Looking for our company website?  
AgroStar Krishi Gyaan
Pune, Maharashtra
15 Feb 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବୋର୍ଦ୍ଦୋ ମିଶ୍ରଣ ପ୍ରସ୍ତୁତ କରିବା ପ୍ରଣାଳୀ
ଆବଶ୍ୟକୀୟ ଉପାଦାନ - କପର ସଲଫେଟ, ଗୋଳା ଚୂନ ଓ ପାଣି ବୋର୍ଦ୍ଦୋ ମିଶ୍ରଣ ପ୍ରସ୍ତୁତ କରିବା ପ୍ରଣାଳୀ - • କୌଣସି ୧% ଦ୍ରବଣ ପ୍ରସ୍ତୁତ କରିବାପାଇଁ ଉତ୍ତମ ରୂପେ ଗୁଣ୍ଡ ହୋଇଥିବା ୧ କେଜି କପର ସଲଫେଟ, ୧ କେଜି ଗୋଳା ଚୂନ ଏବଂ ୧୦୦ ଲିଟର ପାଣି | • ପ୍ରଥମେ ଉତ୍ତମ ରୂପେ ଗୁଣ୍ଡ ହୋଇଥିବା ୧ କେଜି କପର ସଲଫେଟ ୫୦ ଲିଟର ପାଣିରେ ଗୋଳାଇ ରାତିସାରା ଭିଜାନ୍ତୁ | ଅନ୍ୟ ଏକ ପାତ୍ରରେ ୧ କେଜି ଗୋଳା ଚୂନ ୫୦ ଲିଟର ପାଣିରେ ଗୋଳାଇ ରାତିସାରା ଭିଜାନ୍ତୁ | • ପ୍ରଥମେ ଉତ୍ତମ ରୂପେ ଗୁଣ୍ଡ ହୋଇଥିବା ୧ କେଜି କପର ସଲଫେଟ ୫୦ ଲିଟର ପାଣିରେ ଗୋଳାଇ ରାତିସାରା ଭିଜାନ୍ତୁ | ଅନ୍ୟ ଏକ ପାତ୍ରରେ ୧ କେଜି ଗୋଳା ଚୂନ ୫୦ ଲିଟର ପାଣିରେ ଗୋଳାଇବା ପାଇଁ ମିଶାନ୍ତୁ | • ନିୟମିତ ବ୍ୟବଧାନରେ ଦୁଇଟି ଯାକ ମିଶ୍ରଣକୁ ଘାଣ୍ଟନ୍ତୁ | ଉଭୟ ଉପାଦାନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ମିଳେଇ ଯିବାକୁ ଦିଅନ୍ତୁ ଏବଂ ତା'ପରେ ଉଭୟ ମିଶ୍ରଣକୁ ଏକ ତୃତୀୟ ପାତ୍ରରେ ଏକାଥରକେ ଢାଳନ୍ତୁ |
• ଉଭୟ ମିଶ୍ରଣଗୁଡିକ ସମ୍ପୂର୍ଣ୍ଣ ଭାବେ ମିଶିଗଲା ପରେ, ପାତ୍ରରେ ହାଲୁକା ନୀଳ ରଙ୍ଗର ବୋର୍ଦ୍ଦୋ ମିଶ୍ରଣ ପ୍ରସ୍ତୁତ ହୋଇଥିବାର ଦେଖିବାକୁ ମିଳିବ | ବ୍ୟବହାର ପୂର୍ବରୁ ପରୀକ୍ଷା - ପରୀକ୍ଷା ନିମନ୍ତେ ଏକ ଲୌହ କୀଳକକୁ ମିଶ୍ରଣରେ ୦.୫ - ୧ ମିନିଟ ପର୍ଯ୍ୟନ୍ତ ବୁଡ଼ାନ୍ତୁ | ଏହାପରେ ବୁଡ଼ିଥିବା ଅଂଶରେ ଯଦି ଲାଲ ରଙ୍ଗର ଏକ ସ୍ତର ଦୃଶ୍ୟ ନହୁଏ, ତାହେଲେ ମିଶ୍ରଣ ସିଞ୍ଚନପାଇଁ ଉପଯୁକ୍ତ | ସତର୍କତା - • ମିଶ୍ରଣ ପ୍ରସ୍ତୁତ କରିବାପାଇଁ ସର୍ବଦା ଏକ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରନ୍ତୁ | • ମିଶ୍ରଣ ପ୍ରସ୍ତୁତ ହେବା ସଙ୍ଗେସଙ୍ଗେ ୨୪ ଘଣ୍ଟା ମଧ୍ୟରେ ବ୍ୟବହାର ହେବା ଉଚିତ | • ମିଶ୍ରଣ ପ୍ରସ୍ତୁତ ହେବା ସମୟରେ, ଉଭୟ ଉପାଦାନ ଯେପରି ସମ୍ପୂର୍ଣ୍ଣ ଭାବେ ମିଳେଇ ଯାଏ ତାହା ନିଶ୍ଚିତ କରନ୍ତୁ | ଉଭୟ ମିଶ୍ରଣ ମିଶେଇବା ସମୟରେ ଥଣ୍ଡା ହେବା ଉଚିତ | ଏହିପରି ଭାବେ, କବକ ଜନିତ ରୋଗର ନିୟନ୍ତ୍ରଣପାଇଁ ବୋର୍ଦ୍ଦୋ ମିଶ୍ରଣ ପ୍ରସ୍ତୁତ କରାଯାଇପାରିବ |
0
0