Looking for our company website?  
AgroStar Krishi Gyaan
Pune, Maharashtra
12 Sep 19, 10:00 AM
ଗୁରୁ ଜ୍ଞାନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
କପାରେ ମେଲବଗ୍‌ର ଏକୀଭୂତ ପରିଚାଳନା
ମେଲବଗ୍‌ ଭାରତର ମୂଳ ଉତ୍ପତ୍ତି ନୁହେଁ, ଏହା ଅନ୍ୟ କାଉଣ୍ଟିରେ ଦେଖାଯାଇଥିଲା | 2006 ମଧ୍ୟରେ ଗୁଜୁରାଟରେ ଏହାର ଆବିର୍ଭାବ ହୋଇଥିଲା ଏବଂ ପରେ ଅନ୍ୟ ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଦେଖାଯାଇଥିଲା | କପା ଚାଷ କରାଯାଉଥିବା ବର୍ଷରେ ପ୍ରତି ବର୍ଷ ସଂକ୍ରମଣ ଦେଖାଯାଇଥାଏ | କପା ବ୍ୟତିତ, ଏହି କୀଟ ଅନ୍ୟ ଫସଲକୁ ମଧ୍ୟ ଆକ୍ରମଣ କରୁଛନ୍ତି | ବର୍ତ୍ତମାନ ସମୟରେ, ଭାରତର ଅନେକ କପାସ ଅଞ୍ଚଳରେ ମେଲ ବଗସ୍‌ର ଉପକ୍ରମଣ ଦେଖାଯାଇଥାଏ | ମେଲବଗସ୍‌ ପ୍ରତ୍ୟେକ କପା ଗଛ ଏବଂ ପ୍ରତ୍ୟେକ ଭାଗରୁ ରସ ଶୋଷଣ କରନ୍ତି | ସଂକ୍ରମିତ ଗଛ ବିକୃତ ଏବଂ କ୍ଷତିଗ୍ରସ୍ତ ଅଙ୍କୁର, କୁଞ୍ଚିତ ଏବଂ/କିମ୍ବା ମୋଡ଼ି ହୋ‍ଇଯାଇଥିବା ଏବଂ ଗୋଚ୍ଛା ହୋ‍ଇଥିବା ପତ୍ର, ଏବଂ ଗଛର ବୃଦ୍ଧି ହ୍ରାସ ହେବା ପରି ଲକ୍ଷଣ ଦେଖାଯାଇଥାଏ | ସଂକ୍ରମିତ ଗଛ ହଳଦିଆ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ଭାବରେ ଶୁଖିଯାଏ | ଏହା ମଧ୍ୟ ଆଲୋକ ସଂଶ୍ଳେଷଣ କାର୍ଯ୍ୟକଳାପରେ ବାଧା ଦିଏ | ବହୁଳତାରେ ବୃଦ୍ଧି ହୁଏ କାରଣ ମୌସୁମୀରେ ଦୀର୍ଘ ଅବଧି ପର୍ଯ୍ୟନ୍ତ ଶୁଷ୍କ ଅବସ୍ଥା ବଢିଯାଏ କିମ୍ବା ମୌସୁମୀ ଶେଷ ହେବା ପରେ, ବହୁଳତା ସୃଷ୍ଟି ହୁଏ |
ଏକୀଭୂତ ପରିଚାଳନା: • ସମସ୍ତ ବୈକଳ୍ପିକ-ଅବାଞ୍ଛିତ ଗଛକୁ ବାହାର କରିଦିଅନ୍ତୁ ଏବଂ ନଷ୍ଟ କରିଦିଅନ୍ତୁ | • ଜଳକୁ ଚାନେଲ୍‌ରେ ବାହାର କରିଦେବା ପରେ ମେଲବଗ୍‌ ଦ୍ୱାରା ସଂକ୍ରମିତ ଗୁଳ୍ମ ଉପରେ ବଞ୍ଚୁଥିବା ଉଦ୍ଭିଦକୁ ଅପସାରଣ କରନ୍ତୁ ନାହିଁ | • ଖେତରେ ଥିବା ପିମ୍ପୁଡ଼ି ଘରାକୁ ସ୍ଥାନିତ କରନ୍ତୁ ଏବଂ ପ୍ରତି 10 ଲିଟର ଜଳରେ କ୍ଲୋରପାଇରିଫୋସ୍‌ 20 ଇସି @ 20 ମିଲିଲିଟର ମିଶାଇ ସେହି ଗାତଗୁଡ଼ିକୁ ଓଦା କରିଦିଅନ୍ତୁ | ଆବଶ୍ୟକତା ଅନୁସାରେ ସେହିପରି 2-3 ଥର ଦୋହରାନ୍ତୁ | • ପ୍ରାରମ୍ଭିକ ଅବସ୍ଥାରେ କପା ଗଛକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ଏବଂ ଖେତରୁ ଦୂରକୁ ନେଇ ନଷ୍ଟ କରିଦିଅନ୍ତୁ | • ଅନ୍ୟ ଏକ କପା ଖେତକୁ ଯିବା ପୂର୍ବରୁ ଉପକରଣଗୁଡ଼ିକୁ ପାଣିର ଜେଟ୍‌ରେ ସଫା କରନ୍ତୁ କିମ୍ବା ରସାୟନିକ କୀଟନାଶକ ସ୍ପ୍ରେ କରନ୍ତୁ | • ଏନାସିୟସ ବମ୍ୱାୱାଲି ହେଉଛି ମେଲବଗ୍‌ର ଏକ ପ୍ରମୁଖ ପରଜୀବୀ (40-70% ପରଜୀବୀ) | ଯେତେବେଳେ ଏହି ପରଜୀବୀଗୁଡ଼ିକ ପ୍ରଚୁର ମାତ୍ରାରେ ଦେଖାଯାଆନ୍ତି ସେତେବେଳେ ବିଷାକ୍ତ କୀଟନାଶକକୁ ଦୂରେଇ ରଖନ୍ତୁ | • ନିୟମିତ ଭାବରେ ଖେତ ଉପରେ ନଜର ରଖନ୍ତୁ ଏବଂ ଆଗକୁ ରୋଗ ନ ବ୍ୟାପିବା ପାଇଁ ସୁପାରିଶିତ କୀଟନାଶକକୁ ସଙ୍ଗେ ସଙ୍ଗେ ପ୍ରୟୋଗ କରନ୍ତୁ | • କୀଟର ପ୍ରାରମ୍ଭିକ ଅବସ୍ଥାରେ, ପ୍ରତି 10 ଲିଟର ଜଳରେ ନିମ୍ୱ ତେଲ @ 40 ମିଲିଲିଟରେ କିମ୍ୱା ନିମ୍ୱ ଆଧାରିତ ଦ୍ରବଣ @ 10 ମିଲିଟର (1% ଇସି) ରୁ 40 ମିଲିଲିଟର (0.15% ଇସି) ମିଶ୍ରଣ କରି ସ୍ପ୍ରେ କରନ୍ତୁ | • ଉଚ୍ଚ ଆର୍ଦ୍ରତା ଥିବା ଦିନର ସନ୍ଧ୍ୟା ସମୟରେ ପ୍ରତି 10 ଲିଟର ଜଳରେ ଭର୍ଟିସିଲିୟମ ଲେକାନି, ଫଙ୍ଗାଲ ପାଥୋଜେନ୍‌ @ 40 ଗ୍ରାମ୍‌ କିମ୍ୱା ମିଲିଲିଟର ସ୍ପ୍ରେ କରନ୍ତୁ | • ଯଦି ବହୁଳତାରେ ବୃଦ୍ଧି ହେବାର ଦେଖାଯାଏ ପ୍ରତି 10 ଲିଟର ଜଳରେ ପ୍ରୋଫେନୋଫୋସ୍‌ 50 ଇସି @ 10 ମିଲିମିଟର କିମ୍ୱା ଥିଓଡିକ୍ରାବ୍‌ 50 ଡବ୍ଲ୍ୟୁପି 10 ଗ୍ରାମ୍‌ କିମ୍ୱା ବୁପ୍ରୋଫେଜିନ୍‌ 25 ଏସସି @ 20 ମିଲିମିଟର କିମ୍ୱା କ୍ଲୋରପାଇରିଫୋସ୍‌ 20 ମିଲିଲିଟର ସ୍ପ୍ରେ କରନ୍ତୁ | ଆହୁରି ମଧ୍ୟ ଦ୍ରବଣ ପାଇଁ ପ୍ରତି 10 ଲିଟରର ଜଳର ମିଶ୍ରଣରେ କୌଣସି ଡିଟରଜେଣ୍ଟ ପାଉଡ଼ର 10 ଗ୍ରାମ୍‌ ମିଶାନ୍ତୁ | • ପ୍ରତି ସ୍ପ୍ରେ ରେ କୀଟନାଶକ ପରିବର୍ତ୍ତନ କରନ୍ତୁ | ଦେଖନ୍ତୁ ଯେ, ଗଛଗୁଡ଼ିକ କୀଟନାଶକ ସ୍ପ୍ରେ ସହିତ ସଠିକ୍‌ ଭାବରେ କଭର୍‌ ହେବା ଉଚିତ | • ରୋଗ ନ ବ୍ୟାପିବା ପାଇଁ ଖେତରେ ମେଣ୍ଢା/ଛେଳି/ପଶୁମାନଙ୍କୁ ଚରିବା ପାଇଁ ଅନୁମତି ଦିଅନ୍ତୁ ନାହିଁ | ଡ଼ଃ. ଟି. ଏମ. ଭରପୋଡ଼ା, ଏଣ୍ଟୋମୋଲୋଜୀ ର ପୂର୍ବ. ଅଧ୍ୟାପକ, B. A. କୃଷି ମହାବିଦ୍ୟାଳୟ, ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟ, ଆନନ୍ଦ- 388 110 (ଗୁଜୁରାଟ ଭାରତ) ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
511
72