Looking for our company website?  
AgroStar Krishi Gyaan
Pune, Maharashtra
16 Jun 19, 06:00 PM
ପଶୁ ପାଳନପଶୁ ବିଜ୍ଞାନ କେନ୍ଦ୍ର, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ
ବନ୍ୟା ସମୟରେ ଗୃହପାଳିତ ପଶୁଙ୍କ ଯତ୍ନ
ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ: • ପଶୁଙ୍କୁ ବାନ୍ଧନ୍ତୁ ନାହିଁ, ସେମାନଙ୍କୁ ଖୋଲା ଛାଡ଼ି ଦିଅନ୍ତୁ । • ବନ୍ୟାଞ୍ଚଳରେ ପଶୁଙ୍କୁ ଉଚ୍ଚ ଓ ନିରାପଦ ସ୍ଥାନକୁ ନେଇ ଯାଆନ୍ତୁ । • ପଶୁଙ୍କୁ ନେଉଥିବା ସ୍ଥାନରେ ଶୁଖିଲା ଗୋଖାଦ୍ୟ ଓ ପାଣିର ବନ୍ଦୋବସ୍ତ କରନ୍ତୁ ।
ବନ୍ୟା ସରିବା ପରେ ଏହି ସାବଧାନତାଗୁଡ଼ିକ ପାଳନ କରନ୍ତୁ: • ପଶୁମାନେ ଦୂଷିତ ପାଣି ପିଉନଥିବା ନିଶ୍ଚିତ କରନ୍ତୁ। • ଯଦି ବନ୍ୟା କାରଣରୁ ପଶୁମାନଙ୍କଠାରେ ନିମୋନିଆ, ତରଳଝାଡ଼ା ଓ ଚର୍ମରୋଗ ଦେଖାଯାଏ, ତେବେ ନିକଟସ୍ଥ ପଶୁ ଡାକ୍ତରଖାନାର ପଶୁରୋଗ ଚିକିତ୍ସକଙ୍କୁ ଯୋଗାଯୋଗ କରନ୍ତୁ । • ପଶୁର ମୃତ୍ୟୁ ହେବା ଘଟଣାରେ ତୁରନ୍ତ ଗ୍ରାମ ପଞ୍ଚାୟତ ଅଫିସ୍ ସହିତ ଯୋଗାଯୋଗ କରି ଏହାର ପଞ୍ଜୀକରଣ କରନ୍ତୁ । ସ୍ଥାନୀୟ ପଶୁ ଚିକିତ୍ସକଙ୍କ ଦ୍ୱାରା ମୃତ ପଶୁର ବ୍ୟବଚ୍ଛେଦ କରାଯିବା ଉଚିତ୍ ଫଳରେ ସରକାରୀ ସାହାଯ୍ୟ ମିଳିବାରେ କୌଣସି ଅସୁବିଧା ହେବ ନାହିଁ । • ବନ୍ୟା ଛାଡ଼ିବା ସଂପର୍କରେ କେବଳ ସ୍ଥାନୀୟ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ମିଳିବା ପରେ ପଶୁଙ୍କୁ ପୁରୁଣା ସ୍ଥାନକୁ ନିଅନ୍ତୁ । • ଯଦି ବର୍ଷା ଯୋଗୁଁ ଶୁଖିଲା ଗୋଖାଦ୍ୟରେ ଅତ୍ୟଧିକ ଆର୍ଦ୍ରତା ଥାଏ, ତେବେ ତାହାକୁ ଶୁଖାଇବା ପରେ ଏଥିରୁ କିଛି ପରିମାଣ ପଶୁଙ୍କୁ ଖାଇବାକୁ ଦିଅନ୍ତୁ । ଯଦି ଏହା ଖୁବ୍ ଆର୍ଦ୍ର ଥାଏ, ତେବେ କାଢ଼ି ଦିଅନ୍ତୁ । ଉତ୍ସ: ପଶୁ ବିଜ୍ଞାନ କେନ୍ଦ୍ର, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
411
0