Looking for our company website?  
AgroStar Krishi Gyaan
Pune, Maharashtra
29 Jun 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଲଙ୍କା, ରସୁଣ ଏବଂ କିରୋସିନର ନିର୍ଯ୍ୟାସ ଦ୍ୱାରା ଫସଲରେ କାଣ୍ଡବିନ୍ଧା କୀଟର ପରିଚାଳନା
କେତେ ଗୁଡିଏ ପ୍ରମୁଖ କାଣ୍ଡବିନ୍ଧା କୀଟ ଯେଉଁଗୁଡିକ ଫସଲକୁ ଆର୍ଥିକ ଭାବରେ କ୍ଷତି ପହଞ୍ଚାଇଥାନ୍ତି ସେଗୁଡିକର ପରିଚାଳନା ପାଇଁ ଲଙ୍କା, ରସୁଣ ଏବଂ କିରୋସିନ ନିର୍ଯ୍ୟାସରେ ପ୍ରସ୍ତୁତ ଉଦ୍ଭିଦଜ କୀଟନାଶକ ଏକ ଅନ୍ୟତମ ଦେଶୀ ପ୍ରସ୍ତୁତି ଅଟେ l ଲଙ୍କା, ରସୁଣ ଏବଂ କିରୋସିନ ନିର୍ଯ୍ୟାସରେ ପରିଚାଳନା କରାଯାଇପାରୁଥିବା କୀଟଗୁଡିକ ହେଲେ, ଫଳ କାଟୁଥିବା ପୋକ, ଏଫିଡ୍ସ, ଆର୍ମିୱାର୍ମ ଇତ୍ୟାଦି l ଏହି ଭଳି ଉଦ୍ଭିଦଜ ପ୍ରସ୍ତୁତି ରସାୟନିକ ଅବଶେଷ ମୁକ୍ତ/କୀଟନାଶକ ଅବଶେଷ ମୁକ୍ତ ଅମଳ ଦେବାରେ ସାହାଯ୍ୟ କରେ l ଆବଶ୍ୟକୀୟ ସାମଗ୍ରୀଗୁଡିକ: ୧. ରସୁଣ ୫୦ ଗ୍ରାମ୍‌ ୨. କଞ୍ଚାଲଙ୍କା ୨୫ ଗ୍ରାମ୍‌ ୩. କିରୋସିନ ୧୦ ମି.ଲି. ୪. ସାବୁନ ୧୨ ମି.ଲି. ୫. ଜଳ ୩ ଲିଟର ୬. ଗ୍ରାଇଣ୍ଡର ୭. ଗୋଟିଏ ଏକର ପାଇଁ, ଏକ କେଜି ରସୁଣ, ୧/୨ କେଜି ଅଦା, ଏବଂ ୧/୨ କେଜି ଲଙ୍କା ଆବଶ୍ୟକ ପ୍ରସ୍ତୁତି ପ୍ରଣାଳୀ: ୧. ରସୁଣକୁ ବାଟି ଦିଅନ୍ତୁ; ରସୁଣ ବଟା ଏବଂ ଲଙ୍କା ବଟାକୁ କିରୋସିନରେ ଗୋଟିଏ ରାତି (୧୨ ଘଣ୍ଟା) ଭିଜାନ୍ତୁ ୨. ୫୦ ମି.ଲି ଜଳ ମିଶାନ୍ତୁ ୩. ଜଳରେ ସବୁ ଉପାଦାନ ଗୁଡିକୁ ମିଶାନ୍ତୁ, ଲୁଗାସଫା ଗୁଣ୍ଡ କିମ୍ବା ସାବୁନ ପାଣି l ଏହି ମିଶ୍ରଣକୁ ଛାଣି ଦିଅନ୍ତୁ ଏବଂ ଏହାକୁ ମିଶାନ୍ତୁ l ଏହାକୁ ସିଞ୍ଚନ କରିବା ପୂର୍ବରୁ ଭଲ ଭାବରେ ଘାଣ୍ଟି ଦିଅନ୍ତୁl ପ୍ରୟୋଗ ବିଧି: ସଂକ୍ରମିତ ଗଛଗୁଡ଼ିକରେ ଏକ ଲିଟର ଜଳରେ ୧୦ ମି.ଲି. ମିଶାଇଭଲଭାବରେ ସିଞ୍ଚନ କରନ୍ତୁ l ସ୍ରୋତ: ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
231
0