Looking for our company website?  
AgroStar Krishi Gyaan
Pune, Maharashtra
21 Sep 19, 06:30 PM
ଜୈବିକ ଚାଷଏଗ୍ରୋୱନ
ଆସନ୍ତୁ ବୁଝିବା ବ୍ୟୁଭେରିଆ ବାସିଆନାର ଲାଭ ଏବଂ ବ୍ୟବହାର ବିଷୟରେ
ବ୍ୟୁଭେରିଆ ବାସିଆନା ହେଉଛି ଏକ କବକ ଯାହା ସ୍ୱାଭବିକ ଭାବେ ଦୁନିଆରେ ମାଟିରେ ଉପସ୍ଥିତ ଥାଏ | ଏହି କବକର ରେଣୁଗୁଡ଼ିକ ଶିଘ୍ର ଅଙ୍କୁରିତ ହୋଇଥାଏ ସେମାନେ କୀଟର ଚର୍ମ ସମ୍ପକକୁ ଆସନ୍ତି ଏବଂ ଶରୀରକୁ ବ୍ୟାପିଯାଆନ୍ତି | ଏହା କବକର ସଂପୂର୍ଣ୍ଣ ଶରୀରରେ ବ୍ୟାପିଯାଏ ଏବଂ ଅନ୍ତ ପୋଷକତତ୍ତ୍ୱରେ ଜୀବିତ ରହିଥାଏ | ଏହି କୀଟ 48 ରୁ 72 ଘଣ୍ଟା ମଧ୍ୟରେ ମରିଯାଏ |
ଫସଲ: ଖାଦ୍ୟଶସ୍ୟ,ଡାଲି, ପନିପରିବା,ଫଳ ଟାର୍ଗେଟ କୀଟ: ଧଳା ଶୂକ, କୀଟ,ଏବଂ ପତ୍ର ଖାଉଥିବା କ୍ୟାଟରପିଲାର ବ୍ୟବହାର: ଧଳା ଶୂକକୁ ନିୟନ୍ତ୍ରଣ କରିବା ପାଇଁ, ଏହାକୁ ମାଟି କିମ୍ୱା ପାଣିରେ ମିଶାନ୍ତୁ ଏବଂ ଗଛର ମୂଳକୁ ଓଦା କରନ୍ତୁ | ଫସଲ ବୁଣିବା ପୂର୍ବରୁ କିମ୍ୱା ପରେ, ଏହାକୁ ମାଟି ସହିତ ମିଶାଇ ପାରିବେ କିମ୍ୱା ଡ୍ରିପ୍ ଦ୍ୱାରା ଜଳସେଚନ କରିପାରିବେ | ବ୍ୟବହାରର ପଦ୍ଧତି: କୀଟ କିମ୍ୱା ଫସଲର ସଂଖ୍ୟାକୁ ନିର୍ଭର କରି, କୀଟ ନିୟନ୍ତ୍ରଣ ପାଇଁ ଏହାକୁ ସବୁଜ ଗୃହରେ ପ୍ରତି 15 ରୁ 20 ଦିନ ମଧ୍ୟରେ ଥରେ ବ୍ୟବହାର କରାଯାଇପାରିବ | ମାତ୍ରା: ଏହାକୁ 200 ଲିଟର ପାଣିରେ, ପ୍ରତି ଲିଟର 5 ଗ୍ରାମ୍ ମିଶାଇ ପ୍ରତି ଏକରରେ 2 କିଲୋଗ୍ରାମ୍ ସ୍ପ୍ରେ କିମ୍ୱା ଡ୍ରେଞ୍ଚ କରନ୍ତୁ | ଉତ୍ସ : ଏଗ୍ରୋୱନ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
168
0