Looking for our company website?  
AgroStar Krishi Gyaan
Pune, Maharashtra
04 Jul 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଧାନର ହଳଦିଆ କାଣ୍ଡବିନ୍ଧା ପୋକର ପରିଚାଳନା
ଧାନ ହେଉଛି ଭାରତର ସର୍ବାଧିକ ରାଜ୍ୟଗୁଡ଼ିକର ମୂଖ୍ୟ ଫସଲ କାରଣ ଏଥିରେ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁର ଆବଶ୍ୟକତା ହୋ‍ଇଥାଏ | ଏହା ଉଚ୍ଚ ଆର୍ଦ୍ରତା, ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ଏବଂ ସୁରକ୍ଷିତ ଜଳ ଯୋଗାଣ ହେଉଥିବା ଅଞ୍ଚଳ ପାଇଁ ସବୁଠାରୁ ଉପଯୁକ୍ତ ଅଟେ | ଫସଲର ଜୀବନକାଳ ମଧ୍ୟରେ ଆବଶ୍ୟକ ହେଉଥିବା ହାରାହାରି ତାପମାତ୍ରା 21ºC ରୁ 37ºC ପର୍ଯ୍ୟନ୍ତ ଭିନ୍ନ ହୋ‍ଇଥାଏ | କର୍ଷଣ ସମୟରେ ଅଙ୍କୁରିତ ହେବା ପାଇଁ ସର୍ବନିମ୍ନ ତାପମାତ୍ରା ହେଉଛି 10ºC | ସର୍ବାଧିକ ତାପମାତ୍ରା ଯାହା ଫସଲ ସହନ କରିପାରେ ତାହା 40ºC ରୁ 42ºC ମଧ୍ୟରେ ହୋ‍ଇଥାଏ, ଏବଂ ଫସଲ ବିକାଶ ପାଇଁ ଏକ ଉଚ୍ଚ ତାପମାତ୍ରା ଦରକାର କରେ |
• ପ୍ରଥମ ରୋପଣ ଅର୍ଥାତ ଜୁଲାଇର ପ୍ରଥମ ପକ୍ଷ | • ନାଇଟ୍ରୋଜନ ସାର କୁ 3-4 ଭାଗ କରି ପ୍ରୟୋଗ କରନ୍ତୁ | • ବାଲି ସହିତ ତଳିଘେରାରେ ଚାରା ପୋତିବାର 15 ଦିନ ପରେ, ତଳିଘେରାରେ, କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 0.4% ଜିଆର କିମ୍ବା କାର୍ବୋଫୁରାନ୍‌ 3% ଜି କିମ୍ବା କାର୍ଟାପହାଇଡ୍ରୋକ୍ଲୋରାଇଡ଼ 4% ଜି କିମ୍ବା ଫିପ୍ରୋନିଲ୍‌ 0.3% ଜିଆର @ 1 କିଲୋଗ୍ରାମ୍‌ ପ୍ରତି 100 ବର୍ଗ.ମିଟର (ଏକ ଗୁଣ୍ଠ)ରେ ପ୍ରୟୋଗ କରନ୍ତୁ | • ଚାରାର ଅଗ୍ରଭାଗକୁ କାଟିବାରେ ବୟସ୍କ ମଥ ଦ୍ୱାରା ଅଣ୍ଡା ଦେବା କମ୍‌ ହୋ‍ଇଯାଏ | • ହଳଦିଆ କାଣ୍ଡବିନ୍ଧାର ଲାର୍ଭା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଦାନାଦାର କୀଟନାଶକ ଅଧିକ ଫଳପ୍ରଦ ଅଟେ | • କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 0.4% ଜିଆର @10 କିଲୋଗ୍ରାମ୍‌ କିମ୍ବା କାର୍ଟାପ୍‌ ହାଇଡ୍ରୋକ୍ଲୋରାଇଡ଼ 4% ଜି @10 କିଲୋଗ୍ରାମ୍‌ କିମ୍ବା ଫିପ୍ରୋନିଲ୍‌ 0.3% ଜିଆର @20-25 କିଲୋଗ୍ରାମ୍‌ ପ୍ରତି ହେକ୍ଟରରେ ଦୁଇଥର ଧାନ ଜମିର ପ୍ରଥମ ସ୍ତରରେ କୀଟ କିମ୍ବା ରୋପଣର 30-35 ଦିନରେ ପ୍ରୟୋଗ କରନ୍ତୁ ଏବଂ ରୋପଣ ପରେ ପ୍ରଥମ ପ୍ରୟୋଗର 15-20 ଦିନ ପରେ ଦ୍ୱିତୀୟ ସ୍ପ୍ରେ ସମ୍ପୂର୍ଣ୍ଣ କରାଯିବା ଉଚିତ | • କୀଟନାଶକ କେବଳ ସଂକ୍ରମିତ କ୍ଷେତ୍ରରେ ପ୍ରୟୋଗ କରନ୍ତୁ | • ଏହା ବ୍ୟତିତ, ପ୍ରତି 10 ଲିଟର ପାଣିରେ କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 18.5% ଏସସି @3 ମିଲିଲିଟର କିମ୍ବା ଫ୍ଲୁବେଣ୍ଡିଆମାଇଡ଼ 480 ଏସସି @3 ମିଲିଲିଟର କିମ୍ବା ଫିପ୍ରୋନିଲ୍‌ 80% ଡ଼ବଲ୍ୟୁଜି @1ଗ୍ରାମ୍‌ କିମ୍ବା ଫ୍ଲୁବେଣ୍ଡିଆମାଇଡ଼ 20% ଡ଼ବଲ୍ୟୁଜି @2.5 ଗ୍ରାମ୍‌ କିମ୍ବା ଫ୍ଲୁବେଣ୍ଡିଆମାଇଡ଼ 4% + ବୁପ୍ରୋଫେଜିନ୍‌ 20% ଏସସି @10 ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
184
13