Looking for our company website?  
AgroStar Krishi Gyaan
Pune, Maharashtra
05 Sep 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ମଟର, ସବୁଜ ବୁଟ, କଳା ବୁଟରେ ଚିତ୍ରିତ ଚୋପାବିନ୍ଧା କୀଟର ପରିଚାଳନା
ମଟର, ସବୁଜ ବୁଟ ଶୂକ ବିନ୍‌ କିମ୍ବା କଳା ବୁଟ ଖେତରେ ପ୍ରଜନନ କ୍ଷମ ସ୍ତର (ଫୁଲ ଧରିବା ସ୍ତର କିମ୍ବା ଚୋପା ହେବା ସ୍ତର)ରେ ହୋ‍ଇପାଇବେ | ସାଧାରଣତଃ, ଏହି ଫସଲଗୁଡ଼ିକର ଏହି ସ୍ତରରେ ଚିତ୍ରିତ ଚୋପାବିନ୍ଧା କୀଟର ସଂକ୍ରମଣ ଦେଖାଯାଇଥାଏ | ଚୋପାରେ କଣା କରି ଶୂକ ଚୋପା ଭିତରକୁ ପ୍ରବେଶ କରିଥାଏ | ଶୂକ ଦ୍ୱାରା ଖିଆଯାଇଥିବା ବୀଜ ମଧ୍ୟରୁ କୌଣସିଟିରେ ଚୋପା ଦେଖାଯାଏ ନାହିଁ | ନିୟନ୍ତ୍ରଣ ଉପାୟର ଅଭାବରେ, ଏହି ଶୂକ ଆର୍ଥିକ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋ‍ଇଥାଆନ୍ତି | ଶୂକର ରଙ୍ଗ ସବୁଜ ହୋ‍ଇଥାଏ ଏବଂ ଶରୀରରେ ଛୋଟ କଳା କେଶ ରହିଥାଏ | ସମ୍ପୂର୍ଣ୍ଣ ଭାବରେ ବିକଶିତ ସଁବାଳୁଆର ଶରୀର ଉପରେ କଳା ଦାଗ ସହିତ 6ଟି ଇଷଦ୍‌ ସ୍ୱଚ୍ଛ ଏବଂ ଉଜ୍ୱଳ ଧାର ଥାଏ ଏହି କାରଣରୁ ଏହା “ଚିତ୍ରିତ ଚୋପାବିନ୍ଧା କୀଟ” ଭାବରେ ଜଣାଯାଏ | ଶୂକଟି ଫୁଲ, କଢି ଏବଂ ଚୋପା ଉପରେ ଦେଖାଯାଏ ଏବଂ ଭିତରୁ ବୀଜକୁ ଖାଇଯାଏ | ପ୍ରବେଶ ଛିଦ୍ରକୁ ଶୂକ ମଳ ମୂତ୍ର ଦ୍ୱାରା ବନ୍ଦ କରିଦେଇଥାଏ | ଆଧିକ ମେଘୁଆ ପାଗ ସ୍ଥିତିରେ ଗୁରୁତର କ୍ଷତି ହେବାର ଦେଖାଯାଏ | ଏକୀଭୂତ ପରିଚାଳନା: ଏପରି ଦେଖାଯାଇଛି କି ଚିତ୍ରିତ ଚୋପାବିନ୍ଧା କୀଟ ଉପରେ ପରାଙ୍ଗପୁଷ୍ଟ କରୁଥିବା ବ୍ରାକୋନିଡ୍‌ ପରିବାର ଦୁ‍ଇଟି ପରଜୀବୀ ସାଧାରଣତଃ ଏହି କୀଟର ବହୁଳତାକୁ କମ୍‌ କରିଦେଇଥାଅନ୍ତି | · ଆରମ୍ଭ ସମୟରେ, ପ୍ରତି 10 ଲିଟର ପାଣିରେ ନିମ୍ବ ମଞ୍ଜି ଶସ ଗୁଣ୍ଡ 500 ଗ୍ରାମ୍‌ (5%) କିମ୍ବା ନିମ୍ବ ତେଲ @ 50 ମିଲିଲିଟର କିମ୍ବା ନିମ୍ବ-ଆଧାରିତ ଦ୍ରବଣ 10 ମିଲିଲିଟର (1% ଇସି) ରୁ 40 ମିଲିଲିଟର (0.15% ଇସି) କିମ୍ବା ବୁବେରିଆ ବାସିଆନା, ଏକ କବକ ଆଧାରିତ ଗୁଣ୍ଡ @ 40 ଗ୍ରାମ୍‌ ମିଶାଇ ସ୍ପ୍ରେ କରନ୍ତୁ | · ଅଧିକ ସଂକ୍ରମଣ ସମୟରେ, ପ୍ରତି 10 ଲିଟର ପାଣିରେ କ୍ୟୁନାଲଫୋସ୍‌ 25 ଇସି @ 20 ମିଲିଲିଟର କିମ୍ବା ଟ୍ରାଇଜୋଫୋସ୍‌ 40% + ସାଇପରମେଥ୍ରୀନ୍‌ 4% (44%) ଇସି @ 10 ମିଲିଲିଟର କିମ୍ବା ଲୁଫେନ୍ୟୁରନ୍‌ 5 ଇସି @ 10 ମିଲିଲିଟର କିମ୍ବା ମୋନୋକ୍ରୋଟୋଫୋସ୍‌ 36 ଏସଏଲ୍‌ @ 10 ମିଲିଲିଟର କିମ୍ବା ଥାୟୋଡାଇକାର୍ବ 75 ଡ଼ବ୍ଲ୍ୟୁପି @ 10 ଗ୍ରାମ୍‌ କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 18.5 ଏସସି @ 3 ମିଶାଇ ସ୍ପ୍ରେ କରନ୍ତୁ | · ବିଶେଷତଃ କଳା ବୁଟ ଏବଂ ମଟରରୁ ଚିତ୍ରିତ ପତ୍ରବିନ୍ଧା କୀଟକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି 10 ଲିଟର ପାଣିରେ ଇମାମାକ୍ଟିନ୍‌ ବେଞ୍ଜୋଏଟ୍‌ 5 ଡ଼ବ୍ଲ୍ୟୁଜି @ 5 ଗ୍ରାମ୍‌ କିମ୍ବା ଫ୍ଲୁବେଣ୍ଡିଆମାଇଡ଼ 480 ଏସସି @ 2 ମିଲିଟର କିମ୍ବା କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 18.5 ଏସସି @ 3 ମିଶାଇ ସ୍ପ୍ରେ କରନ୍ତୁ | · ଯଦି ବୁଟରେ ଚିତ୍ରିତ ଚୋପାବିନ୍ଧା କୀଟ ଦେଖାଯାଏ, ତେବେ ଗଛରେ 50% ଫୁଲ ଧରିବା ସମୟରେ ପ୍ରତି 10 ଲିଟର ପାଣିରେ ଇଣ୍ଡୋସ୍କାକାର୍ବ 14.5 ଏସସି @ 3.5 ମିଲିଲିଟର କିମ୍ବା ସ୍ପିନୋସାଡ୍‌ 45 ଏସସି @ 1.6 ମିଲିଲିଟର କିମ୍ବା ଇମାମାକ୍ଟିନ୍‌ ବେଞ୍ଜୋଏଟ୍‌ 5 ଏସଜି @ 3 ମିଶାଇ ସ୍ପ୍ରେ କରନ୍ତୁ ଏବଂ ପ୍ରଥମ ସ୍ପ୍ରେ ର 7 ଦିନ ପରେ ଦ୍ୱିତୀୟ ସ୍ପ୍ରେ କରନ୍ତୁ | ଯେତେବେଳେ ଏହି କୀଟ ସବୁଜ ବୁଟରେ ଦେଖାଯାଏ, ତେବେ ଗଛରେ 50% ଫୁଲ ଧରିବା ସମୟରେ ପତି 10 ଲିଟର ପାଣିରେ କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 18.5 ଏସସି @ 3 ମିଲିଲିଟର କିମ୍ବା ଫ୍ଲୁବେଣ୍ଡିଆମାଇଡ଼ 480 ଏସସି @ 2 ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ |
ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
154
4