Looking for our company website?  
AgroStar Krishi Gyaan
Pune, Maharashtra
10 Oct 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବନ୍ଧା କୋବିରେ ହୀରକ ପିଠିଆ ପତଙ୍ଗର ସମନ୍ୱିତ ପୋକ ପରିଚାଳନା
ବନ୍ଧାକୋବି ସାଧାରଣତଃ ବର୍ଷ ସାରା ଚାଷ କରାଯାଏ । ଭାରତରେ 0.31ମିଲିୟନ୍ ହେକ୍ଟର ଜମିରେ ବନ୍ଧାକୋବି ଚାଷ କରାଯାଏ ଏବଂ 6.87 ମିଲିୟନ୍ ଟନ୍ ଅମଳ ହୋଇଥାଏ । ଏହା ଗୁଜରାଟ, ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ଚାଷ କରାଯାଏ । ଏସବୁ ରାଜ୍ୟ ମଧ୍ୟରୁ ଚାଷ ଏବଂ ଅମଳରେ ପଶ୍ଚିମବଙ୍ଗ ଆଗରେ ରହିଛି । ହୀରକ ପିଠିଆ ପତଙ୍ଗ(ଡିବିଏମ୍) ବନ୍ଧାକୋବିରେ ଦେଖାଯାଉଥିବା ମୁଖ୍ୟ ପୋକ । ଏହି ପୋକ ପ୍ରଥମେ 1914ରେ ହରିୟାଣାରେ ଦେଖାଯାଇଥିଲା ଏବଂ କ୍ରମେ ସବୁ ରାଜ୍ୟକୁ ବ୍ୟାପୀ ଯାଇଥିଲା । ଡିବିଏମ୍ ସହିତ ଜଉପୋକ, ପତ୍ରଖିଆ ସଁବାଳୁଆ ଏବଂ ବନ୍ଧାକୋବି ଅଗବିନ୍ଧା ପୋକ ମଧ୍ୟ ଫସଲ ନଷ୍ଟ କରିଥାଏ । ଯେତେବେଳେ ଏହି ପତଙ୍ଗ ବିଶ୍ରାମ ନେବା ସ୍ଥିତିରେ ଥାଏ ସେତେବେଳେ ଏହା ହୀରାର ଚିହ୍ନ ପରି ଦେଖାଯାଏ ତେଣୁ ଏହା ହୀରକ ପିଠିଆ ପତଙ୍ଗ ଭାବରେ ଜଣାଶୁଣା । ହଳଦିଆ-ସବୁଜ ଲାର୍ଭା ପ୍ରଥମେ ପତ୍ରର ସବୁଜ ଅଂଶକୁ ଖାଇ ଦିଏ ଏବଂ ଏହାପରେ ପତ୍ରକୁ ଫମ୍ପା କରିଦିଏ । ଅଧିକ ସଂକ୍ରମଣ କ୍ଷେତ୍ରରେ ସମୁଦାୟ ଗଛର ପତ୍ର ଝଡ଼ିଯାଏ ଏବଂ କେବଳ ଶୀରାଟି ରହିଥାଏ ।
ପରିଚାଳନା: o ଟମାଟୋକୁ ଆନ୍ତଃଫସଲ ଭାବରେ ଲଗାନ୍ତୁ । o ସୋରିଷ କିମ୍ବା କ୍ରେସ୍ ଶାଗକୁ ଏକ ଟ୍ରାପ୍ ଫସଲ ଭାବରେ ଲଗାନ୍ତୁ । o ହେକ୍ଟର ପିଛା 10 ଟି ଜାଲି ଲଗାନ୍ତୁ । o ଆରମ୍ଭ ହେବା ସମୟରେ ନିମ ମଞ୍ଜି ଶସ ଅର୍କ 500 gm (5%) କିମ୍ବା 10ଲିଟର ପାଣିରେ 10 ଗ୍ରାମ୍ ଲେଖାଏଁ ବାସିଲସ୍ ଥୁରିଙ୍ଗିଏନ୍ସିସ୍ ବ୍ୟାକ୍ଟେରି୍ରାଲ୍ ପାଉଡର୍ ସିଞ୍ଚନ କରନ୍ତୁ । o କୀଟ ନାଶକ କିମ୍ବା ଉଦ୍ୟାନ ପୋକନାଶକ ଦ୍ରବଣରେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 