Looking for our company website?  
AgroStar Krishi Gyaan
Pune, Maharashtra
18 Apr 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଟମାଟୋରେ କାଣ୍ଡବିନ୍ଧା ରୋଗର ସମନ୍ୱିତ ପରିଚାଳନା
ଟମାଟୋରେ ଫଳବିନ୍ଧା ଏକ କୀଟ ଅଟେ ଏବଂ ତାର ଫଳ ଗୁଡ଼ିକ ନଷ୍ଟ କରିବାରେ ମୁଖ୍ୟ କାରଣ ହୋଇଥାଏ | ସମୟ ଅନ୍ତରାଳରେ ରାସାୟନିକ କୀଟନାଶକ ଦ୍ରବ୍ୟ ଦେବାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି | ଏହାର ପ୍ରତିବଦଳରେ, କାଣ୍ଡବିନ୍ଧା ରୋଗରୁ ରକ୍ଷା ପାଇବା ପାଇଁ ଉଚିତ ସମନ୍ୱିତ ପରିଚାଳନା ସୋପାନ ଗୁଡ଼ିକ ଅନୁସରଣ କରନ୍ତୁ |
ସମନ୍ୱିତ ପରିଚାଳନା:  ବିଲରେ ବିଦ୍ୟୁତ ଜାଲ ଲଗାନ୍ତୁ |  ଟ୍ରାପ୍ ଫସଲ ଭାବେ ବିଲ ଚାରିପାଖରେ ଆଫ୍ରିକୀୟ ମାରିଗୋଲ୍ଡ ବୃକ୍ଷ ଲଗାନ୍ତୁ |  ବୃକ୍ଷରୁ ଲାର୍ଭା ଗୁଡ଼ିକୁ ସଂଗ୍ରହ କରନ୍ତୁ ଏବଂ ନଷ୍ଟ କରି ଦିଅନ୍ତୁ |  ପ୍ରତି 15 ହେକ୍ଟରରେ ଫଳବିନ୍ଧା ଫୋରେମନ୍ ଜାଲ ଲଗାନ୍ତୁ |  କୀଟ ନିୟନ୍ତ୍ରଣର ପ୍ରଥମ ପର୍ଯ୍ୟାୟରେ ପ୍ରତି 10 ଲିଟର ଜଳରେ 40 ଗ୍ରାମ୍ ବୌଭେରିଆବାସିଆନା ଛିଂଚନ୍ତୁ |  ପ୍ରତି ହେକ୍ଟରରେ 250 ଏଲଇ ଏଚଏଏନପିଭି ଛିଂଚନ୍ତୁ |  ପ୍ରତି ହେକ୍ଟରରେ 750 ଗ୍ରାମ୍ ବ୍ୟାକ୍ଟେରିଆ ସମ୍ବଳିତ ପାଉଡର ବାସିଲସ୍ ଥୁରିନଜିଏସିସ୍ ଛିଂଚନ୍ତୁ |  ପ୍ରତ୍ୟେକ ଥର ତୋଳିବା ବେଳେ କାଣ୍ଡବିନ୍ଧା ଫଳ ଗୁଡ଼ିକୁ ଅଲଗା କରନ୍ତୁ ଏବଂ ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତୁ | ନଷ୍ଟ ହେବା ଆଗରୁ ବିକଳ୍ପ ଭାବେ 10 ଏମଏଲ ଇଣ୍ଡୋକ୍ସାକାର୍ବ 14.5 ଏସସି ଅବା 3ଏମଏଲ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ 18.5 ଏସସି ଅବା 10 ଏମଏଲ ସାୟାନଟ୍ରାନିଲିପ୍ରୋଲ 10.26 ଓଡି ଅବା ପ୍ରତି 10 ଲିଟର ପାଣିରେ କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ 8.8% + ଥାଇମିଥୋକ୍ସମ୍ 17.5% ଏସସି ମିଶାଇ ଥିଂଚନ୍ତୁ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
291
26