Looking for our company website?  
AgroStar Krishi Gyaan
Pune, Maharashtra
07 Sep 19, 06:30 PM
ଜୈବିକ ଚାଷଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ମକା ଫସଲରେ ଆମେରିକାନ ଫଲ ଆର୍ମିୱର୍ମ (ସ୍ପୋଡୋପଟେରା ଫ୍ରୁଗିପ୍ରେଡା)ର ଏକୀଭୂତ ପରିଚାଳନା
ଫଲ ଆର୍ମିୱର୍ମ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ମକା ଫସଲ ଉପରେ ମୂଖ୍ୟତଃ ପ୍ରଭାବିତ କରିଥାଏ ଏବଂ ଗତ ବର୍ଷର ଜୁନ ମାସରୁ ଦକ୍ଷିଣ ଭାରତରେ ଏହାର ପ୍ରଭାବ ଦେଖାଯାଇଛି | ଏହି କୀଟ ଗତ ବର୍ଷର ମଧ୍ୟରେ ଖରିଫ, ରବି ଏବଂ ଖରା ଦିନରେ, ଚାହା ଏବଂ ମକା ଫସଲକୁ ସାଙ୍ଘାତିକରୂପେ କ୍ଷତିଗ୍ରସ୍ତ କରିଥିଲା | ବର୍ତ୍ତମାନ ଦେଶରେ ବର୍ଷାର ବିଳମ୍ୱ କାରଣରୁ ମକା ଚାଷ ମୁଲତବି ରହିଛି | ଆଗାମୀ ଋତୁରେ, ମହାରାଷ୍ଟ୍ର ସହିତ ସମସ୍ତ ମକା ଉତ୍ପାଦକ ରାଜ୍ୟରେ ଗୁରୂତ୍ୱପୂର୍ଣ୍ଣ ଫସଲ କ୍ଷତି ହେବ ବୋଲି ଦୃଢ ସମ୍ଭାବନା ରହିଛି | ଏହି କୀଟର ପରିଚାଳନାରେ ସମସ୍ତ ଏକୀଭୂତ କୀଟ ନିୟନ୍ତ୍ରକ ଉପାୟକୁ ସାମୂହିକ ଭାବେରେ ସାମିଲ କରିବାର ସମୟ ହୋଇଛି |
ଏକୀଭୂତ ପରିଚାଳନା: ମକା ପାଇଁ ନେପିଅର ଘାସ ଜାଲକୁ ଏକ ପକ୍ଷ ଫସଲରୂପେ ଲଗାଯିବା ଉଚିତ | ମକା ଫସଲ ରୋପଣର ତୁରନ୍ତ ପରେ ପ୍ରତି ଏକ ଏକରରେ 10 ଟି ଖେତରେ ସ୍ଥାପନ କରାଯିବା ଉଚିତ | ମକାର ପତ୍ର ଉପରେ ପ୍ରାରମ୍ଭିକ ସ୍ତରରେ ଦେଖାଯାଉଥିବ ଅଣ୍ଡା ଏବଂ ଶୂକକୁ ଏକତ୍ର କରି ନଷ୍ଟ କରିଦେବା ଉଚିତ | କୀଟ ଅଧ୍ୟୟନ ପାଇଁ ବୁଣିବା ପୂର୍ବରୁ ଏବଂ 15 ଟି ଜାଲର ସ୍ଥାପନା ପାଇଁ 5 ଟି ଫରର୍ମୋନ ଜାଲ ଲଗାଯିବା ଉଚିତ | ଶୂକକୁ ନିୟନ୍ତ୍ରଣ କରିବା ପାଇଁ ମୂଳ ସ୍ତରରେ ପ୍ରତି 10 ଲିଟର ପାଣିରେ 5 ନିମ୍ୱ ଅର୍କ କିମ୍ୱା 1500 ପିପିଏମ ଏଜଡାଇରେକ୍ଟିନ୍‌ 50 ମିଲିଲିଟର ମିଶାଇ ସ୍ପ୍ରେ କରନ୍ତୁ | କୀଟନାଶକ ସହିତ ପ୍ରତି 10 ଲିଟର ପାଣିରେ ନୋମୁରିଆ ରିଲେ 50 ଗ୍ରାମ୍‌ କିମ୍ୱା ମେଟର୍ହିଜିୟମ ଆନିସୋପଲିୟ 50 ଗ୍ରାମ୍‌ ମିଶାଇ ସ୍ପ୍ରେ କରିବା ଉଚିତ | ବାସିଲସ୍‌ ଥୁରିଙ୍ଗିନେସିସ (ବିଟି)ର ସ୍ପ୍ରେ ଫଲ ଆର୍ମିୱର୍ମ କୀଟକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ | କୀଟନାଶକ ସ୍ପ୍ରେ କରାଯିବା ସମୟରେ, ସତର୍କ ରହିବା ଏବଂ ପ୍ରସ୍ଥାବିତ ପ୍ରକ୍ରିୟା ପାଳନ କରିବା ଆବଶ୍ୟକ ଅଟେ | ପ୍ରତି 10 ଲିଟର ପାଣି ସହିତ ଇମାମେକ୍ଟିନ ବେଞ୍ଜୋଏଟ୍‌ 5% ଏସଜି 4 ଗ୍ରାମ୍‌ କିମ୍ୱା ଥିଆମେଥୋସ୍କାମ୍‌ 12.6% + ଲମ୍ୱଡା ସାଇହାଲୋଥ୍ରିନ 9.5 ଜେଡସି @5 ମିଲିଲିଟର କିମ୍ୱା ସ୍ପିନେଟୋରାମ 11.7 ଏସସି @4 ମିଲିଲିଟର କିମ୍ୱା କ୍ଲୋରଣ୍ଟାନିଲିପ୍ରୋଲ୍‌ 18.5 ଏସି @4 ମିଲିଲିଟର ସ୍ପ୍ରେ କରିବା ଉଚିତ | ଉତ୍ସ : ଶ୍ରୀ. ତୁଷାର ଉଗାଲେ, କୃଷି କୀଟ ବିଜ୍ଞାନୀ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
142
0