AgroStar Krishi Gyaan
Pune, Maharashtra
15 Aug 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କୃଷି ଜମିର ଫସଲରେ ମାଇଟ୍‌ର ପରିଚାଳନା
ମାଇଟ୍‌ସ ହେଉଛି ଏକ କୀଟ ଯାହାର ଚାରୋଟି ଯୋଡ଼ା ଗୋଡ଼ ରହିଥାଏ | ପରିବର୍ତ୍ତନଶୀଳ ପରିବେଶର ସ୍ଥିତି, ଫସଲର ପରିବର୍ତ୍ତନ ଢାଞ୍ଚା ଇତ୍ୟାଦି କାରଣରୁ ମାଇଟ୍‌ସର ସଂକ୍ରମଣ ଏବଂ ଏହାର ସଂଖ୍ୟା ବୃଦ୍ଧିର କାରକ ଅଟେ | ଏହା ବ୍ୟତିତ ଫସଲକୁ ନଷ୍ଟ କରନ୍ତି, କିଛି ପ୍ରଜାତିକୁ ଶିକାରୀ ମାଇଟ୍‌ସ ବୋଲି କୁହାଯାଏ | ସେମାନେ ଅଧିକାଂଶ ନାଲି ରଙ୍ଗର ହୋଇଥାନ୍ତି | କ୍ଷତିଗ୍ରସ୍ତ: କ୍ଷତିଗ୍ରସ୍ତ ପତ୍ରଗୁଡ଼ିକରେ ହାଲକା ହଳଦିଆ ଦାଗ, ସ୍ଟିପିଲିଙ୍ଗ୍‌, ବ୍ରୋଜିଙ୍ଗ୍‌, କର୍ଲିଙ୍ଗ୍‌, କ୍ରିକ୍‌ଲିଙ୍ଗ ଏବଂ ପରିଶେଷରେ ଡ଼ିଫୋଲିଏସନ୍‌ ଦେଖାଯାଏ | ବେଳେବେଳେ ଗଛର ଅଙ୍ଗଗୁଡ଼ିକର ବିକୃତ ମଧ୍ୟ ଦେଖାଯାଏ | ଗଛର କ୍ଷତିଗ୍ରସ୍ତ ଅଙ୍ଗଗୁଡ଼ିକରେ ମିନିଟ ସ୍ପାଇଡ଼ର- ଲିଙ୍ଗ୍‌ ମଧ୍ୟ ଦେଖାଯାଆନ୍ତି | ଖରାପାଗ ମାଇଟ୍‌ ପାଇଁ ଅନୁକୂଳ ଅଟେ ଏବଂ ଖୁବଶୀଘ୍ର ଏହାର ବହୁଳତାକୁ ବୃଦ୍ଧି କରେ | କିଛି ମାଇଟ୍‌ସ ମଧ୍ୟ ଭାଇରାଲ ରୋଗ ପାଇଁ ଭେକ୍ଟର ଭାବରେ କାମ କରେ | ମାଇଟ୍‌ସର ସଂକ୍ରମଣ ମୁଖ୍ୟତଃ ଭେଣ୍ଡି, ବାଇଗଣ, ଲଙ୍କାମରିଚ, ଧାନ, କପା, ସପୋଟା, ଆମ୍ୱ, ଚାହା, ପିଜନ୍‌ ପି, ନଡ଼ିଆ, ସୋରଘମ ଆଦି ଫସଲରେ ଦେଖାଯାଆନ୍ତି |
ପରିଚାଳନା: • ଜମିର ହିଡ଼ ଉପରେ ସ୍ୱଚ୍ଛତାର ରକ୍ଷାଣବେକ୍ଷଣ |. • ଫସଲର ଅବଶେଷକୁ ଭଲଭାବେ ନଷ୍ଟ କରନ୍ତୁ | • ଘାସମୁକ୍ତ ଜମିର ରକ୍ଷାଣବେକ୍ଷଣ | • ସଠିକ ଫସଲ ଆବର୍ତ୍ତନକୁ ଅନୁସରଣ କରନ୍ତୁ | • ସୁପାରିଶିତ ନାଇଟ୍ରୋଜେନୋସ୍‌ ସାର ବ୍ୟବହାର କରନ୍ତୁ | • ଶିକାରୀ ମାଇଟ୍‌ସ ଏବଂ ପ୍ରାକୃତିକ ଶତ୍ରୁଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ପ୍ରାରମ୍ଭରେ ନିମ୍ୱ ଆଧାରିତ ମିଶ୍ରଣ ସ୍ପ୍ରେ କରନ୍ତୁ | • ଜୈବ-କୀଟନାଶକ ଭଳି ମାଛ ତେଲ ରେସିନ ସାବୁନ, ନିମ୍ୱ ଆଧାରିତ ମିଶ୍ରଣ ଏବଂ ନିମ୍ୱ ତେଲ ସ୍ପ୍ରେ କରନ୍ତୁ | • ସିନ୍ଥେଟିକ୍‌ ପ୍ରାଇଥୋରାଇଡସ ସମୂହ କୀଟନାଶକ ସ୍ପ୍ରେ ରୁ ଦୂରେଇ ରହନ୍ତୁ ମାଇଟସ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁପାରିଶିତ ଫସଲରେ ପ୍ରୋପରଗାଇଟ 57 EC @ 10 ମିଲିଲିଟର, ଆବାମେକାଟିନ୍‌ 1.8 EC @ 2 ମିଲିଲିଟର, ସ୍ପ୍ରିରୋଟେଟ୍ରାମେଟ୍‌ 150 OD @ 2.5 ମିଲିଲିଟର, ଫେନ୍‌ପ୍ରୋକ୍ସିମାଇଟ୍‌ 5 SC @ 10 ମିଲିଲିଟର, ଫେନାଜାକ୍ୱିନ୍‌ 10 EC @ 10 ମିଲିଲିଟର, ଇଥିଅନ 50 EC @ 10 ମିଲିଲିଟର, କ୍ଲୋରଫିନ୍‌ପ୍ରିୟର 10 EC @ 10 ମିଲିଲିଟର, ସ୍ପ୍ରିରୋମେସିଫେନ୍‌ 22.9 EC @ 10 ମିଲିଲିଟର ଇତ୍ୟାଦି ସ୍ପ୍ରେ କରିପାରିବେ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
96
0