Looking for our company website?  
AgroStar Krishi Gyaan
Pune, Maharashtra
07 Oct 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ପିଆଜ ପଟାଳିର ପରିଚାଳନା
• 2-4 ଗୁଣ୍ଠ ଜାଗାରେ ଲଗା ଯାଇଥିବା ତଳିକୁ ଗୋଟିଏ ଏକର କ୍ଷେତରେ ରୁଆ ଯାଇଥାଏ । • ପିଆଜ ଚାଷ ପାଇଁ ବାଛିଥିବା ସ୍ଥାନ ବଣୁଆ ଘାସ ମୁକ୍ତ ହେବା ସାଙ୍ଗକୁ ଉତ୍ତମ ରୂପେ ଜଳ ନିଷ୍କାସନ ବ୍ୟବସ୍ଥା ହେବା ଉଚିତ । • ତଳି ପଟାଳିରେ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପଡ଼ୁଥିବା ଆବଶ୍ୟକ । ଯଦି ବଣୁଆ ଘାସ ଉଠେ, ତେବେ ବଣୁଆ ଘାସ ସଫା କରିବା ପରେ ସାମାନ୍ୟ ପାଣି ମଡ଼ାଇ ଖତ ପକାଇବା ପରେ ମଂଜି ବୁଣାଯିବ । ତଳିକୁ ପଟାଳିରେ ବୁଣିବା ଉଚିତ । • ପଟାଳିକୁ ସମାନ କରାଯିବା ଉଚିତ ଯାହା ଫଳରେ ତଳିଘେରାରେ ପାଣି ଜମିବ ନାହିଁ । ଏତଦ୍ୱାରା ତଳି ପଚିବାର ଆଶଙ୍କା ରହିବ ନାହିଁ । • ପଟାଳି 1 ମିଟର ଓସାର, 3-4 ମିଟର ଲମ୍ବା ଓ 15 ସେମି ଉଚ୍ଚ ହେବା ଉଚିତ ।
• ତଳି ପଟାଳି ପ୍ରସ୍ତୁତ କରିବା ସମୟରେ ଟ୍ରିକୋଡର୍ମା ଭିରିଡେ ସହିତ ଭଲ ଭାବେ ମାଟିରେ ମିଶୁଥିବା ଖତ ମିଶାନ୍ତୁ । • ଯଦି ଗଜା ହେବା ପ୍ରତିଶତ ଭଲ ରହିଛି, ଗୋଟିଏ ଏକରରେ ଲଗାଇବା ପାଇଁ 2.5-3 କିଗ୍ରା ମଂଜି ଯଥେଷ୍ଟ । • ମଂଜିକୁ ବୁଣିବା ପୂର୍ବରୁ 2.5 ରୁ 5 ଗ୍ରାମ୍ ଥିରାମ୍ କିମ୍ବା କ୍ୟାପଟେନ୍ କିମ୍ବା କାର୍ବେଣ୍ଡାଜିମ୍ ରେ ଧୂଅନ୍ତୁ । • ମଂଜି ଭଲ ଭାବେ ଗଜା ହେବା ପାଇଁ ବୁଣିବା ପରେ ପରେ ସାମାନ୍ୟ ଜଳସେଚନ କରନ୍ତୁ, ଏବଂ 7 ଦିନ ପରେ ଦ୍ୱିତୀୟ ଜଳସେଚନ କରାଯିବା ଉଚିତ । • ଅନାବନା ଘାସ ଉଠିଥିଲେ ଉପାଡ଼ି ଦିଅନ୍ତୁ । ଗଛ ମୂଳରେ ମାଟି ଦିଆଯାଇପାରେ । ରୋଇବାର 24 ଘଣ୍ଟା ପୂର୍ବରୁ ପାଣି ମଡ଼ାଇବା ଆବଶ୍ୟକ । ଏହା ଦ୍ୱାରା ଚାରାକୁ ସହଜରେ ଉପାଡ଼ି ହେବ । • ଚାଷ କରିବାର 40 ରୁ 50 ଦିନ ମଧ୍ୟରେ ରୋଇବା ପାଇଁ ତଳି ପ୍ରସ୍ତୁତ ହୋଇଯିବ । • ରୋଇବା ପାଇଁ ତଳିକୁ ପ୍ରସ୍ତୁତ କରିବା ସମୟରେ, ଥ୍ରୀପ୍ ଆକ୍ରମଣ ଓ କବକ ସଂକ୍ରମଣ କାରଣରୁ ଗଛ ମରିଯାଇପାରେ । ଥ୍ରୀପ୍ ନିୟନ୍ତ୍ରଣ କରିବା ପାଇଁ, ପମ୍ପ ପ୍ରତି 15 ମିଲି କୁଇନୋଲଫସ୍ 25 ଇସି ମିଶାଇ ସିଞ୍ଚନ କରନ୍ତୁ ଓ ଗଛ ମରିବା ପ୍ରତିରୋଧ ପାଇଁ 10 ଲିଟର ପାଣିରେ ମାନକୋଜେବ୍ 25 ଗ୍ରାମ୍ 10-15 ଦିନ ବ୍ୟବଧାନରେ ସିଞ୍ଚନ କରନ୍ତୁ । ଉତ୍ସ: ଏଗ୍ରୋଷ୍ଟାର୍ ଏଗ୍ରୋନୋମି ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
190
14