10ଲିଟର ପାଣିରେ 10 ଗ୍ରାମ୍ ଲେଖାଏଁ ଯେକୌଣସି ଡିଟରଜେଣ୍ଟ ପାଉଡର୍ ମିଶାନ୍ତୁ । o ଏହି ପୋକ ଖୁବ୍ଶୀଘ୍ର ପୋକ ନାଶକ ବିପକ୍ଷରେ ପ୍ରତିରୋଧକ ହାସଲ ଏବଂ ବିକାଶ କରିପାରେ ଏବଂ ସେଥିପାଇଁ ପ୍ରତ୍ୟେକ ଥର ସିଞ୍ଚନ ସମୟରେ ପୋକନାଶକ ବଦଳାନ୍ତୁ। o ଅମଳ ପରେ କ୍ଷେତରୁ ସଂକ୍ରମିତ ବନ୍ଧାକୋବି ମୁଣ୍ଡିଗୁଡ଼ିକ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ। o କୋଟେସିଆପ୍ଲୁଟେଲା ଏକ ପରଜୀବୀ ଏବଂ ଡିବିଏମ୍ରେ ଏହା ପ୍ରାୟ 60 % ପର୍ଯ୍ୟନ୍ତ ରହିଥାଏ। ଯଦି ଏହି ପରଜୀବୀର ପରିମାଣ ଅଧିକ ହୋଇଥାଏ ତେବେ ପୋକନାଶକର ପ୍ରୟୋଗ ଏଡାନ୍ତୁ କିମ୍ବା ବିଳମ୍ବ କରନ୍ତୁ। o ଅଧିକ ସଂକ୍ରମଣ କ୍ଷେତ୍ରରେ 10ଲିଟର ପାଣି ପିଛା 20 ml ଲେଖାଏଁ କ୍ଲୋର୍ପିରାଇଫସ୍ 20 ଇସି କିମ୍ବା 10 ml ଲେଖାଏଁ ସାଇପରମେଥ୍ରୀନ୍ 10 ଇସି କିମ୍ବା 5 ml ଲେଖାଏଁ ଫେନଭାଲେରେଟ୍ 20 ଇସି କିମ୍ବା 3 ml ଲେଖାଏଁ କ୍ଲୋରାଣ୍ଟାନିଲିପ୍ରୋଲ୍ 18.5 ଏସ୍ସି କିମ୍ବା 10 ml ଲେଖାଏଁ କ୍ଲୋରୋଫେନପିର୍ 10 ଇସି କିମ୍ବା 3 ml ଲେଖାଏଁ ସିଣ୍ଟ୍ରାନିଲିପ୍ରୋଲ୍ 10 ଓଡି କିମ୍ବା 10 gm ଲେଖାଏଁ ଡାୟାଫେନଥିରନ 50 ଡବ୍ଲୁପି କିମ୍ବା 3 gm ଲେଖାଏଁ ଇମାମାକ୍ଟିନ ବେନ୍ଜୋଏଟ୍ 5 ଏସ୍ଜି କିମ୍ବା 10 ml ଲେଖାଏଁ ଫିପ୍ରୋନିଲ୍ 5 ଏସ୍ସି କିମ୍ବା 2 g ଲେଖାଏଁ ଫ୍ଲୁବେଣ୍ଡିଆମାଇଡ୍ 20 ଡବ୍ଲୁଜି କିମ୍ବା 3 ml ଲେଖାଏଁ ଫ୍ଲୁବେଣ୍ଡିଆମାଇଡ୍ 480 ଏସ୍ସି କିମ୍ବା 5 ml ଲେଖାଏଁ ଇଣ୍ଡୋକ୍ଜାକାର୍ବ 15.8 ଇସି କିମ୍ବା 10 ml ଲେଖାଏଁ ନୋଭାଲୁରନ୍ 10 ଇସି କିମ୍ବା 10 g ଲେଖାଏଁ ଥିଓଡିକାର୍ବ 75 WP କିମ୍ବା 10 ml ଲେଖାଏଁ ଟୋଲଫେନ୍ପିରାଡ୍ 15 EC କିମ୍ବା 10 ml ଲେଖାଏଁ କ୍ଲୋରଫ୍ଲୁଆଜୁରନ୍ 5.4 EC କିମ୍ବା 10 ml ଲେଖାଏଁ ପିରିଡିଆଲ୍ 10 EC ସିଞ୍ଚନ କରନ୍ତୁ। ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
106
4