍ଯ୍ୟାସ ବାହାର କରି ଏହାକୁ ୯୦-୧୦୦ ଲିଟର ପାଣିରେ ମିଶ୍ରଣ କରନ୍ତୁ ଏବଂ କୀଟନାଶକ ଭାବେ ସିଞ୍ଚନ କରନ୍ତୁ |
ନିର୍ଯ୍ୟାସ ପ୍ରସ୍ତୁତି ସମୟରେ ସତର୍କତା- • ଫସଲର ଅବସ୍ଥା ଏବଂ କୀଟ ସଂକ୍ରମଣ ଅନୁସାରେ ନିମ୍ବ ଗୁଣ୍ଡ ଆବଶ୍ୟକ | • ପ୍ରସ୍ତୁତ ହୋଇଥିବା ନିର୍ଯ୍ୟାସ ସଙ୍ଗେସଙ୍ଗେ ବ୍ୟବହାର କରିବା ଆବଶ୍ୟକ | ଏହା ସାଇତି ରଖନ୍ତୁ ନାହିଁ | • ସଂକ୍ରମଣର ମାତ୍ରା ଅନୁସାରେ ଏହି ପାନର ପରିମାଣ ବୃଦ୍ଧି କରନ୍ତୁ |
2
0