AgroStar Krishi Gyaan
Pune, Maharashtra
18 Jan 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସହଜରେ ଉତ୍କୃଷ୍ଟ ମାନର ଜୈବିକ କମ୍ପୋଷ୍ଟ ଘରେ ପ୍ରସ୍ତୁତ କରନ୍ତୁ ଏବଂ ଅଳିଆ ର ଉପଯୋଗକରି ପ୍ରଚୁର ଉତ୍ପାଦନ ପାଆନ୍ତୁ l
କୃଷକ ଭାଇ ମାନେ, ବର୍ଷାନୁକ୍ରମେ ଆମର କୃଷି କ୍ଷେତ୍ରରେ ଶଙ୍କର ଜାତୀୟ ବିହନର ବ୍ୟବହାର ବଢିଚାଲିଛି, ସେହି କାରଣରୁ ରାସାୟନିକ ସାର ବ୍ୟବହାର କରିବା ଜରୁରୀ ହୋଇପଡିଛି l କ୍ରମାଗତ ଭାବରେ ବର୍ଷ ବର୍ଷ ଧରି ରାସାୟନିକ ସାର ବ୍ୟବହାର କରିବା ଦ୍ୱାରା ମାଟିରେ ଥିବା ଜୈବିକ ପୋଷକ ତତ୍ତ୍ୱ ଗୁଡିକ ସାଙ୍ଘାତିକ ଭାବରେ ହ୍ରାସ ଘଟୁଛି l ଏହା ଫଳରେ, ନୂଆ ରୋଗ, ପୋଷକ ଗୁଡିକର ଅଭାବ, ଅଜଣା କୀଟ ଆକ୍ରମଣ, ଏବଂ ପରିଶେଷରେ ଉତ୍ପାଦନରେ ହ୍ରାସ ଘଟିବାର ଲକ୍ଷ୍ୟ କରାଯାଉଛି ଏବଂ ଜୈବିକ ସାରସବୁ କିଣିବା ମଧ୍ୟ ଆମର ହିସାବର ବାହାରେ l ତାହା ହେଲେ, ଆମେ କଣ କରିବା ଆବଶ୍ୟକ? ଆମେ ଆଗ୍ରୋଷ୍ଟାରରେ ସାହାଯ୍ୟ କରିବା ପାଇଁ ଅଛୁ l ଏଠାରେ ଏକ କମ ବ୍ୟୟରେ ଏବଂ ଉପଯୋଗୀ ହୋଇପାରୁଥିବା ଉପାୟ ରହିଛି, ଯାହାକୁ କି କୃଷିକାମ କରୁଥିବା ସମୟରେ ସହଜରେ ପ୍ରୟୋଗ କରିହେବ l ଏହି ଉପାୟଟି ହେଉଛି ଏକ ଜୈବିକ ଉପାୟ, ଏହାର ମୁଖ୍ୟ ଉପାଦାନ ଗୁଡିକ ନିମ୍ନରେ ଦିଆଯାଇଛି l ୧. ଜୈବିକ ଏଫୱାଇଏମ/ ସମୃଦ୍ଧ କମ୍ପୋଷ୍ଟ (ପିଏସଏନ କମ୍ପୋଷ୍ଟ)/ ଜମିରୁ ବାହାରୁଥିବା ଅଳିଆ/ଜମି ଅଳିଆ/ଫସଲର ଅବଶିଷ୍ଟାଂଶ-୧ ଟନ l କମ୍ପୋଷ୍ଟ କରୁଥିବା କଲଚର - ଉପଯୋଗୀ ବାକ୍ଟେରିଆ ଏବଂ ଫଙ୍ଗୀ ର ଏକ ମିଶ୍ରଣ ଯାହାକି ଜମିର ଅଳିଆକୁ ପଚାଏ ଏବଂ ଏହାକୁ ଉତ୍କୃଷ୍ଟ ଖତରେ ପରିଣତ କରେ - ୧ କେ.ଜି. l ବହୁତ ଜଳ l ସମୁଦାୟ ୧୦ ଦିନର ଶ୍ରମ (୨ ଜଣ ଶ୍ରମିକ ୫ ଥର) ବର୍ଦ୍ଧିତ କଲଚର - ଉପଯୋଗୀ ବାକ୍ଟେରିଆର ମିଶ୍ରଣ l
ପ୍ରଣାଳୀ: କ. ପ୍ରଥମେ ଉତ୍କୃଷ୍ଟ ଜୈବିକ ଏଫୱାଇଏମ/ ସମୃଦ୍ଧ କମ୍ପୋଷ୍ଟ/ଜମି ଅଳିଆ/ଫସଲର ଅବଶିଷ୍ଟାଂଶ ୧ ଟନ ନିଅନ୍ତୁ ଏବଂ ସେଥିରୁ କାଠ ଓ ପ୍ଲାଷ୍ଟିକ ଅଲଗା କରିଦିଅନ୍ତୁ l ଖ. ବର୍ତ୍ତମାନ ଏଥିରେ ୧ କେ. ଜି. କମ୍ପୋଷ୍ଟ କରୁଥିବା କଲଚର ମିଶାନ୍ତୁ l ଗ. ଏବେ ଦରକାର ମୁତାବକ ଗୋଟିଏ ଲମ୍ବା ଗାତ ଖୋଲନ୍ତୁ, ୧ ମିଟର