Looking for our company website?  
AgroStar Krishi Gyaan
Pune, Maharashtra
06 Oct 19, 06:30 PM
ପଶୁ ପାଳନNDDB
ପଶୁଧନ କ୍ୟାଲେଣ୍ଡର୍: ଅକ୍ଟୋବର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱଗୁଡ଼ିକ
• ଫାଟୁଆ ରୋଗ ଆରମ୍ଭ ହେଲେ ପଶୁଧନର ପ୍ରଭାବିତ ସ୍ଥାନଗୁଡ଼ିକୁ 1% ପଟାସିୟମ୍ ପର୍ମାଙ୍ଗାନେଟ୍ ଦ୍ରବଣ ଦ୍ୱାରା ଉପଚାର କରନ୍ତୁ । • ଫାଟୁଆ ରୋଗ, ହାମୋରେଜିକ୍ ସେପ୍ଟିସେମିଆ, ବ୍ଳାକ୍ କ୍ୱାର୍ଟର୍, ଏଣ୍ଟେରୋଟୋକ୍ସେମିଆ ଏବଂ ଅନ୍ୟ ଅସୁସ୍ଥତା ଗୁଡ଼ିକ ପାଇଁ ଟୀକାଗୁଡ଼ିକ ପ୍ରଦାନ କରାଯାଇ ନାହିଁ, ସେଗୁଡ଼ିକ ତୁରନ୍ତ ଦେବା ସୁନିଶ୍ଚିତ କରନ୍ତୁ । • ଏହା ପାରାସାଇଟ୍ ଏବଂ କୀଟନାଶକ/ ଦ୍ରବଣ ଦେବା ପାଇଁ ସବୁଠାରୁ ଉପଯୁକ୍ତ ସମୟ । • ପରଜୀବୀ ଔଷଧଗୁଡ଼ିକ ଗୋଟିଏ ଛଡ଼ା ଗୋଟିଏ ବ୍ୟବହାର କରନ୍ତୁ ।
• ପଶୁଧନକୁ ମିନେରାଲ୍ ମିକ୍ସଚର୍ ଦେବାର ପରାମର୍ଶ ଦିଆଯାଉଛି । • ଏହି ମାସରେ ସବୁଜ ଘାସର ଉପଲବ୍ଧତା ବଢ଼ିଯାଏ କିନ୍ତୁ ଭୋଜନରେ ଏହାର ପରିମାଣ ନିୟନ୍ତ୍ରିତ ହେବା ଆବଶ୍ୟକ । ଖାଦ୍ୟରେ ଉଭୟ ଶୁଖିଲା ଏବଂ ସବୁଜ ଚାରା ମିଶାନ୍ତୁ । ଅଧିକ ପରିମାଣରେ ସବୁଜ ଚାରା ଦେବା ହଇଜା ଏବଂ ଅମ୍ଲମୟତା ବୃଦ୍ଧି କରିବ । • ଯଦି ଆପଣ ଗତ ମାସରେ ମେଣ୍ଢାମାନଙ୍କର ଲୋମ କାଟି ନାହାଁନ୍ତି ତେବେ ତାହା ଚଳିତ ମାସରେ ଶେଷ ହେବା ଆବଶ୍ୟକ । • ମେଣ୍ଢା ଦେହରୁ ଲୋମ କାଟିବାର 21 ଦିନ ପରେ, ଆଭ୍ୟନ୍ତରୀଣ ପରଜୀବୀ ପ୍ରତିଷେଧନ କରିବା ପାଇଁ ଏହାକୁ ଜୀବାଣୁ ନାଶକ ଦ୍ରବଣରେ ଗାଧୋଇ ଦିଅନ୍ତୁ । • ଏହି ମାସରେ ଶୀତ ଋତୁ ଆସେ, ତେଣୁ ଗାଈଗୋରୁ ମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପରିଚାଳନା ଅନୁସରଣ କରନ୍ତୁ । ଉତ୍ସ: ଏନଡିଡିବି ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
178
0