AgroStar Krishi Gyaan
Pune, Maharashtra
25 Jul 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୋୟାବିନ ଫସଲରେ ପତ୍ରଖିଆ ସମ୍ବାଳୁଆଗୁଡ଼ିକର ପରିଚାଳନା
ଉପକ୍ରମ: ସୋୟାବିନ ହେଉଛି ଗୋଟିଏ ପ୍ରମୁଖ ଖାଦ୍ୟର ଉତ୍ସ ଏବଂ ଗୋଟିଏ ଡାଲିଜାତୀୟ ଏବଂ ତୈଳବୀଜ ଜାତୀୟ ଭାବରେ ବିବେଚନା କରାଯାଏ l ଏପରିକି ଡାଲିଜାତୀୟ ଠାରୁ ତୁଳନାତ୍ମକ ଭାବରେ ଏହାକୁ ବହୁଳ ଭାବରେ ତୈଳବୀଜ ଫସଲ ଭାବରେ ବ୍ୟବହାର କରାଯାଏ l ସୋୟାବିନ ଡାଲି ପ୍ରୋଟିନର ଗୋଟିଏ ପ୍ରଧାନ ଉତ୍ସ ଅଟେ, ଯେଉଁଥି ପାଇଁ ଏହା ଶାକାହାରୀଙ୍କ ମାଂସ ଭାବରେ ଜଣାଶୁଣା ଅଟେ l ଏହାର ପ୍ରଧାନ ଉପାଦାନ ଗୁଡ଼ିକ ହେଉଛି ପ୍ରୋଟିନସ, କାର୍ବୋହାଇଡ୍ରେଟ, ଏବଂ ସ୍ନେହସାର l ସୋୟାବିନରେ ୩୮ ରୁ ୪୦% ପ୍ରୋଟିନ,୨୨% ତୈଳ, ୨୧% କାର୍ବୋହାଇଡ୍ରେଟ ଏବଂ ୨୧% ଆର୍ଦ୍ରତା ଥାଏ l ଭାରତରେ ମଧ୍ୟପ୍ରଦେଶ ସର୍ବାଧିକ ସୋୟାବିନ ପ୍ରସ୍ତୁତକାରୀ ରାଜ୍ୟ ଅଟେ ଏବଂ ମଧ୍ୟପ୍ରଦେଶର ଇନ୍ଦୋରଠାରେ ସୋୟାବିନ ଅନୁସନ୍ଧାନ କେନ୍ଦ୍ର ରହିଛି l ସୋୟାବିନ ଫସଲରେ ପତ୍ରଖିଆ ସମ୍ବାଳୁଆଗୁଡ଼ିକ ବହୁତ କ୍ଷତି ଘଟାନ୍ତି l ଆସନ୍ତୁ ସେଗୁଡିକ ବିଷୟରେ ଅଧିକ ଜାଣିବା l • ଜମି ଚାରିପାଖରେ ଜଡ଼ା ଫସଲ କରନ୍ତୁ l ବୟସ୍କ ପତ୍ରଖିଆ ସାମ୍ବାଳୁଆ ଗୁଡ଼ିକ ଜଡ଼ା ପତ୍ର ଗୁଡିକରେ ସେମାନଙ୍କର ଅଣ୍ଡା ଦେବାପାଇଁ ପସନ୍ଦ କରନ୍ତି l • ଯେଉଁ ଜଡ଼ା ପତ୍ର ଗୁଡିକରେ ଅଣ୍ଡା ଦିଆଯାଇଥାଏ ସେଗୁଡିକୁ ସଂଗ୍ରହ କରନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ l • ସନ୍ଧ୍ୟା ସମୟରେ ହେକ୍ଟର ପିଛା ୫୦୦ ଲିଟର ଜଳରେ ଏସଏଲଏନପିଭି@୨୫୦ଏଲଇ ସିଞ୍ଚନ କରନ୍ତୁ l • ବୀଜାଣୁ ଭିତିକ ଗୁଣ୍ଡ ସିଞ୍ଚନ କରନ୍ତୁ, ବାସିଲସ ଥୁରୀନଜେନେସୀସ @୧୫ ଗ୍ରାମ କିମ୍ବା ୧୦ ଲିଟର ଜଳରେ ୪୦ ଗ୍ରାମ ବୋଭେରୀଆ ବାଷିଆନା, ଏକ କବକ ଆଧାରିତ ଗୁଣ୍ଡ ସିଞ୍ଚନ କରନ୍ତୁ l • ୫% ନିମ୍ବ ମଞ୍ଜିର ରସ ସିଞ୍ଚନ କରନ୍ତୁ କିମ୍ବା ୧୦ ଲିଟର ଜଳରେ ନିମ୍ବ ଭିତିକ ଉତ୍ପାଦ @ ୪୦ ମି.ଲି. ସିଞ୍ଚନ କରନ୍ତୁ (୦.୧୫% ଇସି) • ଅଧିକ ଆକ୍ରମଣ ହୋଇଥିବା ପତ୍ର ଗୁଡ଼ିକରେ କ୍ଲୋରାଣ୍ଟ୍ରାନୀଲୀପ୍ରୋଲ ୧୮.୫ ଏସସି @୩ ମି.ଲି. ସିଞ୍ଚନ କରନ୍ତୁ କିମ୍ବା ପ୍ରୋଫେନୋଫସ ୫୦ ଇସି@୧୦ ମି.ଲି. କିମ୍ବା କ୍ଲୋରପୈରୀଫସ ୨୦ ଇସି @୨୦ ମି.ଲି. କିମ୍ବା ଇଣ୍ଡୋକ୍ସାକାର୍ବ ୧୫.୮ ଇସି@୧୦ ମି.ଲି.କୁ ୧୦ ଲିଟର ଜଳରେ ମିଶାଇ ସିଞ୍ଚନ କରନ୍ତୁ l
ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
229
16