ଓସାର ଏବଂ ୧ ମିଟର ଉଚ୍ଚତା l ଘ. ଶଯ୍ୟା କୁ ଉପଯୁକ୍ତ ଭାବରେ ଓଦା କରିବା ପାଇଁ ଯଥେଷ୍ଟ ପାଣି ଢାଳନ୍ତୁ l ଙ. ଉପଯୁକ୍ତ ଭାବରେ ବାୟୁ ଚଳାଚଳ ପାଇଁ, ଦ୍ଵିତୀୟ ଦିନରେ ବାଉଁଶ ବାଡ଼ି ସାହାଯ୍ୟରେ ଉପରୁ ତଳ ପର୍ଯ୍ୟନ୍ତ କଣାସବୁ କରନ୍ତୁ l ଚ. ୪ ରୁ ୫ ଦିନ ପରେ ଗାତ ମଧ୍ୟରେ ତାପ ବୃଦ୍ଧି ପାଇବ l ତାପରେ ୧୦ ଦିନ ପରେ, ତଳ ଶଯ୍ୟାରେ ସାମଗ୍ରୀ ସବୁକୁ ଲେଉଟାନ୍ତୁ ଏବଂ ଆବଶ୍ୟକ ଅନୁଯାୟୀ ଆର୍ଦ୍ରତା ବଜାୟ ରଖନ୍ତୁ l ଏହା ଅତ୍ୟଧିକ ଶୁଖିଲା କିମ୍ବା ଅତ୍ୟଧିକ ଓଦା ହେବା ଉଚିତ ନୁହେଁ l ଛ. ପୁଣିଥରେ “ଙ” ରେ ଯେପରି କୁହାଯାଇଛି, ସେହିପରି କଣାସବୁ କରନ୍ତୁ l ଜ. ବର୍ତ୍ତମାନ ଏହି ପ୍ରଣାଳୀ କୁ ୧୦ ଦିନ ପର୍ଯ୍ୟନ୍ତ ଜାରି ରଖନ୍ତୁ l ପୁଣି ୧୦ ଦିନ ପରେ, ସାମଗ୍ରୀ ସବୁକୁ ଲେଉଟାନ୍ତୁ ଏବଂ ଏଥିରେ କଣାସବୁ କରନ୍ତୁ l ଏହି ଥରରେ ତାପମାତ୍ରା ହ୍ରାସପାଇବ ଏବଂ କମ୍ପୋଷ୍ଟ ର ଦୁର୍ଗନ୍ଧ ମଧ୍ୟ ହ୍ରାସପାଇବ l ଝ. ଏହିପରି ୧୦ ଦିନ ଧରି ପ୍ରକ୍ରିୟାକରଣ ହେବା ପରେ, ତାପମାତ୍ରା ପୁଣି ହ୍ରାସପାଇବ ଏବଂ କମ୍ପୋଷ୍ଟ ର ଦୁର୍ଗନ୍ଧ ପରିବର୍ତ୍ତେ ଏକ ଭଲ, ଭୂମିର ଗନ୍ଧ ଭଳି ଏକ ସୁବାସ ଆସିବ l ଞ. ବର୍ତ୍ତମାନ ୧ କେ ଜି ବର୍ଦ୍ଧିତ କଲଚର ଏଥିରେ ଉପଯୁକ୍ତ ଭାବରେ ମିଶାନ୍ତୁ l ଟ. ଏହି ପ୍ରକ୍ରିୟାରେ ୧ ଟନ ଅଳିଆ ବ୍ୟବହାର କରି ୫୦୦ ରୁ ୬୦୦ କେ.ଜି. ଉତ୍କୃଷ୍ଟ ସାର ମିଳିପାରିଛି ଯାହାକି ଏକ ଏକର ଜମିରେ ବ୍ୟବହାର କରିବା ପାଇଁ ଯଥେଷ୍ଟ ଅଟେ l ହାରାହାରି ୨୦୦୦ ରୁ ୨୫୦୦ ଟଙ୍କା ବ୍ୟୟରେ (ଶ୍ରମ ଖର୍ଚ୍ଚ, କଲଚର, ଏବଂ ବର୍ଦ୍ଧିତ ସାର ର ଖର୍ଚ୍ଚ ମିସାଇକରି) ୬୦୦ କେ.ଜି. ଜୈବିକ ସାର ଏହି ସହଜ ଉପାୟ ଅବଲମ୍ବନ କରି ମିଳିପାରିଛି, ଯାହାକି ଜୈବିକ ପୋଷକ ତତ୍ତ୍ୱଗୁଡିକରେ ପରିପୂର୍ଣ୍ଣ ଅଟେ l ଯଦି, ଆପଣ ଉପାୟ ଅନୁସରଣ କରି ଜୈବିକ ସାର ପ୍ରସ୍ତୁତ କରିବା ପାଇଁ ଅଧିକ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ଆପଣ କେବଳ ଏହି ନମ୍ବରକୁ ୧୮୦୦-୩୦୦୦-୦୦୨୧ ମିସକଲ କରିବା ଆବଶ୍ୟକ ଏବଂ ଆମର ଦକ୍ଷ କର୍ମଚାରୀ ମାନେ ଆପଣଙ୍କ ସାଥିରେ ଅଧିକ ସୂଚନା ସହିତ କଥାହେବେ l ଜୟ କିଷାନ! ଆଗ୍ରୋଷ୍ଟାର ଆଗ୍ରୋନୋମି ସେଣ୍ଟର ଏକ୍ସସେଲେନ୍ସ
3
3