Looking for our company website?  
AgroStar Krishi Gyaan
Pune, Maharashtra
28 Oct 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଡାଳିମ୍ବ ଫସଲରେ ଏକୀଭୂତ କୀଟର ପରିଚାଳନା
1. ପରୀକ୍ଷଣ ଏବଂ କଟାଇ ପରେ, ଡାଳିମ୍ବ ଗଛରେ କୀଟନାଶକ ସ୍ପ୍ରେ କରନ୍ତୁ, ଅର୍ଥାତ 10 ଲିଟର ପାଣିରେ କ୍ଲୋରଫିରିଫୋସ୍‌ @ 20 ମିଲିଲିଟର ସ୍ପ୍ରେ କରନ୍ତୁ | 10 ଲିଟର ପାଣି/ 4 କିଲୋଗ୍ରାମ୍‌ ନାଲି ମାଟି +50 ଗ୍ରାମ୍‌ କୋକ୍‌ + 50 ମିଲିଲିଟର କ୍ଲୋରଫିରିଫୋସ୍‌ + 5 ମିଲିଲିଟର ଷ୍ଟିକର ବ୍ୟବହାର କରି ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ ଏବଂ ତାପରେ ଗଛର ଗଣ୍ଡି ଉପରେ ଏହାକୁ ସ୍ପ୍ରେ କରନ୍ତୁ | 2. ସାରରେ 20 ଗ୍ରାମ୍‌ ଟ୍ରାଇକୋଡର୍ମା + 2 କିଲୋଗ୍ରାମ୍‌ ନିମ କେକ୍ ମିଶାନ୍ତୁ ଏବଂ କଟାଇ ପୂର୍ବରୁ କିମ୍ୱା ପରେ ଗଛରେ ଚାରି ପାଖରେ ଦୁଇଟି ଘେରାରେ ସାରକୁ ବିଞ୍ଛି ଦିଅନ୍ତୁ | 3. ଗେଣ୍ଡୁ ଗଛକୁ ଡ଼ାଳିମ୍ବ ବଗିଚାର ଚାରିପାଖରେ ଦୁଇଟି ଧାଡ଼ିରେ ଲଗାଇବା ଉଚିତ | 4. ଦୁଗ୍ଧରେ 60 ଗ୍ରାମ୍‌ ମେଥୋରିଜିୟମ୍‌ ଆନିସୋପାଲାଇ ମିଶାଇ ସେଥିରେ 10 ଲିଟର ପାଣି ମିଶାନ୍ତୁ ଏବଂ ତାପରେ ଗଛ ଉପରେ ସ୍ପ୍ରେ କରନ୍ତୁ କିମ୍ୱା ଯଦି କୀଟର ପ୍ରକୋପ ଅଧିକ ହୋଇଥାଏ ତେବେ10 ଲିଟର ପାଣିରେ ଡାଇମେଥୋଏଟ @ 15 ମିଲିଲିଟର କିମ୍ୱା ଇମିଡାକ୍ଲୋରପିଡ୍‌ 17.8 SL @ 10 ମିଲିଲିଟର କିମ୍ୱା ସ୍ପିନୋସେଡ 45% SC @ 5 ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ
5. କୀଟଙ୍କର ପ୍ରକୋପ ସ୍ଥଳରେ, ସାପ୍ତାହିକ ବ୍ୟବଧାନରେ 5% ନିମ୍ୱ ଅର୍କ କିମ୍ୱା 20 ମିଲିଲିଟର ଆଜାଡିରାକ୍‍ଟିନ କିମ୍ୱା 30 ମିଲିଲିଟର ନିମ ତେଲ 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ | 6. ଯଦି ଫୁଲ କିମ୍ୱା ଛୋଟ ଫଳରେ ଅଣ୍ଡାଗୁଡ଼ିଏ ରହିଥାଏ ତେବେ ଆଜାଡିରାକ୍‍ଟିନ @20 ମିଲିଲିଟର/ 10 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ କିମ୍ୱା 5% ନିମ ଅର୍କ ସ୍ପ୍ରେ କରନ୍ତୁ | 7. ଯଦି ବଡ଼ ଗଛ ଗଣ୍ଡିରେ ଛୋଟ କଣା କିମ୍ୱା ଡ୍ରପିଙ୍ଗ ଷ୍ଟ୍ର ଦେଖାଯାଏ, ତେବେ ଗାତରୁ ଷ୍ଟ୍ର କାଡ଼ିନେବା ପରେ ଇନଜେକ୍ଟର ଦ୍ୱାରା 5 ମିଲିଲିଟର ସାଇପରମେରିଥ୍ରିନ ଭର୍ତ୍ତି କରିଦିଅନ୍ତୁ | କଣାକୁ ମହମରେ ବନ୍ଦ କରିଦିଅନ୍ତୁ | 8. ଧଳା ମାଛିକୁ ନିୟନ୍ତ୍ରଣ କରିବା ପାଇଁ 10 ଲିଟର ପାଣିରେ ବେଭେରିଆ/ ଭରଟିକିଲଇୟୁମ @ 20 ମିଲିଲିଟର ସ୍ପ୍ରେ କରନ୍ତୁ | ଉତ୍ସ: ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଏକ୍ସେଲେନ୍ସ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
135
0